ପାକିସ୍ତାନ ଉପରେ ଏଆଇଏମଆଇଏମ୍ ମୁଖ୍ୟଙ୍କ ବଡ଼ ବୟାନ, କହିଲେ ଆଇଏମଏଫକୁ ଭିକ ମାଗୁଛି
ଭାରତ ବିରୋଧରେ ଯୁଦ୍ଧ ଚଳାଇଥିବା ପାକିସ୍ତାନକୁ କଡା ସମାଲୋଚନା କରିଛନ୍ତି ଏମଆଇଏମ୍ଆଇଏମ୍ ମୁଖ୍ୟ ତଥା ହାଇଦରାବାଦ ସାଂସଦ ଅସାଦୁଦ୍ଦିନ ଓୱେସୀ। ସାଧାରଣତଃ ପାକିସ୍ତାନ ସପକ୍ଷବାଦୀ ମନ୍ତବ୍ୟ ଦେଇ ଆସୁଥିବା ଓୱେସୀ ଏବେ ନିଜର ଜାତୀୟତା ମନୋଭାବ ପ୍ରକାଶ କରିଛନ୍ତି। ଭାରତ ସହିତ ଯୁଦ୍ଧ ଚଳାଇଥିବାବେଳେ ପାକିସ୍ତାନ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍)କୁ ଋଣ ମାଗିଛି। ଆଇଏମ୍ଏଫ୍ ପାକିସ୍ତାନକୁ ୧୦୦ ବିଲିୟନ ଡଲାର ଋଣ ଅନୁମୋଦନ କରିଛି।
ଯୁଦ୍ଧ ସମୟରେ ପାକିସ୍ତାନ ଆଇଏମଏଫକୁ ଋଣ ଆବେଦନ କରିବାକୁ ଓୱେସୀ ଭିକ ମାଗିବା ବୋଲି କହିଛନ୍ତି। ଓୱେସୀ କହିଛନ୍ତି ଯେ ପାକିସ୍ତାନ ଏକ 'ଅଫିସିଆଲ ବେଗାର'। ଅନ୍ୟପଟେ ଆଇଏମ୍ଏଫ୍ ପାକିସ୍ତାନକୁ ଋଣ ଅନୁମୋଦନ କରିବାକୁ ମଧ୍ୟ ଓୱେସୀ ସମାଲୋଚନା କରିଛନ୍ତି। ଆଇଏମଏଫକୁ ସେ 'ଇଣ୍ଟରନାସନାଲ ମିଲିଟାଣ୍ଟ ଫଣ୍ଡ' ବୋଲି ବିବେଚନା କରିଛନ୍ତି। ପାକିସ୍ତାନକୁ ପାଣ୍ଠି ଦେବା ଲାଗି ଆମେରିକା, ଜର୍ମାନୀ ଓ ଜାପାନ ଭଳି ଦେଶ କିପରି ରାଜି ହେଲେ ବୋଲି ସେ ପ୍ରଶ୍ନ କରିଛନ୍ତି।

ଓୱେସୀ କହିଛନ୍ତି ଯେ ପାକିସ୍ତାନ ଇସଲାମ ଧର୍ମକୁ ନେଇ ଅପପ୍ରଚାର କରୁଛି। ପାକିସ୍ତାନ ଇସଲାମ ଧର୍ମ ନାମରେ ଶାନ୍ତି ଭଙ୍ଗ କରିବା ପୂର୍ବକ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ଶତ୍ରୁତା ସୃଷ୍ଟି କରୁଛି। ପାକିସ୍ତାନ ଆମକୁ (ଭାରତୀୟ ମୁସଲମାନ)ଙ୍କୁ ଇସଲାମ ଧର୍ମ ସମ୍ପର୍କରେ ଶିକ୍ଷା ଦେବାର ଆବଶ୍ୟକତା ନାହିଁ।
ଓୱେସୀ ଆହୁରି କହିଛନ୍ତି ଯେ ବିଶ୍ବ ସମୁଦାୟ ପାକିସ୍ତାନ ଠାରୁ ପରମାଣୁ ଅସ୍ତ୍ର ପ୍ରତ୍ୟାହାର କରିନେବା ଦରକାର। ଭାରତ ଉପରେ ପରମାଣୁ ଅସ୍ତ୍ର ପ୍ରୟୋଗ କରିବା ଲାଗି ପାକିସ୍ତାନ ବାରମ୍ବାର ଧମକ ଦେଉଛି। ତେଣୁ ପାକିସ୍ତାନ ପରମାଣୁ ଅସ୍ତ୍ର ରଖିବା ଲାଗି ଯୋଗ୍ୟ କି ନୁହେଁ ତାହା ବିଶ୍ବ ସମୁଦାୟ ବିଚାର କରିବା ପୂର୍ବକ ଏହାକୁ ପରମାଣୁ ଅସ୍ତ୍ର ନିରସ୍ତ୍ରୀକରଣ କରିବା ଦରକାର ବୋଲି ଓୱେସୀ କହିଛନ୍ତି।












Click it and Unblock the Notifications