ପୁଣି ସୀମାରେ ଉଡିଲା ପାକ୍ ଡ୍ରୋନ , ସଜାଗ ସେନା
ସୀମାରେ ଆଶାନ୍ତି ପାଇଁ ଉଦ୍ୟମ କରିଚାଲିଛି ପାକ୍ । ପୁଣି ସୀମାରେ ପାକ୍ ଡ୍ରୋନ ଦେଖିବାକୁ ମିଳିଛି ।
ଚଣ୍ଡିଗଡ: ସୀମାରେ ଆଶାନ୍ତି ପାଇଁ ଉଦ୍ୟମ କରିଚାଲିଛି ପାକ୍ । ପୁଣି ସୀମାରେ ପାକ୍ ଡ୍ରୋନ ଦେଖିବାକୁ ମିଳିଛି । ଶନିବାର ମଧ୍ୟରାତ୍ରୀରେ ପଞ୍ଜାବ ଗୁରୁଦାସପୁର ସେକ୍ଟରରେ ଏହି ଡ୍ରୋନ ଉଡୁଥିବା ଦେଖିବାକୁ ମିଳିଥିଲା। ଡ୍ରୋନ ଶଦ୍ଦ ଶୁଣି ସଙ୍ଗେ ସଙ୍ଗେ ବିଏସଏଫ ଯବାନ ଗୁଳି ଚଳାଇବା ଆରମ୍ଭ କରିଥିଲେ, କିଛି ସମୟ ପରେ ଡ୍ରୋନଟି ଫେରି ଯାଇଥିଲା । ଏହା ପରେ ଓ ବିଏସଏଫ ଯବାନ ସୀମା ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।

ଯବାନ ଗୁଳି ଚଲାଇବା ସହ 3ଟି ଲାଇଟ ବମ ନିକ୍ଷେପ କରିଥିଲେ । ମୋଟ 46 ରାଉଣ୍ଡ ଗୁଳି କରିଥିଲେ ଯବାନ । ତେବେ ଡ୍ରୋନଟି ପାକିସ୍ତାନ ଫେରି ଯାଇଥିବା ସୀମା ସୁରକ୍ଷା ସେନାର ଜିଆଇଜି ପ୍ରଭାକର ଯୋଶୀ ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା କୌଣସି ସନ୍ଦେହଜନକ ବସ୍ତୁ ମିଳିନାହିଁ ,ତଥାପି ସେନା ସଜାଗ ରହିଛି ।
ପାକିସ୍ତାନର ଆତଙ୍କବାଦୀ ସଂଗଠନ ଏବଂ ନିଶା ମାଫିଆମାନେ ଡ୍ରୋନ ଯୋଗେ ଭାରତକୁ ଅସ୍ତ୍ରଶସ୍ତ୍ର ଏବଂ ହେରୋଇନ ଚାଲଣ କରୁଛନ୍ତି । ଗତ କିଛି ମାସ ମଧ୍ୟରେ ଭାରତୀୟ ଯବାନମାନେ ଅମୃତସର ଏବଂ ଫିରୋଜପୁର ସେକ୍ଟରକୁ ପଶି ଆସିଥିବା ଏକାଧିକ ଡ୍ରୋନକୁ ଗୁଳିକରି ଖସାଇ ଦେଇଥିଲେ । ଡ୍ରୋନରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଏବଂ ହେରୋଇନ କରିଛି ଭାରତୀୟ ସେନା । ଦୁଇ ମାସ ମଧ୍ୟରେ ସେନା ଏଭଳି ଘଟଣା ଦେଖିବା ପରେ ଅଧିକ ସଜାଗ ରହିଛି। ତେବେ ଏହି ଡ୍ରୋନ କିଛି ସମୟ ମଧ୍ୟରେ ଗାୟବ ହୋଇଯାଇଥିବାରୁ ସେନା ହାତରୁ ଖସି ଯାଇଥିଲା।












Click it and Unblock the Notifications