ଭାରତକୁ ପାକିସ୍ତାନର ଗୁହାରୀ , ସିନ୍ଧୁ ଚୁକ୍ତି ଉପରେ ପୁନଃବିଚାର କରିବାକୁ ଚିଠି!
୨୨ ଏପ୍ରିଲରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଏହାପରେ ସିନ୍ଧୁ ଜଳ ଚୁକ୍ତିନାମା ବନ୍ଦ କରିବାକୁ ଘୋଷଣା କରିଥିଲା। ଏହି କାରଣରୁ ପାକିସ୍ତାନ ଆଣ୍ଠୁମାଡ଼ି ପଡ଼ିଛି। ଏହି ନିଷ୍ପତ୍ତି ସମ୍ପର୍କରେ, ପାକିସ୍ତାନ ଭାରତକୁ ତା'ର ନିଷ୍ପତ୍ତି ପୁନର୍ବିଚାର କରିବାକୁ ଅପିଲ୍ କରିଛି। ପାକିସ୍ତାନର ଜଳସମ୍ପଦ ମନ୍ତ୍ରଣାଳୟ ଭାରତର ଜଳଶକ୍ତି ମନ୍ତ୍ରଣାଳୟକୁ ଏକ ଚିଠି ଲେଖି ନିବେଦନ କରିଛି । ଭାରତର ଏହି ପଦକ୍ଷେପ ପାକିସ୍ତାନରେ ଗମ୍ଭୀର ଜଳ ସଙ୍କଟ ସୃଷ୍ଟି କରିପାରେ। ଚିଠିରେ ଭାରତକୁ ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅପିଲ୍ କରାଯାଇଛି।

ଏ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିବାବେଳେ ଭାରତ ସରକାରଙ୍କ ତରଫରୁ ଏ ନେଇ କୌଣସି ସୂଚନା ଦିଆଯାଇ ନାହିଁ । ଅପରେସନ ସିନ୍ଦୂରରେ ଭୟଭୀତ ହୋଇଥିବା ପାକିସ୍ତାନ ଅସ୍ତ୍ରବିରତି ଘୋଷଣା କରିଥିଲା; ଯେଉଁଥିରେ ଭାରତ ସହମତି ପ୍ରକାଶ କରିଥିଲା । ସୂଚନା ମୁତାବକ, ଭାରତ ପାକିସ୍ତାନ ଉପରେ ଜଳ, ବ୍ୟାପାର, କୂଟନୈତିକ ଏବଂ ଅର୍ଥନୈତିକ ପ୍ରତିବନ୍ଧ ଲଗାଇଛି, ଯାହା ଉପରେ କୌଣସି ଆଲୋଚନା ହୋଇନାହିଁ । ତାହା ଏବେ ବି ସେହିଭଳି ଜାରି ରହିବ ।












Click it and Unblock the Notifications