ହମାସ ଷ୍ଟାଇଲରେ ପାକିସ୍ତାନ କରୁଛି ଆକ୍ରମଣ , ଗତ ମାସରେ ଆଇଏସଆଇ-ହମାସ ମଧ୍ୟରେ ହୋଇଥିଲା ବୈଠକ
ଭାରତୀୟ ସେନାର ଅପରେସନ ସିନ୍ଦୂର ପଡ଼ୋଶୀ ପାକିସ୍ତାନରେ ହାହାକାର ପରିସ୍ଥିତି ସୃଷ୍ଟି କରିଛି। ପରିଣାମସ୍ୱରୂପ ବିଚଳିତ ପାକିସ୍ତାନୀ ସେନାର ଯବାନ ଜାମ୍ମୁ ଉପରେ ଆକ୍ରମଣ କରିଛି । ଜମ୍ମୁ ଏୟାରପୋର୍ଟରେ ପାକିସ୍ତାନର ଡ୍ରୋନ ଆକ୍ରମଣ । ଗୁରୁବାର ରାତି ପ୍ରାୟ ସାଢ଼େ ୮ଟା ସମୟରେ ପାକିସ୍ତାନ ଜମ୍ମୁକୁ ଟାର୍ଗେଟ କରି ଡ୍ରୋନ୍ ଆକ୍ରମଣ କରିଥିଲା । ଜମ୍ମୁ ଓ କାଶ୍ମୀରର ଅଖନୁରରେ ବାଜିଲା ସାଇରାନ । ସାଇରନ ବଜାଇ ସତର୍କ କରିଛି ସେନା । ଏହାର ପ୍ରତି ଜବାବ ଦେଉଛି ଭାରତ ।
ବର୍ତ୍ତମାନ ଭାରତର ଆକ୍ରମଣ ଫଳରେ ବିଚଳିତ ପାକିସ୍ତାନ ଏବେ ହମାସ ଆତଙ୍କୀ ଷ୍ଟାଇଲରେ ଭାରତ ଉପରେ ଆକ୍ରମଣ କରୁଛି । ପ୍ରତିରକ୍ଷା ସୂତ୍ର ଅନୁସାରେ ପାକିସ୍ତାନୀ ଆକ୍ରମଣ ପରେ ଜମ୍ମୁ ଆକାଶରେ ଯେଉଁ ଦୃଶ୍ୟ ଥିଲା, ତାହା ଇସ୍ରାଏଲ୍-ହମାସ ଯୁଦ୍ଧ ପରି ଥିଲା । ପ୍ରତିରକ୍ଷା ସୂତ୍ର ଏହା ବି ସ୍ପଷ୍ଟ କରିଛି ଯେ ଗତ ମାସରେ ପାକିସ୍ତାନ ଅଧିକୃତ କାଶ୍ମୀରରେ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇ ଓ ହମାସ ଆତଙ୍କୀଙ୍କ ବୈଠକ ହୋଇଥିଲା ।
ଭାରତ ମାଡ଼ରେ ଥରହର ହେଉଥିବା ପାକିସ୍ତାନ ଗୁରୁବାର ସଂଧ୍ୟାରେ ଜମ୍ମୁଠାରୁ ଆରମ୍ଭ କରି ଜୈସଲମେର ଯାଏ ସୀମାନ୍ତ ଅଞ୍ଚଳରେ ଡ୍ରୋନ, ରକେଟ୍ ଓ ମିସାଇଲ୍ ମାଡ଼ କରିଥିଲା । ଯାହାକୁ ଭାରତର ଏସ୍-୪୦୦ ମିସାଇଲ୍ ନଷ୍ଟ କରିଛି । ପାକିସ୍ତାନ ପକ୍ଷରୁ ସତବାରୀ, ଶାମ୍ୱା, ଆରଏସ ପୁରା ଓ ଅରନିଆରେ ମୋଟ ୮ ମିସାଇଲ୍ ଆକ୍ରମଣ କରିଥିଲା, ଯାହାକୁ ଏସ୍-୪୦୦ ଏୟାର ଡିଫେନ୍ସ ସିଷ୍ଟମ ନଷ୍ଟ କରିଛି ।

ପାକିସ୍ତାନ ପଟୁ କରାଯାଇଥିବା ଆକ୍ରମଣ ପରେ ଜମ୍ମୁ, ଶାମ୍ୱା ଓ ଅନ୍ୟ କ୍ଷେତ୍ରର ଆକାଶରେ ଯେଉଁ ଦୃଶ୍ୟ ଥିଲା, ଯାହା ଅବିକଳ ଇସ୍ରାଏଲ ଆକାଶ ପରି ଥିଲା । ଏହି ଆକ୍ରମଣ ପରେ ଆକଳନ କରାଯାଉଛି ଯେ ପାକିସ୍ତାନ ସେନା ଏକ ଆତଙ୍କବାଦୀ ସଂଗଠନ ହମସା ପରି କାମ କରୁଛି ।
-
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
୬୯ ମଣ୍ଡି ନୋଡାଲ ଅଫିସର୍ଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ, ଦରମା ବନ୍ଦ କଲେ ଜିଲ୍ଲାପାଳ -
ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ, ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
୪ ଜିଲ୍ଲାରେ କାଳବେଶାଖୀ ସମ୍ଭାବନା -
IPL 2026: ଏହି ଦିନ ଘୋଷଣା ହେଵ କାର୍ଯ୍ୟସୂଚୀ !












Click it and Unblock the Notifications