Get Updates
Get notified of breaking news, exclusive insights, and must-see stories!

ପାକିସ୍ତାନର ହମଲାକୁ ପଣ୍ଡ କଲା ଭାରତୀୟ ସେନା, ଭାରତୀୟ ସେନା ଗୁଳିରେ ୪-୫ ଜଣ ଅନୁପ୍ରବେଶକାରୀ ନିହତ

ଜମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲାରେ ମଙ୍ଗଳବାର ଦିନ ପାକିସ୍ତାନ ସେନା ଅନୁପ୍ରବେଶ କରି ଦୁଇ ଦେଶ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତିନାମା ଉଲ୍ଲଂଘନ କରିଛି। ଏହି ଘଟଣାରେ ପାକିସ୍ତାନୀ ସେନା ଅନୁପ୍ରବେଶ କରିବାକୁ ଉଦ୍ୟମ କରିବା ସହ କୃଷ୍ଣା ଘାଟି ଅଞ୍ଚଳରେ ଅନାବଶ୍ୟକ ଗୁଳିଚାଳନା ଆରମ୍ଭ କରିଥିଲା। ଯାହାର ଜବାବରେ ଭାରତୀୟ ସେନା କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସୂତ୍ରରୁ ପ୍ରକାଶ ଯେ, ଏହି ଗୁଳିବିନିମୟରେ ପାକିସ୍ତାନ ପକ୍ଷରେ ବହୁତ କ୍ଷୟକ୍ଷତି ହୋଇଛି। ଯେଉଁଥିରେ ୪-୫ ଜଣ ଅନୁପ୍ରବେଶକାରୀ ନିହତ ହୋଇଥିବା ସୂଚନା ମିଳିଛି।

border

ଭାରତୀୟ ସେନା ପକ୍ଷରୁ କୁହାଯାଇଛି ଯେ, ପାକିସ୍ତାନୀ ସେନା ଓ ଅନୁପ୍ରବେଶକାରୀମାନେ ପ୍ରଥମେ ଗୁଳିଚାଳନା ଆରମ୍ଭ କରିଥିଲେ। କିନ୍ତୁ ଭାରତୀୟ ସେନା ଏହାର ଦୃଢ଼ ଜବାବ ଦେଇ ପାକିସ୍ଥାନର ଅନୁପ୍ରବେଶ ପ୍ରୟାସକୁ ବିଫଳ କରିଦେଇଛି। ଏହି ଘଟଣା କୃଷ୍ଣା ଘାଟି ଅଞ୍ଚଳରେ ଘଟିଥିବା ବେଳେ ଉଭୟ ପକ୍ଷ ମଧ୍ୟରେ ଅନେକ ସମୟ ଧରି ଗୁଳିବିନିମୟ ଚାଲିଥିଲା। ଭାରତୀୟ ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ ଏହି ଅଞ୍ଚଳରେ ମୁତୟନ ରହିଛି ବୋଲି ସୂଚନା ପ୍ରଦାନ କରିଛି।

"ଏପ୍ରିଲ ୧ ତାରିଖରେ ଏଲଓସି ଦେଇ ପାକିସ୍ତାନ ସେନାର ଅନୁପ୍ରବେଶ ଯୋଗୁ କୃଷ୍ଣାଘାଟି ସେକ୍ଟରରେ ଏକ ମାଇନ୍ ବିସ୍ଫୋରଣ ଘଟିଥିଲା। ଏହା ପରେ ପାକିସ୍ତାନ ସେନା ଦ୍ୱାରା ଗୁଳିଚାଳନା ଏବଂ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିଲା। ଆମର ସୈନ୍ୟମାନେ ପ୍ରଭାବଶାଳୀ ଭାବରେ ଜବାବ ଦେଇଥିଲେ। ପରିସ୍ଥିତି ନିୟନ୍ତ୍ରଣରେ ଅଛି ଏବଂ କଡ଼ା ନଜର ରଖାଯାଇଛି," ବୋଲି ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+