ପହଲଗାଓଁ ଆକ୍ରମଣ : ଏନଆଇଏ ପକ୍ଷରୁ ୧୫୯୭ ପୃଷ୍ଠାର ଚାର୍ଜସିଟ୍ ଦାଖଲ

ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ଘଟଣାର ତଦନ୍ତ କରୁଥିବା ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ସୋମବାର ଏହାର ଚାର୍ଜସିଟ୍ ଦାଖଲ କରିଛି। ଜାମ୍ମୁସ୍ଥିତ ସ୍ବତନ୍ତ୍ର ଏନଆଇଏ କୋର୍ଟ​ରେ ଦାଖଲ ହୋଇଥିବା ୧୫୯୭ ପୃଷ୍ଠାର ଚାର୍ଜସିଟ୍‌ରେ ମୋଟ ୮ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି। ଅଭିଯୁକ୍ତଙ୍କ ମଧ୍ୟରେ ୬ଜଣ ଆତଙ୍କବାଦୀ ଓ ଦୁଇଟି ଆତଙ୍କବାଦୀ ସଂଗଠନର ନାମ ରହିଛି। ଏହି ଆକ୍ରମଣ ପାଇଁ ପାକିସ୍ତାନସ୍ଥିତ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବା ଓ ଦ ରେଜିଷ୍ଟାନ୍ସ ଫୋର୍ସ (ଟିଆରଏଫ୍‌)କୁ ଦାୟୀ କରାଯାଇଛି। ଅଭିଯୁକ୍ତ ଦର୍ଶାଯାଇଥିବା ଆତଙ୍କବାଦୀମାନେ ହେଲେ ସାଜିଦ୍ ଜାଟ୍‌, ଫୈଜଲ୍‌ ଜାଟ୍‌ ଓରଫ୍ ସୁଲେମାନ ଶାହା, ହବିବ୍ ତାହିର ଓରଫ୍ ଜିବ୍‌ରାନ, ହମାଜ୍ ଆଫଗାନି, ବାସିର ଅହମ୍ମଦ ଓ ପରଭେଜ୍ ଅହମ୍ମଦ। ସାଜିଦ୍ ଭଟ୍ଟକୁ ପହଲଗାଓଁ ଆକ୍ରମଣର ମାଷ୍ଟରମାଇଣ୍ଡ ବୋଲି ଏନଆଇଏ ଏହାର ଚାର୍ଜସିଟ୍‌ରେ ଉଲ୍ଲେଖ କରିଛି। ସେ ଲସ୍କର-ଇ-ତୋଇବାର ଜଣେ ବରିଷ୍ଠ କମାଣ୍ଡର। ଏହା ସହିତ ଟିଆରଏଫର କାର୍ଯ୍ୟ ପରିଚାଳନା ମୁଖ୍ୟ।

NIA

ଏହି ୬ ଆତଙ୍କବାଦୀଙ୍କ ମଧ୍ୟରୁ ଫୈଜଲ୍‌ ଜାଟ୍‌, ହବିବ୍ ତାହିର, ହମାଜ୍ ଆଫଗାନିଙ୍କର ମୃତ୍ୟୁ ହୋଇସାରିଛି। ଜୁଲାଇ ୨୦୨୫ରେ ଭାରତ ସେନା ପକ୍ଷରୁ ଶ୍ରୀନଗରରେ ହୋଇଥିବା ଅପରେସନ ମହାଦେବରେ ଏହି ତିନି ଜଣଙ୍କର ମୃତ୍ୟୁ ହୋଇଛି। ବାସିର ଅହମ୍ମଦ ଓ ପରଭେଜ୍ ଅହମ୍ମଦ ହେଉଛନ୍ତି ସ୍ଥାନୀୟ ଆତଙ୍କବାଦୀ। ଏମାନେ ଆକ୍ରମଣକାରୀଙ୍କୁ ସହାୟତା ଯୋଗାଇ ଦେଇଥିଲେ।
ଏହିସବୁ ଆତଙ୍କବାଦୀଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ୍‌) ୨୦୨୩, ଆର୍ମସ୍ ଆଇନ ୧୯୫୯ ଏବଂ ୟୁଏପିଏ ୧୯୬୭ ଅନୁଯାୟୀ ଅନୁଯାୟୀ ଅଭିଯୋଗ ଆରୋପ କରାଯାଇଛି। ସାଜିଦ୍ ଜାଟ୍‌ ପାକିସ୍ତାନୀ ନାଗରିକ ହୋଇଥିବାବେଳେ ଏନଆଇଏ ପାଇଁ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ। ସାଜିଦ୍‌ର ପ୍ରକୃତ ନାମ ହବିବୁଲ୍ଲା ମଲିକ। ତା'ର ଘର ପାକିସ୍ତାନ ପଞ୍ଜାବ ପ୍ରଦେଶରେ। ତା'ର ମୁଣ୍ଡ ପାଇଁ ଏନଆଇଏ ୧୦ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛି। ହବିବୁଲ୍ଲା ଏକାଧିକ ନାମ ସୈଫୁଲ୍ଲା, ନୋମି, ନୁମାନ, ଲଙ୍ଗଡା, ଅଲି ସାଜିଦ୍, ଉସମାନ ହବିବ୍ ଓ ସାନି ନାମରେ ପରିଚିତ। ସାଜିଦ୍ ଇସଲମାବାଦସ୍ଥିତ ଲସ୍କର ମୁଖ୍ୟାଳୟରେ ରହି ନିଜର କାର୍ଯ୍ୟ ସମ୍ପାଦନ କରୁଥିବା ଏନଆଇଏ କହିଛି। ସୂଚନାଯୋଗ୍ୟ ୨୦୨୫ ଏପ୍ରିଲ ୨୨ରେ ଜାମ୍ମୁ-କାଶ୍ମୀରର ପହଲଗାଓଁରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଆକ୍ରମଣରେ ୨୫ଜଣ ପର୍ଯ୍ୟଟକଙ୍କ ସମେତ ୨୬ଜଣ ପ୍ରାଣ ହରାଇଥିଲେ। ଏହି ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଭାରତ ସାମରିକ ଅଭିଯାନ ଅପରେସନ ସିନ୍ଦୂର କରିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+