ପହଲଗାମ ଆତଙ୍କବାଦୀ ଆକ୍ରମଣ: ବହୁ ପ୍ରତିକ୍ଷୀତ ୟୁକେ ଗସ୍ତ ବାତିଲ୍ କଲେ ସଲମାନ ଖାନ
Pahalgam Terror Attack: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଚଳଚ୍ଚିତ୍ର ଶିଳ୍ପ ଏବଂ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଛି। ଏହି ଦୁଃଖଦ ଘଟଣା ପରେ, ଅନେକ ଅଭିନେତା ସେମାନଙ୍କର ନିର୍ଦ୍ଧାରିତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଛନ୍ତି। ହିନ୍ଦୀ ଚଳଚ୍ଚିତ୍ର ତାରକା ସଲମାନ ଖାନଙ୍କ ନାମ ତାଙ୍କର ବହୁ ପ୍ରତୀକ୍ଷିତ ୟୁକେ ଗସ୍ତକୁ ସ୍ଥଗିତ ରଖିବାର ନିଷ୍ପତ୍ତି ନେଇଛନ୍ତି।
ସଲମାନ ଖାନ ତାଙ୍କ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ଏହା ସହିତ, ସେ ଏହି କାର୍ଯ୍ୟକ୍ରମ ପାଇଁ ଟିକେଟ୍ କିଣିଥିବା ଲୋକଙ୍କ ଟଙ୍କା ଫେରସ୍ତ କରିବାକୁ ମଧ୍ୟ ଘୋଷଣା କରିଛନ୍ତି। ସଲମାନଙ୍କ ଏହି ନିଷ୍ପତ୍ତି ପରେ ତାଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ ଅଭିନେତାଙ୍କ ପ୍ରଶଂସା କରିବା ଆରମ୍ଭ କରି ଦେଇଛନ୍ତି ।

ସଲମାନ ଇନଷ୍ଟାଗ୍ରାମରେ ଲେଖିଛନ୍ତି, କଶ୍ମୀରରେ ଘଟିଥିବା ସାମ୍ପ୍ରତିକ ଦୁଃଖଦ ଘଟଣାବଳୀକୁ ଦୃଷ୍ଟିରେ ରଖି ଏବଂ ବହୁତ ଦୁଃଖର ସହିତ, ଆମେ ମେ ୪ ଏବଂ ୫ ତାରିଖରେ ମାଞ୍ଚେଷ୍ଟର ଏବଂ ଲଣ୍ଡନରେ ହେବାକୁ ଥିବା "ଦି ବଲିଉଡ୍ ବିଗ୍ ୱାନ୍ ଶୋ'କୁ ସ୍ଥଗିତ ରଖିବାର ନିଷ୍ପତ୍ତି ନେଇଛୁ।
ହେଲେ ଏହା ଆମେ ବି ଜାଣିଛୁ ଯେ, ପ୍ରଶଂସକମାନେ ଏହି କନସର୍ଟ ପାଇଁ କେତେ ଉତ୍ସାହିତ ଥିଲେ । ହେଲେ ଦୁଃଖଦ ସମୟରେ ଆମେ ଏହି ନିଷ୍ପତ୍ତି ନେବା ପାଇଁ ବାଧ୍ୟ । ନିରାଶା କିମ୍ବା ଅସୁବିଧା ପାଇଁ ଆମେ ଆନ୍ତରିକ ଭାବରେ କ୍ଷମା ପ୍ରାର୍ଥନା କରୁଛୁ ଏବଂ ଆପଣଙ୍କ ସମର୍ଥନ ପାଇଁ ଆମେ ଗଭୀର ଭାବରେ କୃତଜ୍ଞ। ଶୋ'ର ନୂତନ ତାରିଖ ଖୁବ୍ ଶୀଘ୍ର ଘୋଷଣା କରାଯିବ।
ସଲମାନ ଖାନଙ୍କ ଏହି ପୋଷ୍ଟ ପରେ ତାଙ୍କ ଫ୍ୟାନ୍ସ ଭାଇଜାନଙ୍କର ପ୍ରଶଂସା କରିଛନ୍ତି । ଜଣେ ୟୁଜର୍ ଲେଖିଛନ୍ତି ଭାଇଜାନ ପୁଣି ପ୍ରମାଣ କରିଛନ୍ତି ଯେ ସେ ଜଣେ ରିୟଲ ହିରୋ । ଆମ ସୁପରଷ୍ଟାର ପାଇଁ ଆମେ ଗର୍ବିତ ।












Click it and Unblock the Notifications