ପହଲଗାମ ଆତଙ୍କୀ ହମଲାକୁ ନିନ୍ଦା, ଜାଣନ୍ତୁ ଘାଟିରେ ବଡ଼ ଆତଙ୍କୀ ଆକ୍ରମଣ ଇତିହାସ

ଜମ୍ମୁ-କାଶ୍ମୀର ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସାରା ବିଶ୍ୱରୁ ଭାରତ ପ୍ରତି ସମର୍ଥନ ଆସୁଛି । ଆତଙ୍କୀ ହାମଲାରେ 26 ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ଆତଙ୍କବାଦୀ । ଏପଟେ ସାଉଦି ଆରବ ଗସ୍ତ ଅଧାରୁ ଛାଡି ସ୍ବଦେଶ ଫେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସମଗ୍ର ବିଶ୍ୱରୁ ଭାରତକୁ ସମର୍ଥନ, ଆକ୍ରମଣକୁ ନିନ୍ଦା-

ଆମେରିକା, ଋଷ, ୟୁଏଇ, ଇରାନ, ନେପାଳ, ଶ୍ରୀଲଙ୍କା, ଇସ୍ରାଏଲ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ, ବ୍ରିଟେନ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି । ଏହା ସହିତ ଆତଙ୍କବାଦ ବିରୋଧ ଲଢେଇରେ ଭାରତ ସହିତ ସମସ୍ତେ ଠିଆ ହୋଇଛନ୍ତି । ଏପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଫୋନରେ ଆକ୍ରମଣ ନେଇ ବାର୍ତ୍ତାଳାପ କରିଛନ୍ତି । ଆମେରିକା ରାଷ୍ଟ୍ରପତି ଲେଖିଛନ୍ତି, କାଶ୍ମୀର ଖବର ଶୁଣି ମୁଁ ଗଭାର ଭାବେ ମର୍ମାହିତ । ଆମେରିକା ଏହି ସମୟରେ ଭାରତ ସହିତ ଠିଆ ହୋଇଛି ।

Pahalgam terror attack
ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଋଷ ଏହି ସମୟରେ ଠିଆ ହୋଇଛି ବୋଲି ଲେଖିଛନ୍ତି । ଏପରି ଦୁଃଖଦ ସମୟରେ ପରିବାର ସଦସ୍ୟମାନଙ୍କ ପ୍ରତି ଋଷ ରାଷ୍ଟ୍ରପତି ଗଭୀର ସମବେଦନା ଜଣାଇବା ସହ ମୃତକଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ଏହା ସହିତ ନେପାଳ, ଇରାନ ଏବଂ ୟୁଏଇ ଭାରତ ସହିତ ଏହି ଘଡିସନ୍ଧି ମୁହୂର୍ତ୍ତରେ ଠିଆ ହୋଇଛନ୍ତି ।
  • 2024 ନଭେମ୍ବର 4 ତାରିଖ, ଶ୍ରୀନଗର ଲାଲ ଚୌକରେ ଗ୍ରେନେଡ ଆକ୍ରମଣ 14 ଆହତ
  • 2024 ଜୁଲାଇ 9 କାଠୁଆରେ ସେନା ଗାଡି ଉପରେ ଆକ୍ରମଣ 5 ମୃତ
  • 2024 ଜୁନ 9 ରଷେଇରେ ଯାତ୍ରୀବାହୀ ବସ ଉପରେ ଆକ୍ରମଣ 9 ମୃତ
  • 2023 ଡିସେମ୍ବାର 21 ରାଜୌରୀରେ ଆଇଡି ବିସ୍ଫୋରଣ 5 ମୃତ
  • 2023 ମେ 5 ତାରିଖ ସେନା ଗାଡି ଉପରେ ଆକ୍ରମଣ 5 ମୃତ
  • 2023 ଏପ୍ରିଲ 20 ପୁଞ୍ଝରେ ସେନା ଗାଡି ଉପରେ ଆକ୍ରମଣ 5 ମୃତ
  • 2023 ଜାନୁଆରୀ 1 ରାଜୌରୀରେ ସାଧାରଣ ଲୋକଙ୍କୁ ଆକ୍ରମଣ 4 ମୃତ
  • 2022 ଅଗଷ୍ଟ 11 ତାରିଖରେ ରଜୌରୀରେ ଆତ୍ମଘାତୀ ବିସ୍ଫୋରଣ 5 ମୃତ
  • 2021 ଡିସେମ୍ବର 12 ତାରିଖରେ ଶ୍ରୀନଗରରେ ପୋଲିସ ଗାଡି ଉପରେ ଆକ୍ରମଣ 3 ମୃତ
  • 2020 ଅକ୍ଟୋବର 29 ତାରିଖରେ ବିଜେପି କର୍ମୀଙ୍କୁ ଆକ୍ରମଣ 3 ମୃତ
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+