Pahalgam Terror Attack: କଶ୍ମୀରରେ ପହଞ୍ଚି ଭୋ ଭୋ ହୋଇ କାନ୍ଦିଲେ ଅପରାଜିତା
ଆତଙ୍କବାଦୀ ହମଲାରେ ମୃତ ଓଡ଼ିଆ ପର୍ଯ୍ୟଟକଙ୍କ ପତ୍ନୀ ଓ ପୁଅକୁ ପହଲଗାମରେ ଭେଟିଛନ୍ତି ଭୁବନେଶ୍ବର ଏମପି ଅପରାଜିତା ଷଡ଼ଙ୍ଗୀ। ସେ ଏହାକୁ ନିନ୍ଦା କରିବା ସହ ପରିବାରକୁ ସାନ୍ତନ୍ବା ଦେଇଛନ୍ତି।
ମଙ୍ଗଳବାର ଅପରାହ୍ନରେ ଜମ୍ମୁ ଓ କଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରିବାରୁ ଦୁଇଜଣ ବିଦେଶୀ ପର୍ଯ୍ୟଟକଙ୍କ ସମେତ ୨୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୦ ଜଣ ଆହତ ହୋଇଛନ୍ତି। ଏହି ଆକ୍ରମଣର ଦାୟିତ୍ୱ ଲସ୍କର-ଏ-ତୈବାର ହିଟ ସ୍କ୍ବାଡ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (TRF) ନେଇଛି, ଯାହା କଶ୍ମୀରରେ ଆତଙ୍କର ନୂତନ ପ୍ରତିଶବ୍ଦ ପାଲଟିଛି।
Pahalgam Attack ପରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବୁଧବାର ପହଲଗାମର ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଏହି ସମୟରେ, ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସାଉଦି ଆରବ ଗସ୍ତରୁ ଭାରତ ଫେରି ଆସିଛନ୍ତି। ବୁଧବାର ସେ ଜମ୍ମୁ ଓ କଶ୍ମୀର ଗସ୍ତ କରିବାର ସମ୍ଭାବନା ରହିଛି।

ଆତଙ୍କବାଦୀ ଘଟଣା ସମ୍ପର୍କରେ ଅମିତ ଶାହା କହିଛନ୍ତି ଯେ ଏହି ଜଘନ୍ୟ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଲୋକଙ୍କୁ ଛଡ଼ାଯିବ ନାହିଁ ଏବଂ ଆମେ ଅପରାଧୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କୁ କଠୋରତମ ଦଣ୍ଡ ଦେବୁ। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କିଛି ସମୟ ପୂର୍ବରୁ ଶ୍ରୀନଗରରେ ପହଞ୍ଚିଥିଲେ। ସ୍ବରାଷ୍ଟ୍ରମନ୍ତ୍ରୀ ସମସ୍ତ ଏଜେନ୍ସି ସହିତ ଏକ ସୁରକ୍ଷା ସମୀକ୍ଷା ବୈଠକ କରିଥିଲେ।
ପହଲଗାମରେ ହୋଇଥିବା Terror Attack ସମ୍ପର୍କରେ ଅମିତ ଶାହା କହିଛନ୍ତି ଯେ ଭାରତ ଆତଙ୍କବାଦ ଆଗରେ ମୁଣ୍ଡ ନୁଆଁଇବ ନାହିଁ। ଏହି ନୃଶଂସ ଆତଙ୍କବାଦୀ ଆକ୍ରମଣର ଦୋଷୀମାନଙ୍କୁ ଛଡ଼ାଯିବ ନାହିଁ ।
ପହଲଗାମରେ ସମ୍ପ୍ରତି ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ବିଷୟରେ ଆଲୋଚନା କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ଚାଲିଛି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ପ୍ରତିରକ୍ଷା ମୁଖ୍ୟ (CDS) ଅନିଲ ଚୌହାନ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲ ବୈଠକରେ ଉପସ୍ଥିତ ଅଛନ୍ତି।












Click it and Unblock the Notifications