ପହଲଗାମ ଆକ୍ରମଣ : ରାଜ୍ୟରେ ହାଇ ଆଲର୍ଟ ଜାରି ପରେ ସୁରକ୍ଷା କଡାକଡି
ପହଲଗାମ ଆକ୍ରମଣ ପରେ ବଢ଼ିଲା ସୁରକ୍ଷା। ରାଜ୍ୟରେ ହାଇ ଆଲର୍ଟ ଜାରି ପରେ ବଢ଼ିଛି ସୁରକ୍ଷା। ଏନେଇ ଭୁବନେଶ୍ୱର ଷ୍ଟେସନରେ ଆରପିଏଫ ପକ୍ଷରୁ ଜୋରଦାର ହୋଇଛି ଚେକିଂ। ଆରପିଏଫ ପକ୍ଷରୁ ଷ୍ଟେସନର ପ୍ରତିଟି କୋଣ ତନ୍ନ ତନ୍ନ କରି ଯାଞ୍ଚ କରାଯାଇଛି।
ଭୁବନେଶ୍ୱର ରେଳ ଷ୍ଟେସନ ସମେତ ଖୋର୍ଦ୍ଧା, ଷ୍ଟେସନ କଟକ ଓ ଯାଜପୁର ଭଳି ବାଲେଶ୍ବର ଓ ବିଭିନ୍ନ ରେଳ ଷ୍ଟେସନରେ ଯାଂଚ କରିଛନ୍ତି ଆରପିଏଫ କର୍ମଚାରୀ। ଲୋକଙ୍କ ଆତଯାତ ଓ ଉପସ୍ଥିତିକୁ ଦୃଷ୍ଟି ଦିଆଯାଇଛି। ରେଳ ଷ୍ଟେସନରେ ସମସ୍ତ ପ୍ରକାର ସୁରକ୍ଷାକୁ କଡାକଡି ଭାବେ ଯାଂଚ କରାଯାଉଛା। ଏପରିକି ରେଳ ଯାତ୍ରୀଙ୍କ ଉପରେ ନଜର ରଖାଯିବା ସହ ଷ୍ଟେସନରେ ସଂଦେହ ଜନକ କିଛି ଜିନିଷ ବା କୋୖଣସି ନିଛାଟିଆ ସ୍ଥାନକୁ ମଧ୍ୟ ଆରପିଏଫ୍ ଯାଂଚ କରିଛି। ଲୋକଙ୍କ ଗହଳିକୁ ଦୃଷ୍ଟିରେ ରଖି ସିସିଟିଭି କଣ୍ଟ୍ରୋଲ ରୁମ୍ ଜରିଆରେ ଭିଡ଼ ଉପରେ ନଜର ରଖାଯାଉଛି। ଲୋକଙ୍କ ଆସବାବ ପତ୍ର ଓ ଷ୍ଟେସନ ଭିତରକୁ ନେଇ ପଶୁଥିବା ସଂଦେହ ଜନକ ସାମଗ୍ରିକୁ ମଧ୍ୟ ଯାଂଚ କରୁଛନ୍ତି।

ସେହିପରି ସହରରେ ମଧ୍ୟ କମିସନରେଟ ପୋଲିସ ପକ୍ଷରୁ ପାଟ୍ରୋଲିକୁ କଡାକଡି କରଯାଇଛି। ଏନେଇ ବିଭିନ୍ନ ସିଫ୍ଟରେ ଥିବା ପିସିଆର ଓ ଥାନା ଷ୍ଟାଫ୍ ମଧ୍ୟ ସହରରେ ପଇଁତରା ମାରୁଛନ୍ତି। ରାତିରେ ବ୍ଲକି, ଚେକି ପାଇଁ ମଧ୍ୟ ତୟାର୍ ରହିଛନ୍ତି। ବସଷ୍ଟାଣ୍ଡ, ସଂପି ମଲ୍ ଓ ବିଭିନ୍ନ ମନ୍ଦିର ଓ ପାର୍କ ଆଦି ସ୍ଥାନରେ ମଧ୍ୟ ସୁରକ୍ଷା ବଢାଇ ଦିଆଯାଇଛି। ଏଥିପାଇଁ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥାର ପ୍ରସ୍ତୁତି ସହ ପୋଲିସ ସହରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନମାନଙ୍କରେ ନଜର ରଖିଛି।
ଏନେଇ ଭୁବନେଶ୍ୱର ଡିସିପି ଜଗମୋହନ ମୀନା ସୂଚନା ଦେଇ କହିଛନ୍ତି ଯେ, ଆମେ ଆଲର୍ଟ ରହିଛୁ । ଆମର ଷ୍ଟାଫ୍ ମାନଙ୍କୁ ଏନେଇ କଡ଼ା ନଜର ରଖିବା ପାଇଁଁ କୁହାଯାଇଛି। ରାତ୍ରି କାଳୀନ ଚେକିଂ ଜୋରଦାର କରିବା ପାଇଁ ମଧ୍ୟ କର୍ମଚରୀଙ୍କୁ କୁହାଯାଇଛି। ଏନେଇ ଆମେ ସହରର ବିଭିନ୍ନ ସ୍ଥାନ, ଜନ ଗହଳି ଓ ଅନ୍ୟାନ୍ୟ ଦିଗ ପ୍ରତି ନଜର ରଖିଛୁ। ସମସ୍ତ ପ୍ରକାର ପ୍ରସ୍ତୁତି ସହ ଆଲର୍ଟ ରହି ଆମେ ନଜର ରଖିଛୁ।
ଗତକାଲି ପୋଲିସ ମୁଖ୍ୟାଳୟରୁ ସମସ୍ତ ଜିଲ୍ଲା ଏସପି ଓ ଡିସିପି ମାନଙ୍କୁ ଏନେଇ ନିର୍ଦେଶନାମା ଜାରି କରାଯାଇଥିଲା। ଏନେଇ ପୋଲିସ ମୁଖ୍ୟାଳୟରୁ ରାଜ୍ୟର ସମସ୍ତ ଜିଲ୍ଲା ଏସପି ଓ ଡିସିପି ଓ ସ୍ପେଶାଲ ସିକୁରିଟି ବାଟଲିୟନ ମାନଙ୍କୁ ଚିଠି ଜରିଆରେ ଅବଗତ କରାଯାଇଛି। ଏଥିପାଇଁ ଯଥା ସମ୍ଭବ ଆଗୁଆ ପ୍ରସ୍ତୁତ ରହିବା ପାଇଁ କିଛି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ବିଶେଷକରି ଏନେଇ ଜନସାଧାରଣଙ୍କ ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିକୁ ଧ୍ୟାନ ଦେବାକୁ ପରାମର୍ଶ କରାଯାଇଛି। ବିଶେଷ କରି ରାଜ୍ୟକୁ ଆସୁଥିବା ପର୍ଯଟକ ଓ ସେମାନଙ୍କ ଗତିବିଧିକୁ ଦୃଷ୍ଟିରେ ରଖି ସେମାନଙ୍କ ଗନ୍ତବ୍ୟ ସ୍ଥଳ ଓ ରହଣିସ୍ଥଳ ମାନଙ୍କ ଉପରେ ସୁରକ୍ଷାକୁ ଗୁରୁତ୍ବ ଦେବାକୁ ନିର୍ଦେଶାବଳୀ ଜାରି କରାଯାଇଛି ।












Click it and Unblock the Notifications