Pahalgam Attack: ଆରବ ସାଗରରେ ଘନଘନ ମିସାଇଲ ପରୀକ୍ଷା କଲା ଭାରତ
ଆରବ ସାଗରରେ ଭାରତୀୟ ନୌସେନା ଯୁଦ୍ଧ ଜାହାଜର ଗର୍ଜନ । ଆରବ ସାଗରରେ ଘନଘନ ମିସାଇଲ ପରୀକ୍ଷା କଲା ଭାରତ। ପହଲଗାମ ଆତଙ୍କୀ ପରେ ନୌସେନାର ମିସାଇଲ ପରୀକ୍ଷଣ। ଦେଶର ସାମୁଦ୍ରିକ ସୁରକ୍ଷାକୁ ନେଇ ଭାରତୀୟ ନୌସେନା ପ୍ରସ୍ତୁତ ।

ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ କଶ୍ମୀରରେ ଥିବା ଆତଙ୍କବାଦୀ ଓ ସେମାନଙ୍କ ସମର୍ଥକମାନଙ୍କୁ ଧରିବା ପାଇଁ ବ୍ୟାପକ ଚଢ଼ାଉ ଜାରି ରହିଛି । କେତେଜଣ ଆତଙ୍କବାଦୀଙ୍କ ଘର ଭଙ୍ଗାଯିବା ସହ ସେମାନଙ୍କ ସୁରକ୍ଷିତ ଆଡ୍ଡା ଉପରେ ଚଢ଼ାଉ କରାଯାଇ ଶତାଧିକ ସହାୟକଙ୍କୁ ଅଟକ ରଖାଯାଇଛି ।
ଗତ ମଙ୍ଗଳବାର ଆତଙ୍କବାଦୀମାନେ ପହଲଗାମ୍ର ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ ବୈସରନରେ ଆକ୍ରମଣ କରି ୨୬ ପର୍ଯ୍ୟଟକଙ୍କୁ ହତ୍ୟା କରିଥିଲେ। ସୁରକ୍ଷା ବଳ ସମଗ୍ର ଉପତ୍ୟକାରେ ଥିବା ଜଣାଶୁଣା ଆତଙ୍କବାଦୀ ସଂଗଠନ ଏବଂ ସେମାନଙ୍କ ସହଯୋଗୀଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରଖିଛି । ଗତ ୪୮ ଘଣ୍ଟା ମଧ୍ୟରେ ୫ ଜଣ ଆତଙ୍କବାଦୀଙ୍କ ଘର ଭଙ୍ଗାଗଲାଣି । ଆତଙ୍କବାଦ ସହ ଜଡ଼ିତ ଅନ୍ୟମାନଙ୍କ ବିରୋଧରେ ମଧ୍ୟ ଅନୁରୂପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧିକାରୀମାନେ କହିଛନ୍ତି । ଗୁରୁବାର ରାତିରେ ଏକ ରହସ୍ୟମୟ ବିସ୍ଫୋରଣରେ ୨ ସକ୍ରିୟ ଆତଙ୍କବାଦୀ ବିଜବେହରା ଅଞ୍ଚଳର ଆଦିଲ ଠୋକର ଏବଂ ତ୍ରାଲ ଅଞ୍ଚଳର ଅସିପ୍ ଶେଖ୍ଙ୍କ ଘର ଧ୍ୱଂସ କରାଯାଇଛି । ଉଭୟ ପହଲଗାମ୍ ଆକ୍ରମଣ ସହ ସମ୍ପୃକ୍ତ ଥିବା କୁହାଯାଉଛି ।
୪ ଦକ୍ଷିଣ କଶ୍ମୀର ଜିଲାରୁ ସୁରକ୍ଷା ବଳ ଶତାଧିକ ଓଭରଗ୍ରାଉଣ୍ଡ ଓ୍ବାର୍କର(ଓଡବ୍ଲ୍ୟୁଜି) ଓ ସେମାନଙ୍କ ସହଯୋଗୀଙ୍କୁ ଅଟକ ରଖି ପଚରାଉଚରା କରୁଛି । ଶୁକ୍ରବାର ବନ୍ଦିପୋରା ଜିଲାରେ ଏଭଳି କାର୍ଯ୍ୟାନୁଷ୍ଠାନ ବେଳେ ଆତଙ୍କବାଦୀଙ୍କ ଗୁଳିରେ ଓଡବ୍ଲ୍ୟୁଜି ଅଲତାଫ ଲାଲ୍ଲି ନିହତ ହେବା ସହ ୨ ଜଣ ପୋଲିସ ଆହତ ହୋଇଥିଲେ । ଶନିବାର ଶ୍ରୀନଗରରେ ୨ ଡଜନରୁ ଊର୍ଦ୍ଧ୍ୱ ସ୍ଥାନରେ ଚଢ଼ାଉ କରାଯାଇଛି । ଅନନ୍ତନାଗ ଜିଲାରେ ୨୪ ଘଣ୍ଟିଆ ତଲାସି ଅଭିଯାନ ଜାରି ରହିଥିବାବେଳେ ସୁରକ୍ଷା ବଳ ସଜାଗ ରହିଛନ୍ତି ।












Click it and Unblock the Notifications