ପହଲଗାମ ଆକ୍ରମଣ: ୯ ଦିନରେ ମୋଦି ସରକାରଙ୍କ ୯ଟି ବଡ଼ ପଦକ୍ଷେପ

Pahalgam Attack: ପହଲଗାମ ଆତଙ୍କବାଦୀ ଆକ୍ରମଣପରେ ଭାରତ ପାକିସ୍ତାନ ବିରୋଧରେ ନେଉଛି ବଡ଼ ବଡ଼ ପଦକ୍ଷେପ । ୨୨ ଏପ୍ରିଲରେ ଜମ୍ମୁ ଓ କାଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ନିରସ୍ତ୍ର ଏବଂ ନିରୀହ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରିଥିଲେ ଯେଉଁଥିରେ ୨୬ ଜଣଙ୍କ ମୃତ୍ୟୁ ଘଟିଥିଲା । ଯାହା ପରେ ୯ ଦିନ ଭିତରେ ଭାରତ ନେଇ ୯ଟି ବଡ଼ ପଦକ୍ଷେପ ।

ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପ୍ରତ୍ୟେକ କ୍ଷେତ୍ରରେ ପାକିସ୍ତାନ ଉପରେ ଚାପ ପକାଇବା ଆରମ୍ଭ କରିଛି । ଏହି ଆକ୍ରମଣରେ ୨୬ ଜଣ ନିର୍ଦ୍ଦୋଷ ଲୋକଙ୍କ ମୃତ୍ୟୁ ପରେ, କେନ୍ଦ୍ର ସରକାର କଠୋର ପଦକ୍ଷେପ ନେଇଛନ୍ତି, ଯାହା ପାକିସ୍ତାନକୁ କୂଟନୈତିକ, ଅର୍ଥନୈତିକ ଏବଂ ରଣନୈତିକ ସ୍ତରରେ ଏକ ବଡ଼ ଧକ୍କା ଦେଇଛି।

ମୋଦି ସରକାର ୯ ଦିନରେ ୯ଟି ଏପରି ତୀକ୍ଷ୍ଣ ଆକ୍ରମଣ କରିଛନ୍ତି ଯାହା ଫଳରେ ପାକିସ୍ତାନ ସବୁ ଦିଗରୁ ଘେରି ରହିଛି - ସ୍ଥଳ, ଜଳ ଏବଂ ଆକାଶ। ଭାରତ ସରକାର ବୁଧବାର ଦିନ ପାକିସ୍ତାନୀ ବିମାନ ପାଇଁ ଆକାଶ ସୀମା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Pahalgam attack

ଅଟାରୀ-ୱାଘା ସୀମା ସିଲ୍

୨୨ ତାରିଖରେ ଆକ୍ରମଣର ପରଦିନ ଅର୍ଥାତ୍ ୨୩ ଏପ୍ରିଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିସିଏସ୍ ବୈଠକରେ ପ୍ରଥମ ବଡ଼ ନିଷ୍ପତ୍ତି ନିଆଯାଇଥିଲା। ପାକିସ୍ତାନୀ ନାଗରିକଙ୍କ ପ୍ରବେଶକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଭାରତ-ପାକିସ୍ତାନ ଅଟାରୀ ଚେକ୍ ପୋଷ୍ଟକୁ ଅସ୍ଥାୟୀ ଭାବରେ ବନ୍ଦ କରାଯାଇଛି ।

ପାକିସ୍ତାନୀ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବାକୁ ନିର୍ଦ୍ଦେଶ
ଭାରତ ଏହି କୂଟନୀତିକ ମୋର୍ଚ୍ଚାରେ କଠୋର ମନୋଭାବ ଗ୍ରହଣ କରି ପାକିସ୍ତାନରେ ଥିବା ଏହାର ଦୂତାବାସକୁ ଅସ୍ଥାୟୀ ଭାବରେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା।ଭାରତରେ କାର୍ଯ୍ୟରତ ପାକିସ୍ତାନୀ କୂଟନୀତିଜ୍ଞମାନଙ୍କୁ ୪୮ ଘଣ୍ଟା ମଧ୍ୟରେ ଦେଶ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଉଚ୍ଚାୟୋଗ କର୍ମଚାରୀଙ୍କ ସଂଖ୍ୟା ହ୍ରାସ ଭାରତ ଏବଂ ପାକିସ୍ତାନର ଉଚ୍ଚାୟୋଗରେ କାର୍ଯ୍ୟରତ କର୍ମଚାରୀଙ୍କ ସଂଖ୍ୟା ୩୦ କୁ ହ୍ରାସ କରାଯାଇଛି।


SAARC
ଭିସା ଛାଡ଼ ଉପରେ ପ୍ରତିବନ୍ଧକ

ପାକିସ୍ତାନକୁ ଦିଆଯାଉଥିବା SAARC ଭିସା ଛାଡ଼ ସୁବିଧାକୁ ତୁରନ୍ତ ପ୍ରଭାବରୁ ବନ୍ଦ କରିଦିଆଯାଇଛି। ଏହା ଯୋଗୁଁ, ପାକିସ୍ତାନୀ ନାଗରିକମାନେ ଆଉ କୌଣସି ସ୍ୱତନ୍ତ୍ର ଭିସା ଛାଡ଼ ପାଇପାରିବେ ନାହିଁ।

ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ

୧୯୬୦ର ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ କରିବା। ଏହି ନିଷ୍ପତ୍ତି ପାକିସ୍ତାନର କୃଷି, ବିଦ୍ୟୁତ୍ ଏବଂ ଜଳ ଯୋଗାଣ ଉପରେ ଗମ୍ଭୀର ପ୍ରଭାବ ପକାଇପାରେ , କାରଣ ଦେଶର ଅଧିକାଂଶ ଜଳ ନିର୍ଭରଶୀଳତା ସିନ୍ଧୁ ପ୍ରଣାଳୀ ଉପରେ।

ଡିଜିଟାଲ୍ ଷ୍ଟ୍ରାଇକ୍

ଭାରତ ସରକାର ୧୬ଟି ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ୍ ଏବଂ ଭାରତ ବିରୋଧୀ ପ୍ରଚାରରେ ଲିପ୍ତ ଥିବା ଅନେକ X (ପୂର୍ବରୁ ଟ୍ୱିଟର୍) ହ୍ୟାଣ୍ଡେଲ୍‌କୁ ବ୍ୟାନ୍ କରିଛି ।

ସେନାକୁ ସମ୍ପୁର୍ଣ୍ଣ ଅଧିକାର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେନା ମୁଖ୍ୟମାନଙ୍କ ସହ ଏକ ବୈଠକରେ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ସଶସ୍ତ୍ର ବାହିନୀ ଆତଙ୍କବାଦ ବିରୁଦ୍ଧରେ ଯେକୌଣସି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମ୍ପୂର୍ଣ୍ଣ ସ୍ୱାଧୀନ।

LOC ଉପରେ କଡ଼ା ଜବାବ
ସୀମାରେ ପାକିସ୍ତାନ ଦ୍ୱାରା ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ ଦେଇଛି ଭାରତୀୟ ସେନା। ଗୁଇନ୍ଦା ରିପୋର୍ଟ ଅନୁଯାୟୀ, ପାକିସ୍ତାନ ସୀମାରୁ ଆତଙ୍କବାଦୀ ଲଞ୍ଚ ପ୍ୟାଡଗୁଡ଼ିକୁ ପଛକୁ ସ୍ଥାନାନ୍ତର କରିବାକୁ ଚେଷ୍ଟା ଆରମ୍ଭ କରିଛି।

ଆକାଶମାର୍ଗ ବନ୍ଦ
ଭାରତ ଏପ୍ରିଲ ୨୦ ରୁ ମଇ ୨୩ ପର୍ଯ୍ୟନ୍ତ ପାକିସ୍ତାନ ପାଇଁ ତାର ଆକାଶମାର୍ଗ ବନ୍ଦ କରିଦେଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+