କଂଗ୍ରେସକୁ ଲାଗିଲା ବଡ଼ ଝଟକା, ଏହି ରାଜ୍ୟର ପୂର୍ବତନ ସିଏମଙ୍କ ଝିଅ ଛାଡ଼ିଲେ ହାତ, ଧରିଲେ ପଦ୍ମ
୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଝଟକା ପରେ ଝଟକା ଲାଗିବାରେ ଲାଗିଛି । ଅନ୍ୟପଟେ ଲୋକସଭା ନିର୍ବାନ ପୂର୍ବରୁ ବିଜେପି ଦକ୍ଷିଣ ଭାରତରେ ନିଜର ସ୍ଥିତିକୁ ମଜବୁତ କରିବାରେ ଲାଗିଛି । ଆଉ ଏହାରି ଭିତରେ କଂଗ୍ରେସରୁ ପାଞ୍ଚ ଥର କେରଳର ମୁଖ୍ୟମନ୍ତ୍ରୀ ଥିବା କରୁଣାକରନଙ୍କ ଝିିଅ ପଦ୍ମଜା ଭେନୁଗୋପାଲ ହାତ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି । ପ୍ରକାଶ ଜାଭଡେକର ତାଙ୍କୁ ଦିଲ୍ଲୀରେ ଦଳର ସଦସ୍ୟତା ପ୍ରଦାନ କରିଛନ୍ତି ।
କୁହାଯାଉଛି ଯେ, ପଦ୍ମଜା ଗତ କିଛି ଦିନ ହେବ କଂଗ୍ରେସ ନେତୃତ୍ୱ ଉପରେ ଅସନ୍ତୁଷ୍ଟ ରହିଥିଲେ , ଯାହା ପରେ କି ସେ ବିଜେପିରେ ଯୋଗ ଦେଇପାରନ୍ତି ବୋଲି କଳ୍ପନାଜଳ୍ପନା ତୀବ୍ର ହୋଇଥିଲା । ଏହି କଳ୍ପନାଜଳ୍ପନାର ଅନ୍ତ ଘଟାଇ ପଦ୍ମଜା ନିଜେ ଗଣମାଧ୍ୟମକୁ କହିଛନ୍ତି ଯେ ତାଙ୍କ ହୃଦୟରେ ଯନ୍ତ୍ରଣା ତାଙ୍କୁ କଂଗ୍ରେସ ଛାଡିବାକୁ ବାଧ୍ୟ କରିଛି ।

ପଦ୍ମଜା କହିଛନ୍ତି ଯେ ତାଙ୍କୁ କଂଗ୍ରେସ ଦଳ ଭିତରେ ଅନେକ ଅପମାନ ସହିବାକୁ ପଡିଛି । ଏବଂ ସେ ଦୁଃଖର ସହ ଦଳ ଛାଡି ଯାଉଛନ୍ତି । ପଦ୍ମଜା ଏହା ମଧ୍ୟ କହିଥିଲେ ଯେ ଅପରାହ୍ନ ୫ ଟାରେ ବିଜେପିରେ ସେ ଯୋଗ ଦେବ । କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ରାଶି ଏ.କେ ଆଣ୍ଟୋନିଙ୍କ ପୁଅ ଅନିଲ ଆଣ୍ଟୋନି ବିଜେପିରେ ଯୋଗଦେବାର ପ୍ରାୟ ଏକ ବର୍ଷ ପରେ କେରଳର ଜଣେ ପ୍ରମୁଖ ନେତାଙ୍କ ଝିିଅ ବିଜେପିରେ ଯୋଗଦେବାର ଅନେକ ଅର୍ଥ ରହିଛି ।
ଯଦି ଆମେ ବିଜେପି ପ୍ରାର୍ଥୀଙ୍କ ପ୍ରଥମ ତାଲିକାକୁ ଦେଖିବା ତେବେ ଦଳ କେରଳର ତିରୁବନନ୍ତପୁରମରୁ କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କୁ ପ୍ରାର୍ଥୀ କରିଛି ଦଳ । ଏହି ଆସନ ହେଉଛି ବରିଷ୍ଠ କଂଗ୍ରେସ ନେତା ଶଶି ଥରୁରଙ୍କ ହାଇ-ପ୍ରୋଫାଇଲ୍ ଆସନ । କାରଣ ସେ ଏଠାରୁ ୩ଥର ବିଜୟ ହୋଇଛନ୍ତି ।
ଯେପର୍ଯ୍ୟନ୍ତ ଥରୁରଙ୍କୁ ଏଠାରୁ ମଇଦାନକୁ ଓହ୍ଲାଇନି ଦଳ ସେହି ସମୟ ମଧ୍ୟରେ ଏଠାରେ ବିଜେପି ନିଜର ସ୍ଥିତିକୁ ଆହୁରି ମଜବୁତ କରିବାକୁ ଚାହୁଁଛି । ଭେଟେରାନ କଂଗ୍ରେସ ନେତା ଏ.କେ ଆଣ୍ଟୋନିଙ୍କ ପୁଅ ଅନୀଲ ଆଣ୍ଟୋନି ମଧ୍ୟ କେରଳର ପଠାନମତିଠାରୁ ପ୍ରତିଦ୍ୱନ୍ଦ୍ୱିତା କରିବେ । ଏଭଳି ପରିସ୍ଥିତିରେ ବର୍ତ୍ତମାନ ପଦ୍ମଜାଙ୍କ ଦଳରେ ଯୋଗଦେବା ଦକ୍ଷିଣ ଭାରତର ନେତାଙ୍କ ବିଜେପି ଉପରେ ଥିବା ଆତ୍ମବିଶ୍ୱାସକୁ ଦର୍ଶାଉଛି ।












Click it and Unblock the Notifications