ଓସାମୁ ସୁଜୁକୀ ପାଇବେ ପଦ୍ମ ବିଭୂଷଣ
କେନ୍ଦ୍ର ସରକାରଙ୍କ ପକ୍ଷରୁ ଗଣତନ୍ତ୍ର ଦିବସର ପୂର୍ବ ସାରେ ପଦ୍ମ ପୁରସ୍କାର ୨୦୨୫ ଘୋଷଣା କରାଯାଇଛି। ୩୦ ଜଣିଆ ଏହି ତାଲିକାରେ ଅନେକେ ଅଜ୍ଞାତ ଏବଂ ନିଆରା ପଦ୍ମ ବିଜେତା ଅଛନ୍ତି, ଯେଉଁଥିରେ କୁଏତର ଯୋଗ ପ୍ରଶିକ୍ଷକ ସମ୍ରାଟ ହରିମାନ ଏବଂ ବ୍ରାଜିଲର ବେଦାନ୍ତ ଗୁରୁ ଜୋନାସ୍ ମାସେଟ୍ଙ୍କ ନାମ ରହିଛି। ସେହିଭଳି ଗୋଆର ୧୦୦ ବର୍ଷ ବୟସ୍କ ସ୍ବାଧୀନତା ସଂଗ୍ରାମୀ ଲିବିଆ ଲୋବୋ ସରଦେଶାଇ ଏବଂ ପଶ୍ଚିମବଙ୍ଗର ଜଣେ ଢାକ୍ ବାଦକ( ଯିଏ ପୁରୁଷ ପ୍ରଧାନ କ୍ଷେତ୍ରରେ ୧୫୦ ମହିଳାଙ୍କୁ ତାଲିମ ଦେଇଥିଲେ) ପ୍ରମୁଖ ପଦ୍ମ ପୁରସ୍କାର ପାଇବେ।
ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ମଧ୍ୟରୁ ଗୋଟିଏ ଥିବା ପଦ୍ମ ପୁରସ୍କାର ତିନୋଟି ବର୍ଗ(ପଦ୍ମ ବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ)ରେ ପ୍ରଦାନ କରାଯାଏ। କେନ୍ଦ୍ର ସରକାର ପଦ୍ମଶ୍ରୀ ପାଇଁ ୩୦ ଜଣଙ୍କ ନାମ ଘୋଷଣା କରିଛନ୍ତି। ଏହି ପୁରସ୍କାର କଳା, ସାମାଜିକ କାର୍ଯ୍ୟ, ସାର୍ବଜନୀନ ବ୍ୟାପାର, ବିଜ୍ଞାନ, ଇଞ୍ଜିନିୟରିଂ, ବ୍ୟବସାୟ, ଶିଳ୍ପ, ଔଷଧ, ସାହିତ୍ୟ, ଶିକ୍ଷା, କ୍ରୀଡା ଏବଂ ପ୍ରଶାସନିକ ସେବା ଭଳି ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତାକୁ ସ୍ବୀକୃତି ଦେଇଥାଏ।
ସୁଜୁକୀ ମୋଟର କର୍ପୋରେସନର ପୂର୍ବତନ ଅଧ୍ୟକ୍ଷ ସ୍ବର୍ଗତଃ ଓସାମୁ ସୁଜୁକୀଙ୍କୁ ପଦ୍ମ ବିଭୂଷଣ ପୁରସ୍କାର ପ୍ରଦାନ କରାଯିବ । ଭାରତରେ ମାରୁତି କାରକୁ ଲୋକପ୍ରିୟ କରିବାରେ ତାଙ୍କର ପ୍ରମୁଖ ଅବଦାନ ଥିଲା । ମାରୁତି ସୁଜୁକୀ ଦ୍ବାରା ନିର୍ମାଣ କରାଯାଇଥିବା ମାରୁତି ୮୦୦ କାରକୁ ସାଧାରଣ ଲୋକଙ୍କ କାର ବୋଲି କୁହାଯାଏ । ଭାରତରେ ଓସାମୁ ସୁଜୁକି ୧୯୮୨ ମସିହାରେ ଭାରତ ସରକାରଙ୍କ ସହ ଭାଗିଦାରୀରେ ମାରୁତି ଉଦ୍ୟୋଗ ଲିମିଟେଡ ପ୍ରତିଷ୍ଠା କରିଥିଲା, ଯାହା ଭାରତୀୟ ଅଟୋମୋବାଇଲ ଶିଳ୍ପରେ ବିପ୍ଳବ ଆଣିଥିଲା । ମାରୁତି ୮୦୦ ଭଳି ସୁଲଭ ଓ ସ୍ଥାୟୀ କାର୍ ଜରିଆରେ ସେ ଭାରତୀୟ ବଜାରରେ ସୁଜୁକିର ଆଧିପତ୍ୟକୁ ସୁଦୃଢ଼ କରିଥିଲେ । ୨୫ ଡିସେମ୍ବର ୨୦୨୪ରେ ତାଙ୍କର ଦେହାନ୍ତ ହୋଇଥିଲା ।

ପଦ୍ମ ବିଭୂଷଣ ପାଇଁ ଘୋଷଣା କରାଯାଇଥିବା ଅନ୍ୟ ବ୍ୟକ୍ତିମାନେ ହେଲେ ବିଶିଷ୍ଟ ମାଲାୟଲମ ସାହିତ୍ୟିକ ଏମଟି.ବାସୁଦେବନ ନାୟାର (ମରଣୋତ୍ତର), କଳା ପାଇଁ ସାରଦା ସିହ୍ନା ( ମରଣୋତ୍ତର), କଳା ପାଇଁ କୁମିଦିନୀ ରଜନୀକାନ୍ତ ଲାଖିଆ, ଲକ୍ଷ୍ନୀନାରାୟଣ ସୁବ୍ରମଣ୍ୟମ, ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜେଏସ କେହେର ଓ ଚିକିତ୍ସା ପାଇଁ ଡି. ନାଗେଶ୍ବର ରେଡ୍ଡି ପଦ୍ମବିଭୂଷଣ ପାଇବେ ।












Click it and Unblock the Notifications