୮୭ ବର୍ଷ ବୟସରେ ଆଖି ବୁଜିଲେ ବୈଜ୍ଞାନିକ ଜୟନ୍ତ ନାର୍ଲିକର

ଜଣାଶୁଣା ସାଇନ୍ସ କମ୍ୟୁନିକେଟର ତଥା ପଦ୍ମ ଭୂଷଣ ସମ୍ମାନରେ ସମ୍ମାନୀତ ଆଷ୍ଟ୍ରୋଫିଜିସିଷ୍ଟ ଜୟନ୍ତ ବିଷ୍ଣୁ ନାର୍ଲିକରଙ୍କ ପରଲୋକ ମଙ୍ଗଳବାର ଦିନ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । କସମୋଲୋଜି କ୍ଷେତ୍ରରେ ଭାରତ ବର୍ଷରେ ଜୟନ୍ତଙ୍କ ବଡ଼ ଅବଦାନ ରହିଛି । ବିଜ୍ଞାନ ଏବଂ ଦେଶର ବଡ଼ ବଡ଼ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ସ୍ଥାପନ କ୍ଷେତ୍ରରେ ଜୟନତଙ୍କ ଭୂମିକା ଅତୁଳନୀୟ ।

ମଙ୍ଗଳବାର ଦିନ ସକାଳେ ଶୋଇଥିବାବେଳେ ହିଁ ଜୟନ୍ତଙ୍କ ମୃତ୍ୟୁ ଘଟିଥିବା ତାଙ୍କ ପରିବାର ଲୋକ କହିଛନ୍ତି । ନିକଟରେ ସ୍ଥାନୀୟ ମେଡିକାଲରେ ତାଙ୍କର ଏକ ବଡ଼ ସର୍ଜରୀ କରାଯାଇଥିଲା ।

Jayant Narlikar

ପଦ୍ମ ବିଭୂଷଣ ପୁରସ୍କାରପ୍ରାପ୍ତ ଏହି ବିଶିଷ୍ଟ ଭାରତୀୟ ବୈଜ୍ଞାନିକ ନିଜ ଆତ୍ମଜୀବନୀ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ସେ ପଦ୍ମ ଭୂଷଣ ପୁରସ୍କାର ମଧ୍ୟ ପାଇଛନ୍ତି। ନିଜ ଆତ୍ମଜୀବନୀ ପାଇଁ ସେ ମଧ୍ୟ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଥିବା ‌ଏହି ବୈଜ୍ଞାନିକ ୧୯୯୬ ମସିହା ପାଇଁ ୟୁନେସ୍କୋ କଳିଙ୍ଗ ପୁରସ୍କାର ମଧ୍ୟ ପାଇଥିଲେ। ବିଭିନ୍ନ ସମୟରେ ଓଡ଼ିଶା ଆସିଥିବା ଡକ୍ଟର ନାର୍ଲିକର ବିଜ୍ଞାନକୁ ଲୋକପ୍ରିୟ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+