ପରଲୋକରେ ବରିଷ୍ଠ ଚଳଚ୍ଚିତ୍ର ଅଭିନେତା ପଦ୍ମଶ୍ରୀ ସାଧୁ ମେହେର
ବରିଷ୍ଠ ଚଳଚ୍ଚିତ୍ର ଅଭିନେତା ପଦ୍ମଶ୍ରୀ ସାଧୁ ମେହେରଙ୍କ ପରଲୋକ ହୋଇଛି । ୮୪ ବର୍ଷ ବୟସରେ ମୁମ୍ବାଇରେ ତାଙ୍କ ପରଲୋକ ହୋଇଛି । ହିନ୍ଦୀ ଓ ଓଡ଼ିଆ ସିନେମାରେ ଅନେକ ଖ୍ୟାତି ଅର୍ଜନ କରିଥିଲେ ସାଧୁ । ସିନେମା ଜଗତକୁ ତାଙ୍କର ଅବଦାନ ପାଇଁ ୨୦୧୭ରେ ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ପ୍ରଦାନ କରାଯାଇଥିଲା ପଦ୍ମଶ୍ରୀ ସମ୍ମାନ । ୩୮ଟି ଓଡ଼ିଆ ଫିଲ୍ମରେ ସେ ଦର୍ଶକଙ୍କ ମନ ଜିଣିଛନ୍ତି ।
୧୯୬୯ରେ ରିଲିଜ୍ ହୋଇଥିବା ମୃଣାଳ ସେନଙ୍କ ହିନ୍ଦୀ ଫିଲ୍ମ ଭୁବନ ସୋମ ଥିଲା ସାଧୁ ମେହେରଙ୍କ ପ୍ରଥମ ଫିଲ୍ମ। ୧୯୭୪ ମସିହାରେ ରିଲିଜ ହୋଇଥିଲା ତାଙ୍କ ଅଭିନୀତ ଫିଲ୍ମ ଅଙ୍କୁର। ଏହି ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ।
୧୯୪୦ ମସିହା ଜାନୁଆରୀ ପହିଲା ତାରିଖରେ ବୌଦ୍ଧ ଜିଲ୍ଲାର ଗୁଡଭେଲିପଦର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଜଣେ ବୁଣାକାର ଥିଲେ । ସୋନପୁର ସହରରେ ସେ ନିଜର ବିଦ୍ୟାଳୟ ଶିକ୍ଷା ଆରମ୍ଭ କରିଥିଲେ । ପିଲାଦିନରୁ ସେ ଅଭିନୟ ପ୍ରତି ଆକର୍ଷିତ ଥିଲେ ।

ଉଭୟ ହିନ୍ଦି ଓ ଓଡ଼ିଆ ଫିଲ୍ମରେ ଖ୍ୟାତି ଅର୍ଜନ କରିଛନ୍ତି ସାଧୁ ମେହେର । ଅଙ୍କୁର, ମୃଗୟା, ଭୁବନ, ସୋମ୍ ଓ ମନ୍ଥନ ଭଳି ଚଳଚ୍ଚିତ୍ରରେ ଛାଡି ଯାଇଛନ୍ତି ନିଖୁଣ ଅଭିନୟର ଛାପ ।












Click it and Unblock the Notifications