For Quick Alerts
Turn On Notification  
For Daily Alerts
Oneindia App Download

ପଞ୍ଜାବ ମହାନଗର ନିର୍ବାଚନରେ ​​କଂଗ୍ରେସ ବାଜିମାତ୍, କେନ୍ଦ୍ରକୁ ଚିଦାମ୍ବରମଙ୍କ ପ୍ରଶ୍ନ : ଏବେବି ଭାବୁଛ କୃଷି ଆଇନ ଲୋକପ୍ରିୟ ?

ଚିଦାମ୍ବରମ୍ ଆହୁରି ମଧ୍ୟ କହିଛନ୍ତି, କୃଷକମାନେ ଭୋଟର । ତେବେ ଆମର ପ୍ରବାସୀ ଶ୍ରମିକ, ଏମ୍ଏସ୍ଏମ୍ଇ, ବେରୋଜଗାରୀ ଏବଂ ଗରିବ ପରିବାରମାନଙ୍କ ମତଦାନ କରିବାର ସମୟ ଆସିଲେ ସେମାନେ ପଞ୍ଜାବର ଭୋଟରଙ୍କ ପରି ବିଜେପି ବିରୋଧରେ ଭୋଟ୍ ଦେବେ ।

|

ନୂଆଦିଲ୍ଲୀ : ଗତ ବୁଧବାର ପଞ୍ଜାବରେ ହୋଇଥିବା ମହାନଗର ନିର୍ବାଚନରେ ବିଜେପି ଚିତପଟାଙ୍ଗ ହୋଇଥିବା ବେଳେ କଂଗ୍ରେସ ମାରିଛି ବାଜି । କୃଷି ଆଇନକୁ ନେଇ ଲାଗି ରହିଥିବା କୃଷକଙ୍କ ଅସନ୍ତୋଷ ଯୋଗୁଁ ଭାରତୀୟ ଜନତା ପାର୍ଟି କ୍ଷତିଗ୍ରସ୍ତ ହୋଇଛି । ଗତ ବୁଧବାର ସନ୍ଧ୍ୟାରେ ଆସିଥିବା ନିର୍ବାଚନର ଫଳାଫଳରେ କଂଗ୍ରେସର ବିପୁଳ ବିଜୟ ହୋଇଥିବା ବେଳେ ବିଜେପି ନିରାଶ ହୋଇଛି । ଏହି ନିର୍ବାଚନରେ ଦ୍ୱିତୀୟ ବଡ଼ଦଳ ଭାବେ ଉଭା ହୋଇଛି ଅକାଳୀ ଦଳ । ପଞ୍ଜାବ ମହାନଗର ନିର୍ବାଚନରେ ​​ବିଜେପିର ପରାଜୟ ପରେ ବର୍ତ୍ତମାନ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

p-chidambaram

ପଞ୍ଜାବ ମହାନଗର ନିର୍ବାଚନରେ ​​ବିଜେପିର ପରାଜୟ ପରେ ପି ଚିଦାମ୍ବରମ୍ ଗୁରୁବାର ବିଜେପିକୁ ଟାର୍ଗେଟ୍ କରି ଟ୍ୱିଟ୍ କରିଛନ୍ତି । ସେ ଏହି ଟ୍ୱିଟରେ 'ମୋଦୀ ସରକାର ଏବେବି କୃଷି ଆଇନ ଲୋକପ୍ରିୟ ଏବଂ ପଞ୍ଜାବର କୃଷକଙ୍କ କେବଳ ଏକ ଛୋଟ ଅଂଶ ସେମାନଙ୍କ ବିରୋଧରେ ପ୍ରଦର୍ଶନ କରୁଛନ୍ତି ବୋଲି ଭାବୁଛନ୍ତି କି' ବୋଲି ପ୍ରଶ୍ନ କରିଛନ୍ତି । ଚିଦାମ୍ବରମ୍ ଆହୁରି ମଧ୍ୟ କହିଛନ୍ତି, କୃଷକମାନେ ଭୋଟର । ତେବେ ଆମର ପ୍ରବାସୀ ଶ୍ରମିକ, ଏମ୍ଏସ୍ଏମ୍ଇ, ବେରୋଜଗାରୀ ଏବଂ ଗରିବ ପରିବାରମାନଙ୍କ ମତଦାନ କରିବାର ସମୟ ଆସିଲେ ସେମାନେ ପଞ୍ଜାବର ଭୋଟରଙ୍କ ପରି ବିଜେପି ବିରୋଧରେ ଭୋଟ୍ ଦେବେ । ସରକାରଙ୍କ ଭୁଲ ଘରୋଇ ନୀତି ଯୋଗୁଁ MEA (ବୈଦେଶିକ ମନ୍ତ୍ରଣାଳୟ) ବିଶ୍ୱସନୀୟତା ହରାଉଛି ।

ମୋଦୀ ସରକାରଙ୍କୁ ଟାର୍ଗେଟ୍ କରିବା ଏହା ପି. ଚିଦାମ୍ବରମଙ୍କ ପ୍ରଥମ ଘଟଣା ନୁହେଁ । ଏହାପୂର୍ବରୁ ମଧ୍ୟ ସେ କୃଷି ଆଇନ ଉପରେ କେନ୍ଦ୍ରକୁ ଅନେକ ଥର ଟାର୍ଗେଟ କରିଛନ୍ତି । ଗୁରୁବାର ଦିନ ସେ କହିଛନ୍ତି ଯେ ପଞ୍ଜାବ ସହରାଞ୍ଚଳର ଫଳାଫଳ ବିଜେପିକୁ ସୂଚିତ କରି ଦେଇଛି ଯେ ଦେଶ କୃଷି ଆଇନକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛି ।

ସୂଚାଯୋଗ୍ୟ, ବୁଧବାର ନଗର ପରିଷଦରେ କଂଗ୍ରେସ 1,815 ୱାର୍ଡ ମଧ୍ୟରୁ 1,199 ଏବଂ 350 ଟି ନଗରନିଗମ ସିଟ୍ ମଧ୍ୟରୁ 281 ଆସନରେ ବିଜୟୀ ହୋଇଛି । ଅନ୍ୟପକ୍ଷରେ ବିଜେପିକୁ ଯଥାକ୍ରମେ ମାତ୍ର 38 ଏବଂ 20 ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
P Chidambaram targets Modi Government on farmers laws after victory in Punjab civic election.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X