ଓୟୋ ଫାଉଣ୍ତର ରିତେଶ ଅଗ୍ରୱାଲଙ୍କ ପିତାଙ୍କ ଦେହାନ୍ତ, ୨୦ ମହଲାରୁ ପଡି ହେଲା ମୃତ୍ୟୁ
ଓୟୋ ପ୍ରତିଷ୍ଠାତା ରିତେଶ ଅଗ୍ରୱାଲଙ୍କ ପିତା ରମେଶ ଅଗ୍ରୱାଲଙ୍କର ଦେହାନ୍ତ ହୋଇଛି । ଗୁରୁଗ୍ରାମର ଏକ ଉଚ୍ଚ ମହଲାରୁ ଖସିଯିବା ପରେ ଦେହାନ୍ତ ହୋଇଥିବା ନେଇ ସୂଚନା ରହିଛି ।

ନୂଆଦିଲ୍ଲୀ: ଓୟୋ ପ୍ରତିଷ୍ଠାତା ରିତେଶ ଅଗ୍ରୱାଲଙ୍କ ପିତା ରମେଶ ଅଗ୍ରୱାଲଙ୍କର ଦେହାନ୍ତ ହୋଇଛି । ଗୁରୁଗ୍ରାମର ଏକ ଉଚ୍ଚ ମହଲାରୁ ଖସିଯିବା ପରେ ଦେହାନ୍ତ ହୋଇଥିବା ନେଇ ସୂଚନା ରହିଛି । ରିତେଶ ଅଗ୍ରୱାଲଙ୍କ ପିତା ରମେଶ ଅଗ୍ରୱାଲ କୋଠାର ୨୦ମହଲାରୁ ତଳକୁ ଖସି ପଡିବା କାରଣରୁ ସେ ଗୁରୁତର ଆହତ ହୋଇଥିଲେ । ଗୁରୁଗ୍ରାମ ପୋଲିସ ବର୍ତ୍ତମାନ ଏହି ମାମଲାର ଯାଞ୍ଚ୍ ଆରମ୍ଭ କରିଛି । ରମେଶ ଅଗ୍ରୱାଲ ତାଙ୍କ ପତ୍ନୀଙ୍କ ସହ ଏକ ଆପାର୍ଟମେଣ୍ଟରେ ରହୁଥିଲେ, ପୁଅ ରିତେଶ ଅଗ୍ରୱାଲ ସେହି ବିଲଡିଂରେ ରହୁ ନଥିଲେ। ଓୟୋ ମୁଖପାତ୍ର ମଧ୍ୟ ରିତେଶ ଅଗ୍ରୱାଲଙ୍କ ପିତାଙ୍କ ମୃତ୍ୟୁ ଖବରକୁ ନିଶ୍ଚିତ କରିଛନ୍ତି।
ପିତାଙ୍କ ଦେହାନ୍ତ ଖବରକୁ ରିତେଶ ଅଗ୍ରୱାଲ ମଧ୍ୟ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, ମୁଁ ଏବଂ ମୋ ପରିବାର ଜଣାଇବାକୁ ଚାହୁଁଛୁ ଯେ, ଆମର ମାର୍ଗଦର୍ଶକ ତଥା ଆମର ଶକ୍ତି ମୋର ପିତା ରମେଶ ଅଗ୍ରୱାଲଙ୍କର ମାର୍ଚ୍ଚ ୧୦ରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁ ଆମ ପରିବାର ପାଇଁ ଏକ ବଡ କ୍ଷତି ।
ଏହି ଘଟଣାରେ ଗୁରୁଗ୍ରାମର ଡିସିପି ପୂର୍ବ ବୀରେନ୍ଦ୍ର ବିଜୟ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ, ଗୁରୁଗ୍ରାମର ସେକ୍ଟର ୫୪ରେ DLFର କ୍ରେଷ୍ଟର ୨୦ ମହଲାରୁ ଖସିପଡିବା କାରଣରୁ ରମେଶ ଅଗ୍ରୱାଲଙ୍କ ମୃତ୍ୟୁ ହୋଇଛି । ଧାରା ୧୭୪ ଅନୁଯାୟୀ ଏହି ଘଟଣାର ଅନୁସନ୍ଧାନ ଜାରି ରହିଛି । ସେକ୍ଟର ୫୩ ଏସଏଚଓଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ପୋଷ୍ଟମର୍ଟମ ପରେ ଶବକୁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି ।












Click it and Unblock the Notifications