ହସ୍ପିଟାଲ ବାଟ ଭୁଲିଗଲା ଅକ୍ସିଜେନ୍ ଟ୍ୟାଙ୍କର୍ : ଚାଲିଗଲା ସାତ ରୋଗୀଙ୍କ ପ୍ରାଣ
ହାଇଦ୍ରାବାଦର ଏକ ସରକାରୀ ହସ୍ପିଟାଲରେ ଅକ୍ସିଜେନ୍ ଅଭାବରେ 7 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି
ହାଇଦ୍ରାବାଦ: ଅକ୍ସିଜେନ୍ ସଙ୍କଟରେ ସାରା ଭାରତ ହନ୍ତସନ୍ତ ହେଉଥିବା ବେଳେ ପୁଣି ଏକ ଦୁଃଖଦ ଖବର ଆସିଛି। ପୁଣି ଥରେ ହାଇଦ୍ରାବାଦର ଏକ ସରକାରୀ ହସ୍ପିଟାଲରେ ଅକ୍ସିଜେନ୍ ଅଭାବରେ 7 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସରକାରୀ ହସ୍ପିଟାଲରେ ଅକ୍ସିଜେନର ଅଭାବ ଥିବାରୁ ଏକ ଅକ୍ସିଜେନ୍ ଟ୍ୟାଙ୍କ୍ ଆସୁଥିଲା । ହେଲେ ଟ୍ୟାଙ୍କର ଡ୍ରାଇଭର୍ ହସ୍ପିଟାଲର ରାସ୍ତା ଭୁଲି ଯିବାରୁ ଅକ୍ସିଜେନ୍ ପହଞ୍ଚିବାରେ ବିଳମ୍ବ ହୋଇଥିଲା। ଯାହା ଫଳରେ 7 ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି।

ହସ୍ପିଟାଲରେ ଅନେକ କରୋନା ଆକ୍ରାନ୍ତ ଚିକିତ୍ସା ହେଉଥିବା ବେଳେ ସେମାନଙ୍କ ପାଇଁ ଅକ୍ସିଜେନର ଅଭାବ ଦେଖା ଦେଇଥିଲା। ତେଣୁ ସମସ୍ତେ ଅକ୍ସିଜେନ୍ ଅପେକ୍ଷାରେ ଥିବା ବେଳେ ଅକ୍ସିଜେନ୍ ଟ୍ୟାଙ୍କର ଡ୍ରାଇଭର୍ ବାଟ ନ ଜାଣି ପାରି ପହଞ୍ଚିବାକୁ ବିଳମ୍ବ କରିଥିଲେ। ଉକ୍ତ 7 ଜଣ ରୋଗୀଙ୍କ ଅକ୍ସିଜେନ୍ ଲେବଲ୍ କମ୍ ହୋଇ ଆସୁଥିବା ବେଳେ ସେମାନଙ୍କୁ ତୁରନ୍ତ ଅକ୍ସିଜେନର ଆବଶ୍ୟକତା ଥିଲା ।
ସୂଚନା ଅନୁସାରେ, ପୋଲିସ ଟ୍ୟାଙ୍କରକୁ ଖୋଜି ଡାକ୍ତରଖାନାକୁ ପଠାଇ ଦେଇଥିଲା । ହେଲେ ସେତେବେଳକୁ ୭ ଜଣ ରୋଗୀ ପ୍ରାଣ ହରାଇ ସାରିଥିଲେ। ତେବେ ଏହି ଘଟଣାକୁ ନେଇ ଅଧିକାରୀମାନେ କଡା ଆଭିମୁଖ୍ୟ ରଖିଛନ୍ତି।












Click it and Unblock the Notifications