Manipur News: ମଣିପୁରରେ ୭୦୦ରୁ ଊର୍ଦ୍ଧ୍ବ ମିଆଁମାର୍‌ ନାଗରିକଙ୍କ ଏଣ୍ଟ୍ରି, ସରକାର ଦେଲେ ଏପରି ନିର୍ଦ୍ଦେଶ

Manipur News In Odia: ମିଆଁମାରରେ ସେନା ଏବଂ ସାଧାରଣ ନାଗରିକଙ୍କ ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ ପ୍ରାୟ 718 ମିଆଁମାର ନାଗରିକ ମଣିପୁରରେ ପ୍ରବେଶ କରିଛନ୍ତି। ଏଥିରେ 301 ଶିଶୁ, 208 ମହିଳା ଥିବା ନେଇ ସୂଚନା ରହିଛି । ଏହି ସମସ୍ତ ଲୋକ ମଣିପୁରର ଚାନ୍ଦେଲ ଜିଲ୍ଲାରେ ପହଞ୍ଚିଛନ୍ତି ।

ଏହି ସମସ୍ତ ଲୋକଙ୍କୁ ପୁନଃ ମିଆଁମାର ପଠାଇବା ପାଇଁ ଆସାମ ରାଇଫଲ୍ସକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ମଣିପୁରର ମୁଖ୍ୟ ଶାସନ ସଚିବ ଭିନୀତ ଯୋଶୀଙ୍କ ସୂଚନା ଅନୁସାରେ, ଆସାମ ରାଇଫଲ୍ସକୁ ସରକାର ଏନେଇ ବିସ୍ତୃତ ରିପୋର୍ଟ ମାଗିଛନ୍ତି।

Manipur News

ଏହି ଲୋକମାନଙ୍କୁ କିପରି ଏବଂ କାହିଁକି ଭାରତୀୟ ସୀମାରେ ପ୍ରବେଶ କରିବାକୁ ଅନୁମତି ଦିଆଗଲା ବୋଲି ସରକାର ପ୍ରଶ୍ନ କରିଛନ୍ତି ।
ସମସ୍ତ ମିଆଁମାର ନାଗରିକ ବେଆଇନ୍ ଭେବେ କିପରି ଚାନ୍ଦେଲ ଜିଲ୍ଲାକୁ ପ୍ରବେଶ କେଲେ ବୋଲି ସରକାର ପ୍ରଶ୍ନ କରିଛନ୍ତି । ମୁଖ୍ୟ ଶାସନ ସଚିବ ବିନୀତ ଯୋଶୀ କହିଛନ୍ତି, ମିଆଁମାର୍ ନାଗରିକମାନଙ୍କୁ ଯଥା ଶୀଘ୍ର ରାଜ୍ୟରୁ କାଠିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି ଏହା ସହ ରାଜ୍ୟରେ ପ୍ରବେଶ କରିବା ପାଇଁ ସମସ୍ତ ଲୋକଙ୍କ ପାଖରେ ଆବଶ୍ୟକ କାଗଜପତ୍ର ଅଛି କି ନାହିଁ ସେ ନେଇ ଖୁବ ଶୀଘ୍ର ରିପୋର୍ଟ ଦାଖଲ କରିବା ଲାଗି ମଣିପୁର ରାଇଫଲକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଏହି ଲୋକମାନେ ଶନିବାର ଏବଂ ରବିବାର ଦିନ ମଣିପୁରରେ ପହଞ୍ଚିଛନ୍ତି, ମିଆଁମାରରୁ ଆସିଥିବା ଲୋକମାନେ ବର୍ତ୍ତମାନ ମଣିପୁରର ସାତୋଟି ଭିନ୍ନ ଭିନ୍ନ ସ୍ଥାନରେ ରହୁଛନ୍ତି । ଚାନ୍ଦେଲ ଜିଲ୍ଲାର ଲାଜାଙ୍ଗ, ବନ୍ସ, ନୂଆ ସାମଟାଲ, ନୂଆ ଲାଜାଙ୍ଗ, ୟାଙ୍ଗୋନଫାଇ, ସା ମିଲ, ଆଇଓମଜଙ୍ଗରେ ରହୁଥିବା ନେଇ ସୂଚନା ରହିଛି ।

ସେ ଆହୁରି କହିଛନ୍ତି, ସରକାର ଆସାମ ରାଇଫଲ୍ସକୁ ସମ୍ବେଦନଶୀଳ ପଦକ୍ଷେପ ନେବାକୁ ଅନୁମତି ଦେଇଛନ୍ତି । ବିନା ଡକ୍ୟୁମେଣ୍ଟରେ ମିଆଁମାର ଲୋକଙ୍କୁ ଭାରତରେ ପ୍ରବେଶ କରିବାକୁ ଦିଆଯିବା ଉଚିତ୍ ନୁହେଁ ବୋଲି ସରକାର କହିଛନ୍ତି । ଏହି ପ୍ରସଙ୍ଗକୁ ନେଇ ଆମେ ଖୁବ ଗମ୍ଭିରତା ସହ କାର୍ଯ୍ୟ କରୁଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+