Get Updates
Get notified of breaking news, exclusive insights, and must-see stories!

ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନାକୁ ପୁରିଲା୨୫ ବର୍ଷ,ଏପର୍ଯ୍ୟନ୍ତ ୭ ଲକ୍ଷ ୮୭ ହଜାର କିଲୋମିଟରରୁ ଅଧିକ ରାସ୍ତା ନିର୍ମାଣ ହୋଇଛି

ଦେଶର ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଅତ୍ୟନ୍ତ ପ୍ରଭାବଶାଳୀ ପଦକ୍ଷେପ ସ୍ୱରୂପ ଜାରି ରହିଥିବା ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନାକୁ ଆଜି ୨୫ ବର୍ଷ ପୂରଣ ହୋଇଛି । ସଡ଼କ ଯୋଗାଯୋଗ ନଥିବା ବିଭିନ୍ନ ଗ୍ରାମାଞ୍ଚଳରୁ ସବୁଦିନିଆ ସଂଯୋଗ ସ୍ଥାପନ ଲାଗି ୨୦୦୦ମସିହା ଆଜିର ଦିନରେ ଏହି ଯୋଜନାର ଶୁଭାରମ୍ଭ ହୋଇଥିଲା ।

ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନା, କୃଷିକ୍ଷେତ୍ରର ବିକାଶ ସହ ନିଯୁକ୍ତି ସୃଷ୍ଟି, ଉତ୍ତମ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ଯୋଗାଇଦେବା ତଥା ଦାରିଦ୍ର‌୍ୟ ଦୂରୀକରଣ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏହି ଯୋଜନା ଆରମ୍ଭ ହେବା ପରେ ଏପର୍ଯ୍ୟନ୍ତ ୮ଲକ୍ଷ ୨୫ହଜାର କିଲୋମିଟରରୁ ଅଧିକ ଗ୍ରାମୀଣ ସଡ଼କ ନିର୍ମାଣ ପାଇଁ ଅନୁମୋଦନ ଦିଆଯାଇଥିବାବେଳେ ୭ଲକ୍ଷ ୮୭ହଜାର କିଲୋମିଟରରୁ ଅଧିକ ରାସ୍ତା ନିର୍ମାଣ ହୋଇଛି ।

Pradhan Mantri Gram Sadak Yojana PMGSY

ଏହି ଯୋଜନାରେ ଚଳିତ ଆର୍ଥିକ ବର୍ଷରେ ୧୯ହଜାର କୋଟି ଟଙ୍କା ଆବଣ୍ଟନ କରାଯାଇଛି । ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନାର ଚତୁର୍ଥ ପର୍ଯ୍ୟାୟରେ ୨୦୨୮-୨୯ ସୁଦ୍ଧା ୬୨ହଜାର ୫୦୦ କିଲୋମିଟର ରାସ୍ତା ନିର୍ମାଣ ଲାଗି ଲକ୍ଷ୍ୟ ରଖାଯାଇଛି । ଏଥିଲାଗି ମୋଟ୍‍ ୭୦ହଜାର କୋଟିରୁ ଅଧିକ ଟଙ୍କା ବ୍ୟୟ କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+