ନାବାଳିକା ୫ ବର୍ଷରେ ୬୪ ଜଣଙ୍କ ଦ୍ବାରା ଯୌନ ନିର୍ଯାତନାର ଶିକାର !ଜାଣନ୍ତୁ ପୁରା ଘଟଣା

ସ୍କୁଲରେ ପଢୁଥିବା ସାଙ୍ଗ, କୋଚ, ପଡୋଶୀ ଏବଂ ସଂପର୍କୀୟ... ଯାହାକୁ ବିଶ୍ବାସ କଲେ, ସେମାନେ ଦୁଷ୍କର୍ମ କଲେ । ଗତ ପାଞ୍ଚ ବର୍ଷ ମଧ୍ୟରେ ୬୪ ଜଣ ଲୋକ ୧୩ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ କରିଛନ୍ତି । ଆଉ ଏଥିଯୋଗୁଁ ନାବାଳିକା ମେଣ୍ଟାଲ ଟ୍ରମାକୁ ଚାଲିଯାଇଥିଲେ । ଶେଷରେ ୧୮ ବର୍ଷ ହେବା ପରେ ସାହସ ଦେଖାଇ ସ୍କୁଲ କାଉନସିଲିଂ ସାମ୍ନାରେ ନିଜ ଦୁଃଖ ପ୍ରକାଶ କରିଛନ୍ତି । ଘଟଣାଟି କେରଳର ପଠନମଥିଟ୍ଟାରେ ଘଟିଛି । ତାଙ୍କର ଏପରି ଅଭିଯୋଗ ପରେ ଏବେ ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି ।

ଏହି ଘଟଣା ସେତେବେଳେ ଲୋକଲୋଚନକୁ ଆସିଲା ଯେତେବେଳେ 'ମହିଳା ସମାକ୍ଷା' ନାମକ ଏକ ସ୍ବେଚ୍ଛାସେବୀ ସଂଗଠନର ଜଣେ ସଦସ୍ୟ ନାବାଳିକାଙ୍କ ଘରକୁ ଗଲେ। ସଦସ୍ୟ ଜଣକ ପୀଡ଼ିତାଙ୍କ ଘରେ ପହଞ୍ଚିବା ପରେ ସେ ପାଞ୍ଚ ବର୍ଷ ଧରି ଅନୁଭବ କରିଥିବା ଭୟଙ୍କର କଥା ବର୍ଣ୍ଣନା କରିଥିଲା। ତାପରେ ଏନଜିଓ ପଠନମଥିଟ୍ଟା ଜିଲ୍ଲାର ଶିଶୁ କଲ୍ୟାଣ କମିଟିକୁ ଏନେଇ ଏକ ରିପୋର୍ଟ କରିଥିଲା।

ପୀଡିତାଙ୍କ ବୟସ ବର୍ତ୍ତମାନ ୧୮ ବର୍ଷ। ସିଡବ୍ଲୁସିର ହସ୍ତକ୍ଷେପ ପରେ ପୀଡ଼ିତା ଅଭିଯୋଗ ଆଣିଛନ୍ତି ​​ଯେ, ଯେତେବେଳେ ତାଙ୍କୁ ୧୩ ବର୍ଷ ହୋଇଥିଲା ସେତେବେଳେ ତାଙ୍କର ଶୋଷଣ ଆରମ୍ଭ ହୋଇଥିଲା। ପ୍ରଥମେ ଜଣେ ପଡୋଶୀ ତାଙ୍କୁ ଦୁଷ୍କର୍ମ କରିଥିଲେ। ସେ ଝିଅଟିର ଅଶ୍ଳୀଳ ଭିଡିଓ କରି ସେୟାର କରିଥିଲା। ଏହାପରେ ତାଙ୍କର ଭିଡିଓ ଭାଇରାଲ ହୋଇଥିଲା। ଯେଉଁମାନେ ଏହି ଭିଡିଓକୁ ପାଇଲେ ସେମାନେ ମଧ୍ୟର ଏହାର ଫାଇଦା ଉଠାଇଲେ।

Over 60 Men Raped Minor Girl For 5 Years In Kerala s Pathanamthitta

ଏହାପରେ ସ୍କୁଲର ସହପାଠୀ ଥିବା ଜଣେ ପୁଅ ତାଙ୍କର ଯୌନ ଶୋଷଣ କରିଥିଲେ। ସ୍କୁଲରେ କ୍ରୀଡାରେ ସକ୍ରିୟ ଥିବାରୁ ତାଲିମ ସେସନ୍‌ ସମୟରେ ମଧ୍ୟ ସେ ଯୌନ ନିର୍ଯାତନାର ଶିକାର ହୋଇଥିଲେ। କେବଳ ସେତିକିରେ ତାଙ୍କର ଦୁଃଖ ସରିନଥିଲା। ତାଙ୍କ ସମ୍ପର୍କୀୟମାନେ ମଧ୍ୟ ତାଙ୍କର ଯୌନ ଶିକାର କରିଥିବା ସେ ଅଭିଯୋଗ ଆଣିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+