ମୁମ୍ବାଇ-ନାଗପୁର ହାଇୱେର ପଙ୍କଚର ହେଲା ୫୦ରୁ ଅଧିକ ଗାଡ଼ି, ଜାଣନ୍ତୁ କାରଣ

ମୁମ୍ବାଇ: ପଙ୍କଚର ହେଲା ୫୦ରୁ ଅଧିକ କାର୍। ଡିସେମ୍ବର ୨୯ରେ ମୁମ୍ବାଇ-ନାଗପୁର ସମୃଦ୍ଧି ହାଇୱେରେ ଏହି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିବା ଜଣାପଡ଼ିଛି। କାର୍ ସମେତ କିଛି ଟ୍ରକ ମଧ୍ୟ ଘଣ୍ଟା ଘଣ୍ଟା ଧରି ଫସିରହିଥିଲା ବୋଲି ଜଣାଯାଇଛି। ରାସ୍ତାରେ ପଡ଼ିଥିବା ଏକ ଲୁହା ପଟା ପାଇଁ ଏକାଧିକ କାର୍ ପଙ୍କଚର୍ ହୋଇଥିବା ଜଣାଯାଇଛି।

ଡିସେମ୍ବର ୨୯ରେ ରାତି ପ୍ରାୟ ୧୦ଟା ସମୟରେ ୱାସିମ ଜିଲ୍ଲାର ମାଲେଗାଓଁ ଏବଂ ଭାନୋଜା ଟୋଲ ପ୍ଲାଜା ମଧ୍ୟରେ ଗାଡି଼ ଗୁଡି଼କ ପଙ୍କଚର ହୋଇଯାଇଥିଲା। ଯାହାଫଳରେ ରାଜପଥରେ ଏକ ଲମ୍ବା ଟ୍ରାଫିକ ଜାମ ହୋଇଥିଲା। ଯାତ୍ରୀମାନେ କୌଣସି ସାହାଯ୍ୟ ନ ପାଇ ରାତିସାରା ରାଜରାସ୍ତାରେ ଫସି ରହିଥିଲେ। ସେହିପରି କାର୍ ସମେତ କିଛି ଟ୍ରକ ମଧ୍ୟ ଘଣ୍ଟା ଘଣ୍ଟା ଧରି ଫସିରହିଥିଲା ବୋଲି ଜଣାଯାଇଛି।

ver 50 car puncture on Mumbai-Nagpur

ଅପରପକ୍ଷରେ ଲୁହାର ଏହି ବୋର୍ଡ ଆପେଆପେ ଖସିପଡିଛି ନା କେହି ଦୁର୍ଘଟଣା ଘଟାଇବା ପାଇଁ ଏଭଳି କରିଛି, ସେନେଇ ଅନୁସନ୍ଧାନ କରାଯାଉଛି। ଏହି ଘଟଣା ଏପରି ସମୟରେ ଘଟିଛି ଯେଉଁ ସମୟରେ 'ହାଇ-ସ୍ପିଡ୍ କରିଡର'ର ସୁରକ୍ଷା ପ୍ରଶ୍ନ ଘେରରେ ରହିଛି। ଜୁନ୍ ମାସରେ, ଜାଲନା ଜିଲ୍ଲାର କଡୱାଞ୍ଚି ଗ୍ରାମ ନିକଟରେ ଥିବା ସମୃଦ୍ଧି ରାଜପଥରେ ଦୁଇଟି କାର ମଧ୍ୟରେ ଧକ୍କା ହୋଇଥିଲା। ଏହା ଫଳରେ ଅତି କମରେ ଛଅ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଚାରି ଜଣ ଆହତ ହୋଇଥିଲେ।।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+