ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ହେଲା ପ୍ରଧାନମନ୍ତ୍ରୀ ମାତୃ ବନ୍ଦନ ଯୋଜନାରେ ସ୍ୱତନ୍ତ୍ର ପଞ୍ଜିକରଣ
ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନ ଯୋଜନାରେ ସ୍ୱତନ୍ତ୍ର ପଞ୍ଜିକରଣ କାର୍ଯ୍ୟକ୍ରମକୁ ଚଳିତ ମାସ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ଯୋଜନା ଅଧୀନରେ ଅଙ୍ଗନବାଡ଼ି ଏବଂ ଆଶାଦିଦିମାନେ ଘର ଘର ବୁଲି ଗର୍ଭବତୀ ଏବଂ ପ୍ରସବ ପରବର୍ତ୍ତୀ ମହିଳାମାନଙ୍କର ପଞ୍ଜିକରଣ କରାଇବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ପ୍ରଧାନମନ୍ତ୍ରୀ ମାତୃ ବନ୍ଦନ ଯୋଜନାରେ ମହିଳାଙ୍କ ସ୍ୱାସ୍ଥ୍ୟ ରକ୍ଷା ପାଇଁ ଅର୍ଥ ସହାୟତା ପ୍ରଦାନ କରାଯିବା ସହ କନ୍ୟା ସନ୍ତାନ ପ୍ରତି ସକାରାତ୍ମକ ମନୋଭାବ ସୃଷ୍ଟି ଲକ୍ଷ୍ୟ ନେଇ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି ଯୋଜନାରେ ୪ କୋଟି ୫୦ ହଜାର ଯୋଗ୍ୟ ମହିଳାଙ୍କୁ ବ୍ୟାଙ୍କ୍ ଏବଂ ପୋଷ୍ଟ ଅଫିସ୍ ଆକାଉଣ୍ଟ ମାଧ୍ୟମରେ ୧୯ ହଜାର ୨୮ କୋଟି ଟଙ୍କାର ମାତୃକାଳୀନ ସହାୟତା ପ୍ରଦାନ କରାଯାଇ ସାରିଲାଣି ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।












Click it and Unblock the Notifications