Get Updates
Get notified of breaking news, exclusive insights, and must-see stories!

ସାରା ଦେଶରେ ଗତ ଦଶନ୍ଧିରେ କୃଷକମାନଙ୍କୁ ବଣ୍ଟନ ହୋଇଛି ୨୫ କୋଟିରୁ ଊର୍ଦ୍ଧ୍ୱ ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ

ସମଗ୍ର ଦେଶରେ ଗତ ଦଶନ୍ଧିରେ କୃଷକମାନଙ୍କୁ ୨୫ କୋଟିରୁ ଊର୍ଦ୍ଧ୍ୱ ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ ବଣ୍ଟନ କରାଯାଇଛି । ୨୦୧୫ ମସିହାରେ ସରକାରଙ୍କ ପକ୍ଷରୁ ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ ଯୋଜନା ଆରମ୍ଭ କରାଯାଇଥିଲା । ଗତବର୍ଷ ଜୁଲାଇ ସୁଦ୍ଧା ଏହି ଯୋଜନା ଅଧୀନରେ ୯୩ ହଜାରରୁ ଊର୍ଦ୍ଧ୍ୱ କୃଷକଙ୍କୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ୬ ଲକ୍ଷରୁ ଊର୍ଦ୍ଧ୍ୱ କ୍ଷେତ୍ର ପ୍ରଦର୍ଶନ ଏବଂ ବହୁସଂଖ୍ୟାରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

farmer

ଉର୍ବର ମୃତ୍ତିକା ପରିଚାଳନାରେ ସମତୁଲ ବଜାୟ ରଖିବା ଲାଗି ସରକାରଙ୍କ ପକ୍ଷରୁ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି । ପ୍ରତି ଦୁଇବର୍ଷରେ ଥରେ କୃଷକମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ ଜାରି କରାଯାଉଛି । ଏହା ଦ୍ୱାରା ଚାଷୀମାନେ ମୃତ୍ତିକାର ଉର୍ବରତାର ସ୍ଥିତି ଏବଂ ରସାୟନ ପରିସ୍ଥିତି ସଂପର୍କରେ ସବିଶେଷ ତଥ୍ୟ ଜାଣିପାରିବେ । ଫଳରେ ସେମାନେ ଚାଷରେ ଉପଯୁକ୍ତ ରସାୟନ ସାର, ଜୈବସାର ଏବଂ ମୃତ୍ତିକାର ଉପଯୁକ୍ତ ଯତ୍ନ ନେଇପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+