ସେନାକୁ ବଡ଼ ସଫଳତା, ମଣିପୁରରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ
ମଣିପୁରରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ। ପାର୍ବତ୍ୟାଞ୍ଚଳରେ ଥିବା ଜିଲ୍ଲାଗୁଡ଼ିକର ବିଭିନ୍ନ ସ୍ଥାନରେ ରେଡ୍ କରି ଏହି ଅସ୍ତ୍ରଶସ୍ତ୍ର ଜବତ କରିଛି ସେନା ଓ ଆସାମ ରାଇଫଲସର ମିଳିତ ଟିମ୍। ସାଧାରଣ ଲୋକଙ୍କ ପାଖରେ ଏହି ସବୁ ଅସ୍ତ୍ରଶସ୍ତ୍ର ଥିଲା। ସାଧାରଣ ବନ୍ଧୁକଠାରୁ ଆରମ୍ଭ କରି ବିଭିନ୍ନ ରାଇଫଲ, ଗୁଳି, ଗୋଳା, ହ୍ୟାଣ୍ଡ ଗ୍ରେନେଡ ଓ ନାନା ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି।

ସାଧାରଣ ଲୋକଙ୍କ ପାଖରେ ଏତେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଥିବା ସୁରକ୍ଷା ସଂସ୍ଥାଗୁଡ଼ିକୁ ତାଜୁବ କରିଛି। ଦୁଇ ବର୍ଷରୁ ଅଧିକ ହେଲାଣି ମଣିପୁରରେ ଚାଲିଛି ଜାତିଆଣ ହିଂସା। ଏଥିରେ ବହୁ ଲୋକଙ୍କ ମୃତ୍ୟୁ ହେବା ସହିତ ହଜାର ହଜାର ବାସହରା ହୋଇ ଶରଣାର୍ଥୀ ଶିବିରରେ ରହୁଛନ୍ତି। ଲୋକଙ୍କ ପାଖରେ ଏମିତି ଅସ୍ତ୍ରଶସ୍ତ୍ର ଥିବାରୁ ହିଂସାକାଣ୍ଡ ଚାଲିଥିଲା। ଶାନ୍ତି ଫେରାଇ ଆଣିବା ଉଦ୍ଦେଶ୍ଯରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସେନା ଏହି ସବୁ ଅସ୍ତ୍ରଶସ୍ତ୍ର ଜବତ କରିଛି।












Click it and Unblock the Notifications