ରାଜଧାନୀରେ ପୁଣି ବୋମା ଧମକ; ସ୍କୁଲ ପରେ ଏବେ ୨୦ରୁ ଅଧିକ କଲେଜ୍କୁ ଧମକପୂର୍ଣ୍ଣ ଇମେଲ
ସ୍କୁଲ ପରେ ଏବେ କଲେଜରେ ବୋମା ଆତଙ୍କ। ଦିଲ୍ଲୀର ୨୦ଟି ମହାବିଦ୍ୟାଳୟକୁ ମିଳିଛି ଧମକପୂର୍ଣ୍ଣ ଇ-ମେଲ । ଏନେଇ ପୁଲିସ କଣ୍ଟ୍ରୋଲ ରୁମକୁ ସୂଚନା ମିଳିବା ପରେ ତଦନ୍ତ କରିଛି ପୁଲିସ । ସର୍ଚ୍ଚ ଅପରେସନ୍ ସମୟରେ କଲେଜ ଭିତରେ କୌଣସି ସନ୍ଦେହଜନକ ବସ୍ତୁ କିମ୍ବା ବିସ୍ଫୋରକ ସାମଗ୍ରୀ ମିଳିନାହିଁ । ତେବେ ଇମେଲ୍ ପଠାଇଥିବା ବ୍ୟକ୍ତି ଭିପିଏନ୍ ବ୍ୟବହାର କରିଥିବା ନେଇ ପୁଲିସ ସନ୍ଦେହ କରୁଛି ।
ଗତ ୫ଦିନ ମଧ୍ୟରେ ୧୦୦ରୁ ଅଧିକ ସ୍କୁଲକୁ ବୋମା ଧମକ ମିଳିଛି । ଏବେ କଲେଜ ଏବଂ ହସ୍ପିଟାଲକୁ ବାରମ୍ବାର ଧମକ ମିିଳିବା ଘଟଣା ଏକ ଗମ୍ଭୀର ପ୍ରସଙ୍ଗ ପାଲଟିଛି । ଅଗଷ୍ଟ ୨୦ ତାରିଖରେ ମଧ୍ୟ ଦିଲ୍ଲୀର ୫୦ଟି ସ୍କୁଲକୁ ଧମକପୂର୍ଣ୍ଣ ଇମେଲ୍ ମିଳିଥିଲା। ନଜଫଗଡ଼, ମାଲବ୍ୟ ନଗର, ପ୍ରସାଦ ନଗର, କାରୋଲ ବାଗ ସମେତ ଅନେକ ଅଞ୍ଚଳର ସ୍କୁଲରେ ଧମକପୂର୍ଣ୍ଣ ଇମେଲ୍ ମିଳିଥିଲା, ଯାହା ଉପରେ ଦିଲ୍ଲୀ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।ସେହିପରି ୨୧ ଅଗଷ୍ଟରେ ଦିଲ୍ଲୀର ୬ଟି ସ୍କୁଲକୁ ବୋମା ଧମକ ମିଳିଥିଲା।

ପ୍ରସାଦ ନଗରର ଆନ୍ଧ୍ର ଏଜୁକେସନ୍ ସୋସାଇଟି ସିନିୟର ସେକେଣ୍ଡାରୀ ସ୍କୁଲ, ଦ୍ୱାରକା ସେକ୍ଟର-୫ରେ ଥିବା ବିଜିଏସ୍ ଇଣ୍ଟରନ୍ୟାସନାଲ ପବ୍ଲିକ୍ ସ୍କୁଲ, ଛାୱଲାର ରାଓ ମାନ ସିଂହ ସିନିୟର ସେକେଣ୍ଡାରୀ ସ୍କୁଲ, ଦ୍ୱାରକା ସେକ୍ଟର-୧ରେ ଥିବା ମ୍ୟାକ୍ସଫୋର୍ଟ ସ୍କୁଲ ଏବଂ ଦ୍ୱାରକା ସେକ୍ଟର-୧୦ରେ ଥିବା ଇନ୍ଦ୍ରପ୍ରସ୍ଥ ଇଣ୍ଟରନ୍ୟାସନାଲ ସ୍କୁଲକୁ ଧମକପୂର୍ଣ୍ଣ ଇମେଲ୍ ମିଳିଥିଲା। ସେହିପରି ପରଦିନ ଅର୍ଥାତ୍ ୨୨ ଅଗଷ୍ଟରେ, ଦିଲ୍ଲୀର ଦ୍ୱାରକା ସେକ୍ଟର-୭ ସମେତ ଅନ୍ୟୂନ ୧୦୦ ସ୍କୁଲକୁ ବିସ୍ଫୋରଣ କରି ଉଡ଼ାଇ ଦେବାକୁ ଧମକପୂର୍ଣ୍ଣ ଇମେଲ୍ ଆସିଥିଲା ।
-
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ପଶ୍ଚିମ ଏସିଆ ଅସ୍ଥିରତା ମଧ୍ୟରେ ସରକାର ରାଜ୍ୟଗୁଡ଼ିକୁ ଦିଆଯାଇଛି 40,000 କିଲୋଲିଟର ଅତିରିକ୍ତ କିରୋସିନି -
ରାଷ୍ଟ୍ରପତିଙ୍କୁ ଅପମାନ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ମୋହନ ମାଝୀଙ୍କ ଚିଠି -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
ବୋମାମାଡ଼ରେ ଥରୁଛି ମଧ୍ୟପ୍ରାଚ୍ୟ, ଇରାନର ୧୬ ଯୁଦ୍ଧ ଜାହାଜ ଧ୍ବଂସ କଲା ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
ଓଡ଼ିଶା ବାସୀଙ୍କ ଭାରି ପ୍ରିୟ ମାଂସ, ଗୃହରେ ସୂଚନା ଦେଲେ ମନ୍ତ୍ରୀ -
ଇରାନକୁ ଗୋଟିଏ ଘଣ୍ଟା ମଧ୍ୟରେ ଧ୍ୱଂସ କରିଦେବୁ... ଡୋନାଲ୍ଡ ଟ୍ରମ୍ପ !












Click it and Unblock the Notifications