୨୦୨୪ରେ ଭାରତୀୟ ନାଗରିକତ୍ବ ଛାଡିଛନ୍ତି ୨ ଲକ୍ଷରୁ ଅଧିକ ବ୍ୟକ୍ତି
୨୦୨୪ରେ ୨ ଲକ୍ଷରୁ ଅଧିକ ବ୍ୟକ୍ତି ଭାରତୀୟ ନାଗରିକତ୍ବ ଛାଡିଥିବା ଜଣାପଡିଛି। ଶୁକ୍ରବାର ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ବିଦେଶ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ ଏହି ସୂଚନା ଦେଇଛନ୍ତି।
ଏମାନେ ବିଦେଶୀ ନାଗରିକତ୍ବ ଗ୍ରହଣ କରିଥିବାରୁ ଭାରତୀୟ ନାଗରିକତ୍ବ ଛାଡିଥିବା କୁହାଯାଇଛି। ସୂଚନା ମୁତାବକ ୨୦୨୦ରେ ୮୫,୨୫୬ ଜଣ ଭାରତୀୟ ନାଗରିକତ୍ବ ଛାଡିଥିବାବେଳେ ୨୦୨୧ରେ ଏମାନଙ୍କ ସଂଖ୍ୟା ୧,୬୩,୩୭୦, ୨୦୨୨ରେ ୨,୨୫,୬୨୦, ୨୦୨୩ରେ ୨,୧୬,୨୧୯ ଓ ୨୦୨୪ରେ ୨,୦୬,୩୭୮ ରହିଥିଲା। ବ୍ୟକ୍ତିଗତ କାରଣରୁ ଏମାନେ ଭାରତୀୟ ନାଗରିକତ୍ବରୁ ଓହରି ଯାଇଥିବା ମନ୍ତ୍ରୀ କହିଛନ୍ତି। ବର୍ତ୍ତମାନ ବିଶ୍ବରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଚାହିଦା ବଢିବାରେ ଲାଗିଛି।

ତେଣୁ ଅଧିକାଂଶ ଭାରତୀୟ ବିଦେଶରେ ମୋଟା ଅଙ୍କର ବେତନ ଲାଳାସାରେ ଦେଶ ଛାଡୁଥିବା ଅନୁମାନ କରାଯାଉଛି। ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ବିଦେଶରେ ୩,୪୩,୫୬,୧୯୩ ଭାରତ ବସବାସ କରୁଛନ୍ତି। ଏମାନଙ୍କ ମଧ୍ୟରୁ ୧,୭୧,୮୧,୧୨ ଜଣ ଭାରତୀୟ ବଂଶୋଦ୍ଭବ ହୋଇଥିବାବେଳେ ପ୍ରବାସୀ ଭାରତୀୟଙ୍କ ସଂଖ୍ୟା ୧,୭୧,୭୦୭୧ ୧୨୨ ରହିଥିବା ଜଣାପଡିଛି।












Click it and Unblock the Notifications