ଲାଲକିଲ୍ଲା ବିସ୍ଫୋରଣରେ ବ୍ୟବହାର ହୋଇଥିଲା ୨ କେଜିର ଆମୋନିୟମ ନାଇଟ୍ରେଟ
ଦେଶର ରାଜଧାନୀ ଦିଲ୍ଲୀର ଲାଲକିଲ୍ଲାରେ ସୋମବାର ହୋଇଥିବା ଭୟଙ୍କର ବିସ୍ଫୋରଣର ତଦନ୍ତ ଯେତିକି ଆଗଉଛି ନୂଆ ନୂଆ ତଥ୍ୟ ବି ସେତିକି ସାମ୍ନାକୁ ଆସୁଛି। ଲାଲକିଲ୍ଲା ବିସ୍ଫୋରଣ ପାଇଁ ୨ କେଜିରୁ ଅଧିକ ପରିମାଣର ଆମୋନିୟମ ନାଇଟ୍ରେଟ ଓ ପେଟ୍ରୋଲିୟମ ଜାତୀୟ ଦ୍ରବ୍ୟର ବ୍ୟବହାର କରାଯାଇଥିଲା। ସେହିପରି ସମ୍ଭବତଃ ବିସ୍ଫୋରକୁ ଘଣ୍ଟାର କିଛି ମିନିଟ ପୂର୍ବରୁ ପ୍ରସ୍ତୁତ କରାଯାଇଥିଲା ବୋଲି ତଦନ୍ତରୁ ଜଣାପଡ଼ିଛି।
ନଭେମ୍ବର ୧୦ରେ ଲାଲକିଲ୍ଲାରେ ଆତ୍ମଘାତୀ ଆତଙ୍କବାଦୀ ହମଲା କରି ୧୩ ଜଣଙ୍କ ଜୀବନ ନେଇଥିବା ଉମର ନବି ବୋମା ତିଆରି କରିବାର ଏକ୍ସପର୍ଟ ଥିଲା। ଫରେନ୍ସିକ ଟିମ ଘଟଣା ସ୍ଥଳରୁ ୫୨ଟି ବିସ୍ଫୋରକ ନମୁନା ଠାବ କରିଛନ୍ତି। ଏହାର ଯାଞ୍ଚରୁ ଜଣାପଡ଼ିଛି ଯେ ଉମର ସମ୍ଭବତଃ ଏହି ସବୁ ବିସ୍ଫୋରକକୁ ଆମୋନିୟମ ନାଇଟ୍ରେଟ, ପେଟ୍ରୋଲିୟମ ଓ ଡେଟୋନେଟିଂ ସାମଗ୍ରୀ ଦ୍ୱାରା ତିଆରି କରିଥିଲା।

ଫରେନ୍ସିକ ତଦନ୍ତରୁ ଆହୁରି ଜଣାପଡ଼ିଛି ଯେ ବିସ୍ଫୋରଣ ପାଇଁ ବ୍ୟବହୃତ ହୋଇଥିବା ବିସ୍ଫୋରକକୁ ୫ରୁ ୧୦ ମିନିଟ ମଧ୍ୟରେ ତିଆରି କରାଯାଇ ପାରିବ। ତେଣୁ ଲାଲକିଲ୍ଲା ବିସ୍ଫୋରଣରେ ବ୍ୟବହୃତ ହୋଇଥିବା ବିସ୍ଫୋରକୁ ଉମର ନବି କ'ଣ ସ୍ଥାନୀୟ ପାର୍କିଂରେ ବସିବା ବେଳେ ତିଆରି କରିଥିଲା କି ବୋଲି ଏବେ ସୁରକ୍ଷା ଏଜେନ୍ସି ଗୁଡ଼ିକ ଜାଣିବାକୁ ଚେଷ୍ଟା କରୁଛନ୍ତି। କାରଣ ସୋମବାର ୬.୫୨ରେ ବିସ୍ଫୋରଣ କରିବାରୁ ଉମର ୩ ଘଣ୍ଟା ଧରି ସ୍ଥାନୀୟ ପାର୍କିଂରେ କାର ସହ ରହିଥିଲା।
ସୋମବାର ଅପରାହ୍ନ ପ୍ରାୟ ୩.୧୯ରେ ଉମରର କାର ସୁନେହରି ମସଜିଦର ପାର୍କିଂ ଲଟ୍ରେ ପ୍ରବେଶ କରିଥିଲା। ପାର୍କିଂ ସ୍ଥଳରେ ଅନ୍ୟ କାରଗୁଡ଼ିକ ଭିତରେ ଉମର ଆଇ ୨୦ ସହ ୩ ଘଣ୍ଟା ରହିଥିଲା। ଏହି ୩ ଘଣ୍ଟା ମଧ୍ୟରେ କେହି ବି କାର ପାଖକୁ ଯାଇ ନଥିଲେ କିମ୍ବା କାରରୁ କେହି ବାହାରି ନଥିଲେ।
ସନ୍ଧ୍ୟା ୬.୨୮ରେ ପାର୍କିଂ ସ୍ଥଳରୁ ବାହାରିଥିଲା କାର୍। ଏହା ସିଧା ରେଡ ଫୋର୍ଟ ମେଟ୍ରୋ ଷ୍ଟେସନକୁ ଯାଇଥିଲା। ଶେଷରେ ସନ୍ଧ୍ୟା ୬.୫୨ରେ ଜନଗହଳୀ ପୂର୍ଣ୍ଣ ଲାଲକିଲ୍ଲା ଟ୍ରାଫିକରେ ଉମର ନିଜ ସହ କାରକୁ ବିସ୍ଫୋରଣରେ ଉଡ଼ାଇ ଦେଇଥିଲା। ଏଥିରେ ଉମର ସମେତ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।
ହରିୟାଣାର ଫରିଦାବାଦ ସ୍ଥିତ ଅଲ ଫଲାହ ବିଶ୍ୱବିଦ୍ୟାଳୟ ସହ ଜଡ଼ିତ କଶ୍ମୀର ଡାକ୍ତର ଉମର ପ୍ରାରମ୍ଭିକ ଭାବେ ଲାଲକିଲ୍ଲାର ପାର୍କିଂ ନିକଟରେ ବଡ଼ ବିସ୍ଫୋରଣ କରିବାକୁ ଯୋଜନା କରିଥିଲା। କିନ୍ତୁ ଫରିଦାବାଦରୁ ବିସ୍ଫୋରକ ସହ ଦୁଇ ସହଯୋଗୀ ଧରା ପଡ଼ିବା ପରେ ସେ ପୂରା ଆତଙ୍କିତ ହୋଇପଡ଼ିଥିଲା। ଏଥିପାଇଁ ସେ ଲାଲକିଲ୍ଲା ନିକଟରେ ବିସ୍ଫୋରଣ କରିବାକୁ ବାହାରି ଯାଇଥିଲା। କିନ୍ତୁ ସୋମବାର ଲାଲକିଲ୍ଲା ବନ୍ଦ ରହୁଥିବାରୁ ପାର୍କିଂ ସ୍ଥଳରେ ଭିଡ଼ ଦେଖିବାକୁ ମିଳି ନଥିଲା।
ସେ ପାର୍କିଂ ସ୍ଥଳରେ ପ୍ରାୟ ୩ ଘଣ୍ଟା ରହିବା ପରେ କାର ଧରି ନେତାଜୀ ସୁଭାଷ ମାର୍ଗରେ ଯାଇଥିଲା ଓ ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ନିଜକୁ ବିସ୍ଫୋରଣ(Blast In Delhi) କରି ଉଡ଼ାଇ ଦେଇଥିଲା।
-
ଭାରତ କିଣିବ ଋଷ ତେଲ, ଏମିତି କହିଲା ଆମେରିକା -
ଇରାନକୁ ସହର୍ଯ୍ୟା କରୁଛନ୍ତି ଚାଇନା ଓ ଋଷ ! ବଡ କଥା କହିଦେଲେ ବୈଦେଶିକ ମନ୍ତ୍ରୀ -
ଆମେରିକା ପାଇଁ ମହଙ୍ଗା ପଡୁଛି ଇରାନ ସହ ଯୁଦ୍ଧ; ୩୧ ହଜାର କୋଟିର ଖର୍ଚ୍ଚ -
କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି ୯ ରାଜ୍ୟରେ ନୂଆ ରାଜ୍ୟପାଳ ଓ ଉପ-ରାଜ୍ୟପାଳ -
ଯୁଦ୍ଧ ଯୋଗୁ ପେଟ୍ରୋଲ-ଡିଜେଲ ସଙ୍କଟ, ଭାରତ ପାଖରେ ଏତିକି ଦିନ.... -
ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଇସ୍ତଫା ହଇଚଇ ସୃଷ୍ଟି କରିଛି, ପ୍ରଶ୍ନ ଉଠାଇଛନ୍ତି ମମତା ବାନାର୍ଜୀ -
ରବିବାର ମହାମୁକାବିଲା; ବିଶ୍ବକପ୍ ଫାଇନାଲ୍ରେ ଭାରତ-ନ୍ୟୁଜିଲାଣ୍ଡ -
ଦ୍ଧ ଭିତର ମିନିଟ୍ମ୍ୟାନ୍-୩ କ୍ଷେପଣାସ୍ତ୍ର ପରୀକ୍ଷଣ, ହିରୋସୀମାଠାରୁ କରିପାରେ.... -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଆପଣ ବି ଖାଦ୍ୟ ଖାଇବାର ତୁରନ୍ତ ପରେ ପାଣି ପିଉଛନ୍ତି କି? ଜାଣନ୍ତୁ..... -
ମୁଖ୍ୟମନ୍ତ୍ରୀ ହେବେ ନୀତିଶଙ୍କ ପୁଅ, ଦାବି କଲେ JDU ବିଧାୟକ












Click it and Unblock the Notifications