ଆସାମ ବନ୍ୟା: 18.35 ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ,179 ଛୁଇଁଲା ମୃତ୍ୟୁ ସଂଖ୍ୟା
ଆସାମରେ ବନ୍ୟା ପରେ ବଢୁଛି ଦୁର୍ଦ୍ଦଶା । ବର୍ଷା କମିଥିଲେ ସୁଧା ଆଜି ବି ପାଣି ଘେରରେ ଅନେକ ଲୋକେ । ରବିବାର ବନ୍ୟା ପରିସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି ।
ଗୌହାଟୀ: ଆସାମରେ ବନ୍ୟା ପରେ ବଢୁଛି ଦୁର୍ଦ୍ଦଶା । ବର୍ଷା କମିଥିଲେ ସୁଧା ଆଜି ବି ପାଣି ଘେରରେ ଅନେକ ଲୋକେ । ରବିବାର ବନ୍ୟା ପରିସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । କାରଣ ପ୍ରଭାବିତ ଲୋକଙ୍କ ସଂଖ୍ୟା ପୂର୍ବ ଦିନର 22.17 ଲକ୍ଷରୁ 18.35 ଲକ୍ଷରୁ ଅଧିକକୁ ହ୍ରାସ ପାଇଛି। କିନ୍ତୁ ମୃତ୍ୟୁ ସଂଖ୍ୟାରେ ଲାଗୁନି ଲଗାମ। ଏବେ ବି ଅନେକକଙ୍କ ପ୍ରାଣ ନେଉଛି ଏହି ବନ୍ୟା। ଆଜି ବନ୍ୟା ହେତୁ ଆଉ ପାଞ୍ଚ ଜଣ ପ୍ରାଣ ହରାଇଛନ୍ତି ବୋଲି ଏକ ସରକାରୀ ବୁଲେଟିନ୍ ରେ କୁହାଯାଇଛି।

ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏଏସଡିଏମଏ) ଦ୍ୱାରା ଜାରି ଦୈନିକ ବୁଲେଟିନ ଅନୁଯାୟୀ, ଏହି ପାଞ୍ଚ ଜଣ ଦିନରେ କରିମଗଞ୍ଜ, ଲଖିମପୁର, ନାଗାଓଁ ଏବଂ ଶିବସାଗର ଜିଲ୍ଲାର ବିଭିନ୍ନ ସ୍ଥାନରେ ବୁଡ଼ି ଯାଇଥିଲେ। ଚଳିତ ବର୍ଷ ବନ୍ୟା ଏବଂ ଭୂସ୍ଖଳନ ହେତୁ ମୃତ୍ୟୁସଂଖ୍ୟା ରାଜ୍ୟରେ 179 କୁ ବୃଦ୍ଧି ପାଇଛି। 23ଟି ଜିଲ୍ଲାରେ ବନ୍ୟା ଯୋଗୁଁ 18,35,500 ରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ।












Click it and Unblock the Notifications