Get Updates
Get notified of breaking news, exclusive insights, and must-see stories!

ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ ଦେବେ ୧୫ ହଜାରରୁ ଅଧିକ କାଶ୍ମୀର ପଣ୍ଡିତ ଭୋଟର୍

Jammu and Kashmir Assembly Election :ଜମ୍ମୁ-କଶ୍ମୀରରେ ଆସନ୍ତାକାଲି ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ୨୪ଟି ମତଦାନ କେନ୍ଦ୍ରରେ ୧୫ହଜାର ୫୦୦ରୁ ଅଧିକ ବିସ୍ଥାପିତ କାଶ୍ମୀର ପଣ୍ଡିତ ଭୋଟର୍ ଅଛନ୍ତି । ବିସ୍ଥାପିତ କଶ୍ମୀର ପଣ୍ଡିତମାନେ କେନ୍ଦ୍ରୀୟ କଶ୍ମୀରର ଶ୍ରୀନଗର, ବଜଗାମ୍ ଏବଂ ଗନ୍ଦେରବଳ ଜିଲ୍ଲାର ୧୫ଟି ବ୍ଲକରେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ ।

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟରେ ଢାଞ୍ଚୁ, ରଧମପୁର ଓ ଦିଲ୍ଲୀର ୨୪ଟି ସ୍ୱତନ୍ତ୍ର ମତଦାନ କେନ୍ଦ୍ରରେ ୧୫ ହଜାର ୫୦୦ରୁ ଅଧିକ କାଶ୍ମୀର ପ୍ରବାସୀ ଭୋଟର ମତଦାନ କରିବେ। ମତଦାନ ପ୍ରକ୍ରିୟାର ତଦାରଖ କରୁଥିବା ରିଲିଫ୍ ଓ ଥଇଥାନ କମିଶନର ଅରବିନ୍ଦ କରୱାନୀ କହିଛନ୍ତି ଜାମ୍ମୁରେ ଏଭଳି ୧୪ହଜାର ୭୦୦ରୁ ଅଧିକ ପଞ୍ଜୀକୃତ ଭୋଟର ଅଛନ୍ତି ।

J amp amp k assembly election

ସେମାନେ୧୯ଟି ମତଦାନ କେନ୍ଦ୍ରରେ ନିଜର ମତାଧିକାର ସାବ୍ୟସ୍ତ କରିବେ । ଦିଲ୍ଲୀର ୪ଟି ମତଦାନ କେନ୍ଦ୍ରରେ ୬୦୦ରୁ ଅଧିକ ପଞ୍ଜୀକୃତ କାଶ୍ମୀର ପ୍ରବାସୀ ଭୋଟର ମତଦାନ କରିବେ । ଉଧମପୁର ଜିଲ୍ଲାରେ ୩୫୦ରୁ ଅଧିକ ପଞ୍ଜୀକୃତ ଭୋଟର ମତଦାନ କରିବେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା, କଂଗ୍ରେସ ରାଜ୍ୟ ମୁଖ୍ୟ ତଥା ପୂର୍ବତନ ମନ୍ତ୍ରୀ ତାରିକ୍ ହମିଦ କରା,

ଜମ୍ମୁ-କଶ୍ମୀର ବିଜେପି ସଭାପତି ରବୀନ୍ଦ୍ର ରୈନା, ଅପନି ପାର୍ଟି ମୁଖ୍ୟ ସୟଦ ଅଲତାଫ ବୁଖାରୀ, ମନ୍ତ୍ରୀ ଅଲ୍ଲୀ ମହମ୍ମଦ ସାଗର ଏବଂ ଅବଦୁଲରହିମ ରାଥେରଙ୍କ ଭାଗ୍ୟ ନିର୍ଦ୍ଧାର କରିବେ ୨୫ ଲକ୍ଷ ଅଣସ୍ତରୀ ହଜାରରୁ ଅଧିକ ଭୋଟର । ଏହି ନିର୍ବାଚନୀ ୪ ଜଣ କାଶ୍ମୀର ପଣ୍ଡିତ ମଧ୍ୟ ପ୍ରତିଦ୍ୱନ୍ଦିତା କରୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+