ଦେଶର ଉତ୍ତର ସୀମାରେ ପରିସ୍ଥିତି ସମ୍ବେଦନଶୀଳ କିନ୍ତୁ ରହିଛି ସ୍ଥିର: ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ

ଭାରତର ଉତ୍ତର ସୀମାରେ ପରିସ୍ଥିତି ସମ୍ବେଦନଶୀଳ ରହିଥିଲେ ହେଁ ସ୍ଥିର ରହିଛି ବୋଲି ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି। ତେବେ ଯେକୌଣସି ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ସେନାବାହିନୀ ପ୍ରସ୍ତୁତ ଅଛନ୍ତି ଏବଂ ସୀମାବର୍ତ୍ତୀ ଅଞ୍ଚଳରେ , କ ଦୃଢ଼ ଭିତ୍ତିଭୂମି ନିର୍ମାଣ କରିବା ଭାରତୀୟ ସେନାର ପ୍ରମୁଖ ପ୍ରାଥମିକତା ବୋଲି ଜେନରାଲ ଦ୍ୱିବେଦୀ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ଆଜି ନୂଆଦିଲ୍ଲୀରେ ଭାରତୀୟ ସେନା ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଜେନେରାଲ ଦ୍ୱିବେଦୀ କହିଛନ୍ତି ଯେ ଜମ୍ମୁ- କଶ୍ମୀର ଅଞ୍ଚଳରେ ପରିସ୍ଥିତି ନିୟନ୍ତ୍ରଣରେ ଅଛି ଏବଂ ଏହା ଆତଙ୍କବାଦରୁ ପର୍ଯ୍ୟଟନ ଆଡ଼କୁ ମୁହାଁଉଛି । ସେ କହିଛନ୍ତି, ଗତବର୍ଷ ନିପାତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରୁ ୬୦ ଜଣ ପାକିସ୍ତାନ ସମର୍ôଥତ ଥିଲେ। ଆତଙ୍କବାଦୀ ବିରୋଧୀ ଅଭିଯାନର ସଫଳତା କାଶ୍ମୀରର ଲୋକମାନେ ଶାନ୍ତି ସପକ୍ଷରେ ଥିବା ସୂଚାଉଛି ବୋଲି ସେ କହିଛନ୍ତି ।ମଣିପୁରର ସାଂପ୍ରତିକ ପରିସ୍ଥିତି ବିଷୟରେ ସୂଚନା ଦେଇ ସେନା ମୁଖ୍ୟ କହିଛନ୍ତି ସେ ସୁରକ୍ଷା ବାହିନୀର ସମ୍ମାନ୍ନିତ ପ୍ରୟାସ ଏବଂ ସକ୍ରିୟ ସରକାରୀ ପଦକ୍ଷେପ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିପାରିଛି ।

ସୀମା ବିବାଦକୁ ନେଇ ଭାରତ ଓ ଚୀନ୍ ମଧ୍ୟରେ ସମ୍ପର୍କ ଦୀର୍ଘ ଦିନ ଧରି ତିକ୍ତ ରହିଛି। କିନ୍ତୁ ନିକଟରେ ଉଭୟ ଦେଶ ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଖଇଉ ପ୍ରସଙ୍ଗ ସମ୍ବେଦନଶୀଳ କିନ୍ତୁ ସେଠାରେ ସ୍ଥିତି ସ୍ଥିର ରହିଛି। ଏହି ପ୍ରସଙ୍ଗକୁ ନେଇ ଅନେକ ସ୍ତରରେ ବୈଠକ ହୋଇଛି।

army chief

ଉଭୟ ପକ୍ଷର ସେନା ପଛକୁ ହଟିଛନ୍ତି ଏବଂ ଉଭୟ ସନ୍ତୁଷ୍ଟ ଅଛନ୍ତି। ତଥାପି, କେତେକ ବିବାଦୀୟ ସ୍ଥାନରେ କୌଣସି ବଫର୍ ଜୋନ୍ ନାହିଁ। ପୂର୍ବ ଲଦାଖର ଡେପସଙ୍ଗ ଏବଂ ଡେମଚୋକର ପାରମ୍ପାରିକ ଅଞ୍ଚଳରେ ପାଟ୍ରୋଲିଂ ଏବଂ ଗୋରୁ ଚରିବା ଆରମ୍ଭ ହୋଇଛି। ଆମର ନିୟୋଜନ ସନ୍ତୁଳିତ ଏବଂ ମଜଭୁତ, ଆମେ ଯେକୌଣସି ପରିସ୍ଥିତିର ମୁକାବିଲା କରିବାକୁ ସକ୍ଷମ ଅଟୁ। ଆମେ ସୀମାରେ ଭିତ୍ତିଭୂମି ଏବଂ ଦକ୍ଷତା ବିକାଶକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ ଦେଉଛୁ ବୋଲି ସ୍ଥଳ ସେନା ମୁଖ୍ୟ କହିଛନ୍ତି

ସେହିପରି ଜମ୍ମୁ କଶ୍ମୀରରେ ହ୍ରାସ ପାଇଛି ଆତଙ୍କବାଦ। ଟେରରିଜିମରୁ ଟୁରିଜମ ଆଡକୁ ଅଗ୍ରସର ହେଉଛି ଉପତ୍ୟକା। କାଶ୍ମୀରରେ ଆଜିର ସ୍ଥିତି ନେଇ ଭାରତୀୟ ସ୍ଥଳ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଏହା କହିଛନ୍ତି। ଗତ ବର୍ଷ କଶ୍ମୀରରେ ନିପାତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରୁ ୬୦% ପାକିସ୍ତାନୀ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+