ପାକିସ୍ତାନ ଉପରେ ପୁଣି ଏକ ପ୍ରହାର ,ପାକିସ୍ତାନୀ ଫିଲ୍ମ, OTT ବ୍ୟାନ୍ କରିବାକୁ ନିର୍ଦ୍ଦେଶ
ପୁଣି ପାକିସ୍ତାନ ଉପରେ ପ୍ରହାର । ଓଟିଟି ପ୍ଲାଟଫର୍ମରୁ ହଟିବ ପାକିସ୍ତାନୀ କଣ୍ଟେଟ୍ । ସମସ୍ତ ପାକିସ୍ତାନୀ କଣ୍ଟେଟ୍ ହଟାଇବାକୁ ନିର୍ଦ୍ଦେଶ । ଭାରତ-ପାକିସ୍ତାନ ଉତ୍ତେଜନା ପରିସ୍ଥିତିରେ ଓଟିଟି ପ୍ଲାଟଫର୍ମ ଏବଂ ମିଡିଆ ଷ୍ଟ୍ରିମିଂ ପ୍ଲାଟଫର୍ମକୁ ବଡ ନିର୍ଦ୍ଦେଶ ଦେଲା ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ।
ଏଥିରେ ୱେବ୍-ସିରିଜ୍, ଫିଲ୍ମ, ଗୀତ, ପଡକାଷ୍ଟ କିମ୍ବା ଯେକୌଣସି ଅନ୍ୟ ପ୍ରକାରର ବିଷୟବସ୍ତୁ ଅନ୍ତର୍ଭୁକ୍ତ। ସେଗୁଡ଼ିକ ସବସ୍କ୍ରିପସନ୍ ଆଧାରିତ ମଡେଲରେ ଉପଲବ୍ଧ ଥିଲେ ମଧ୍ୟ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

୨୦୨୧ର ଆଇଟି ନିୟମାବଳୀକୁ ଆଧାର କରି ସରକାର କହିଛନ୍ତି ଯେ ଏପରି କୌଣସି ବିଷୟବସ୍ତୁ ଦେଖାଯିବା ଉଚିତ୍ ନୁହେଁ। ତେବେ ଭାରତର ଅପରେସନ ସିନ୍ଦୁର ପରେ ପାକିସ୍ତାନରେ ଏକପ୍ରକାର ହାହାକାର ସ୍ଥିତି। ଏବେ ଭାରତ ପଡ଼ୋଶୀ ଦେଶର ମନୋରଞ୍ଜନ ଶିଳ୍ପକୁ ମଧ୍ୟ ବ୍ୟାନ୍ କରିଛି।












Click it and Unblock the Notifications