ହିମାଚଳରେ ପ୍ରାକୃତିକ ବିପର୍ଯ୍ୟୟ,ସମସ୍ତ ଶିକ୍ଷାନୁଷ୍ଠାନରେ ଛୁଟି ଘୋଷଣା

ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି । ସୋମବାର ଅନେକ ଉପଖଣ୍ଡର ସମସ୍ତ ଶିକ୍ଷାନୁଷ୍ଠାନରେ ଛୁଟି ଘୋଷଣା କରାଯାଇଛି । ଚମ୍ବା ଜିଲ୍ଲାରେ ବର୍ଷାର ତାଣ୍ଡବ ଯୋଗୁଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ସ୍ଥାନରେ ଭୂସ୍ଖଳନ ଯୋଗୁଁ ରାସ୍ତା ବନ୍ଦ ହୋଇଯାଇଛି । ଚମ୍ବାର ତିସାରେ ବାଦଲ ଫଟା ବର୍ଷା ଯୋଗୁଁ ଏକ ପୋଲ ଏବଂ ରାସ୍ତା ଧୋଇଯାଇଛି ।

ହିମାଚଳର ୨ରୁ ୭ଟି ଜିଳ୍ଲାର କିଛି ଅଞ୍ଚଳରେ ୨୧ରୁ ୨୩ ଜୁଲାଇ ଯାଏଁ ପ୍ରବଳ ବର୍ଷା ଅନୁମାନ କରାଯାଉଛି । ଏଥିପାଁ ପାଣିପାଗ ବିଭାଗ ଅରେଞ୍ଜ ଆଲର୍ଯ ଜାରି କରିଛି । ରାଜ୍ୟର ମଣ୍ଡି, କାଙ୍ଗଡ଼ା, ଚମ୍ବା, ସିମଲା, ସିରମୌର, ସୋଲାନ, ଉନା, ବିଳାସପୁର, ହମିରପୁର ଏବଂ କୁଲୁ ଜିଲ୍ଲାରେ ନିରନ୍ତର ପ୍ରବଳ ବର୍ଷା ହେଉଛି । ପ୍ରବଳ ବର୍ଷା ଯୋଗୁଁ ଯାତାୟତରେ ବାଧା ଉପୁଜିଛି । ପାଖାପାଖି ୧୪୨ ରାସ୍ତା ବନ୍ଦ ରହିଛି ଏଥିପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକୁ SDM ଗୋଟିଏ ଦିନ ଛୁଟି ଘୋଷଣା କରିଛନ୍ତି ।

RAIN

ଆଜି ସିମଲା, ସିରମୌର, ଚମ୍ବା, କାଙ୍ଗଡ଼ା ଏବଂ ମଣ୍ଡି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ପାଇଁ ପାଗ ବିଭାଗ ରେଡ୍ ଆଲର୍ଟ ଜାରି କରିଛି। ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ, କାଙ୍ଗଡ଼ାରେ ସର୍ବାଧିକ ୧୪୭ ମିମି ବର୍ଷା ରେକର୍ଡ କରାଯାଇଛି। ପାଣିପାଗ ବିଭାଗ ଆଗାମୀ ୭୨ ଘଣ୍ଟା ପାଇଁ ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+