Get Updates
Get notified of breaking news, exclusive insights, and must-see stories!

ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଖାରଜ

ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଖାରଜ । ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ୍‌ ଧନ୍‌କରଙ୍କୁ ବହିଷ୍କାର କରିବା ପାଇଁ ବିରୋଧୀ ଦଳଗୁଡ଼ିକ ଦେଇଥିବା ଅନାସ୍ଥା ନୋଟିସ୍‌କୁ ଗୁରୁବାର ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ ଖାରଜ କରିଦେଇଛନ୍ତି। ଏହା ଗମ୍ଭୀର ତ୍ରୁଟିପୂର୍ଣ୍ଣ। ଦେଶର ସାମ୍ବିଧାନିକ ଅନୁଷ୍ଠାନ ଏବଂ ଧନ୍‌କରଙ୍କ ଖ୍ୟାତିକୁ ନଷ୍ଟ କରିବା ଉଦ୍ଦେଶ୍ୟରେ ନୋଟିସ ଅଣାଯାଇଥିଲା ବୋଲି ହରିବଂଶ ରୁଲିଂରେ କହିଛନ୍ତି। ରାଜ୍ୟ ସଭା ମହାସଚିବ ପି.ସି. ମୋଦି ଏହି ରୁଲିଂ ଉପସ୍ଥାପନ କରିଥିଲେ।

ଧନ୍‌କରଙ୍କୁ ତାଙ୍କ ପଦବୀରୁ ହଟାଇବା ପାଇଁ ଗତ ୧୦ ତାରିଖରେ ଦିଆଯାଇଥିବା ଅନାସ୍ଥା ନୋଟିସ୍‌ରେ ବିରୋଧୀ ଦଳର ୬୦ ସଦସ୍ୟ ସ୍ବାକ୍ଷର କରିଥିଲେ। ରାଜ୍ୟ ସଭା ଅଧ୍ୟକ୍ଷ ପକ୍ଷପାତ କରୁଥିବାରୁ ତାଙ୍କ ଉପରେ ଆସ୍ଥା ନ ଥିବା ନୋଟିସରେ ଦର୍ଶାଯାଇଥିଲା। ବ୍ୟକ୍ତିଗତ ଭାବେ ଟାର୍ଗେଟ କରାଯାଇ କେବଳ ପ୍ରଚାର ଲକ୍ଷ୍ୟରେ ଏଭଳି ନୋଟିସ ଅଣାଯାଇଛି। ସର୍ବବୃହତ୍‌ ଗଣତନ୍ତ୍ରର ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟକୁ ଅପମାନିତ କରିବା ପାଇଁ ଏହା ଏକ ଦୁଃସାହସିକ ଅଭିଯାନ ବୋଲି ହରିବଂଶ କହିଛନ୍ତି।

Jagdeep Dhankhar

ସୂଚନା ଅନୁସାରେ ରାଜ୍ୟସଭା ଉପାଧ୍ୟକ୍ଷ କହିଛନ୍ତି ଯେ ଦେଶର ଦ୍ଵିତୀୟ ସର୍ବୋଚ୍ଚ ସାମ୍ବିଧାନିକ ପଦରେ ରହିଥିବା ବ୍ୟକ୍ତିଙ୍କୁ ବଦନାମ କରିବା ପାଇଁ ଏହି ପ୍ରସ୍ତାବ ଆଗତ କରାଯାଇଥିଲା। ଉପରାଷ୍ଟ୍ରପତିଙ୍କ ବିରୋଧରେ ମନଗଢ଼ା କାହାଣୀ କହିବା ପାଇଁ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରାଯାଇଥିଲା ବୋଲି ସେ କହିଛନ୍ତି। ତେବେ ଏହି ଅନାସ୍ଥା ପ୍ରସ୍ତାବକୁ ଖାରଜ କରିବାର କାରଣ ଦର୍ଶାଇବାକୁ ଯାଇ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ କହିଛନ୍ତି ଯେ ଏଭଳି ପ୍ରସ୍ତାବ ଆଣିବା ପାଇଁ ୧୪ ଦିନିଆ ନୋଟିସ ଦେବା ବାଧ୍ୟତାମୂଳକ। ହେଲେ ଏ କ୍ଷେତ୍ରରେ ଏହି ନୋଟିସ ଦିଆଯାଇନାହିଁ। ଏଥିରେ ଗୃହର ଅଧ୍ୟକ୍ଷ ଧନଖଡ଼ଙ୍କ ନାମର ବନାନ ମଧ୍ୟ ଭୁଲ ଲେଖାଯାଇଥିବା ସେ କହିଛନ୍ତି।

ରାଜ୍ୟସଭା ଇତିହାସରେ ପ୍ରଥମ ଥର ପାଇଁ ଗୃହର ଅଧ୍ୟକ୍ଷଙ୍କୁ ପଦରୁ ହଟାଇବା ପାଇଁ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା। ରାଜ୍ୟସଭାକୁ ପରିଚାଳନା କରିବା ବେଳେ ଅଧ୍ୟକ୍ଷ ଧନଖଡ଼ ପାତରଅନ୍ତର କରୁଥିବା ବିରୋଧୀ ଇଣ୍ଡିଆ ମେଣ୍ଟର ସାଂସଦମାନେ ବାରମ୍ବାର କହୁଥିଲେ। ଯାହା ଚଳିତ ଶୀତ ଅଧିବେଶନରେ ଚରମ ସୀମାରେ ପହଞ୍ଚିଥିବା ବିରୋଧୀ ଗୋଷ୍ଠୀ ପକ୍ଷରୁ ଅଭିଯୋଗ ହୋଇଥିଲା। ଅଧିବେଶନ ଆରମ୍ଭରୁ ଏହି ପ୍ରସଙ୍ଗରେ ଉଭୟ ବିରୋଧୀ ଓ ଶାସକ ମେଣ୍ଟ ମଧ୍ୟରେ ମୁହାୀଁମୁହିଁ ସ୍ଥିତି ଉପୁଜିଥିଲା। ଶେଷରେ କଂଗ୍ରେସ ନେତୃତ୍ଵରେ ଇଣ୍ଡିଆ ମେଣ୍ଟର ଅନ୍ୟ ସାଂସଦମାନେ ଏହି ଅନାସ୍ଥା ପ୍ରସ୍ତାବ ଆଣିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+