ବିରୋଧିଙ୍କ ଉପରେ ବର୍ଷିଲେ ମୋଦି: କହିଲେ ସନାତନ ସଂସ୍କାର ଏବଂ ପରମ୍ପରାକୁ ସମାପ୍ତ କରିବାକୁ ଚେଷ୍ଟା କରାଯାଉଛି
ମଧ୍ୟପ୍ରଦେଶ: ଆଜି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟପ୍ରଦେଶ ସାଗର ଜିଲ୍ଲାରେ ଗସ୍ତରେ କରିବା ସହ ସେଠାରେ 50 ହଜାର ୭ ଶହ କୋଟି ଟଙ୍କାର ପରିଯୋଜନାର ଲୋକାର୍ପଣ କରିଛନ୍ତି । ସାଗରରେ ଏକ ଜନସଭାକୁ ସମ୍ବୋଧିତ କରିବା ଅବସରରେ ସେ କହିଛନ୍ତି, ସ୍ୱାଧୀନତାର ଏହି ଅମୃତକାଳରେ ଦେଶର ପ୍ରତିଟି ନାଗରିକ ଦେଶକୁ ବିକଶିତ କରିବା ପାଇଁ ସଂକଳ୍ପ ନେଇଛି ।
ସେହିପରି ଏହି ଜନସଭାରେ ପ୍ରଧାନମନ୍ତ୍ରୀ ବିରୋଧିଙ୍କ ମେଣ୍ଟ ଇଣ୍ତିଆ ଉପରେ ପ୍ରବଳ ବର୍ଷିଛନ୍ତି । ସେ ବିରୋଧିଙ୍କୁ ସମାଲୋଚନା କରି କହିଛନ୍ତି, ଏବେ ଦେଶର ସନାତନ ଧର୍ମକୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ହେଲେ ବିରୋଧି ମେଣ୍ଟ ସନାତନ ଧର୍ମକୁ ଭାଙ୍ଗିବା ପାଇଁ ଚେଷ୍ଟା କରୁଛନ୍ତି ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ବିରୋଧୀ ମେଣ୍ଟର ନେତୃତ୍ୱ କିଏ ନେବ ତାହା ସ୍ପଷ୍ଟ ହୋଇ ନାହିଁ ହେଲେ ଏବେଠୁ ସେମାନେ ଭାରତୀୟଙ୍କ ଆସ୍ଥା ଉପରେ ପ୍ରଶ୍ନ ଉଠାଇବା ଆରମ୍ଭ କରିଦେଇଛନ୍ତି । ଇଣ୍ତିଆ ମେଣ୍ଟକୁ କଟାକ୍ଷ କରି ମୋଦି କହିଛନ୍ତି, ଏହି ମେଣ୍ଟ ସନାତନ ଧର୍ମର ସଂସ୍କାର ଓ ପରମ୍ପରାକୁ ସମାପ୍ତ କରିବାକୁ ସଂକଳ୍ପ ନେଇଛି । ଦିନେ ଯେଉଁ ସନାତନ ଧର୍ମକୁ ଗାନ୍ଧୀ ତାଙ୍କ ଜୀବନରେ ଅନୁସରଣ କରୁଥିଲେ ଆଜି ସେହି ଧର୍ମକୁ ସମାପ୍ତ କରିବା ପାଇଁ ଚେଷ୍ଟା କରାଯାଉଛି ।












Click it and Unblock the Notifications