ଆସନ୍ତାକାଲି ସରକାରଙ୍କୁ ନିଟ୍ ପ୍ରସଙ୍ଗରେ ବିରୋଧୀ ସଂସଦରେ ଘେରିବେ
ମେଡିକାଲ ପ୍ରବେଶିକା ପରୀକ୍ଷା (NEET) ଏବଂ ଅନ୍ୟାନ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷାରେ ହୋଇଥିବା ଅନିୟମିତତା ସମ୍ପର୍କରେ ବିରୋଧୀ ସଂସଦର ଉଭୟ ଗୃହରେ ଏକ ସ୍ବତନ୍ତ୍ର ଆଲୋଚନା ଚାହୁଁଛି। ଯାହାକୁ ନେଇ ବିରୋଧୀ ଦଳ ଇଣ୍ଡିଆ ଗଠବନ୍ଧନ ଗୁରୁବାର କହିଛି, ଶୁକ୍ରବାର ସଂସଦର ଉଭୟ ଗୃହରେ ଏନ୍ଇଇଟି ବିବାଦ ଉପରେ ସ୍ଥଗିତ ପ୍ରସ୍ତାବ ଆଣିବ। କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେଙ୍କ ବାସଭବନରେ ଅନୁଷ୍ଠିତ ଇଣ୍ଡିଆ ମେଣ୍ଟ ଦଳମାନଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ଗୁରୁବାର ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରୁଥିଲେ। ଏହାପରେ ବିରୋଧୀମାନେ ବୈଠକ କରିଛନ୍ତି। ଆସନ୍ତାକାଲି ନିଟ୍, ମୁଦ୍ରାସ୍ଫୀତି, ବେକାରୀ, କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ), ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ ରାଜ୍ୟପାଳଙ୍କ କାର୍ଯ୍ୟାଳୟର ଅପବ୍ୟବହାର ପ୍ରସଙ୍ଗ ଉଠାଇବେ।

ସରକାରଙ୍କ କହିବା କଥା ଯେ ନିଟ ଅନିୟମିତତା ପ୍ରସଙ୍ଗରେ ସମସ୍ତ ପ୍ରକାରର ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ସିବିଆଇ ତଦନ୍ତ ଠାରୁ ଆରମ୍ଭ କରି ସ୍ୱତନ୍ତ୍ର କମିଟି ବି ଗଠନ ହୋଇଛି। କମିଟି ରିପୋର୍ଟ ଖୁବଶୀଘ୍ର ଆସିବ। ଏହାବାଦ ସରକାର ପ୍ରଶ୍ନପତ୍ର ଲିକୁ ରୋକିବା ଓ ଦୋଷୀଙ୍କୁ କଠୋ ଦଣ୍ଡ ଦେବା ପାଇଁ ବ୍ୟବସ୍ଥା ହୋଇଛି। ଏହାକୁ ଆଧାର କରି ସରକାର ବିରୋଧୀଙ୍କୁ କାଉଣ୍ଟର କରିବାକୁ ଲକ୍ଷ୍ୟ ରଖିଛନ୍ତି।












Click it and Unblock the Notifications