Get Updates
Get notified of breaking news, exclusive insights, and must-see stories!

ଜଗଦୀପ ଧନଖଡ଼ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିପାରେ କଂଗ୍ରେସ

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବଶେନରେ ହାଇଡ୍ରାମା ଦେଖିବାକୁ ମିଳିଛି । ସୋମବାର ଅଧିବେଶନର ଦଶମ ଦିନରେ ଉଭୟ ଗୃହରେ ଜୋରଦାର ହଙ୍ଗାମା ହୋଇଛି । ଏହାରି ମଧ୍ୟରେ, ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତି କରୁଛନ୍ତି ବିରୋଧୀ । ବିରୋଧୀ ଦଳର ସାଂସଦମାନେ ଆର୍ଟିକିଲ୍‌ ୬୭ (ବି) ଅଧୀନରେ ଧନଖଡ଼ଙ୍କ ବିରୋଧରେ ଅନାସ୍ଥା ଆଣିବେ ବୋଲି କୁହାଯାଉଛି ।

ଜଗଦୀପ ଧନଖଡ଼ଙ୍କ ବିରୋଧରେ ବିରୋଧୀ ଇଣ୍ଡି ମେଣ୍ଟ ଅନାସ୍ଥା ପ୍ରସ୍ତାବ ଆଣିପାରେ । କଂଗ୍ରେସ ପକ୍ଷରୁ ଏହି ପ୍ରସ୍ତାବ ଅଣାଯାଇପାରେ, ଯାହାକୁ ମେଣ୍ଟର ଅନ୍ୟ ସହ ଦଳ ମଧ୍ୟ ସମର୍ଥନ କରିପାରନ୍ତି । ସମାଜବାଦୀ ପାର୍ଟି ଏବଂ ଟିଏମସି ଏହି ଅନାସ୍ଥା ପ୍ରସ୍ତାବ ପକ୍ଷରେ ଥିବା କୁହାଯାଉଛି । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ପକ୍ଷପାତ କରୁଥିବା ବିରୋଧୀ ଦଳ ନେତା ଅଭିଯୋଗ କରିଛନ୍ତି ।

Jagdeep Dhankhar

ଇଣ୍ଡି ମେଣ୍ଟର ପ୍ରଦର୍ଶନରେ ଅସନ୍ତୁଷ୍ଟ ଥିବା ଟିଏମସି, ଏସପି ଏବଂ ଅରବିନ୍ଦ କେଜ୍ରିୱାଙ୍କ ଆମ୍ ଆଦାମୀ ପାର୍ଟିର ସାଂସଦ କଂଗ୍ରେସ ଆଣିବାକୁ ଥିବା ଅବିଶ୍ୱାସ ପ୍ରସ୍ତାବ ଉପରେ ହସ୍ତାକ୍ଷର କରିଛନ୍ତି । ସୂଚନା ଅନୁସାରେ ବିରୋଧୀ ଦଳ ମଙ୍ଗଳବାର ରାଜ୍ୟସଭା ସଭାପତିଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିପାରନ୍ତି । ଏହି ଅନାସ୍ଥା ପ୍ରସ୍ତାବ ଉପରେ ୭୦ ଜଣ ସାଂସଦ ହସ୍ତାକ୍ଷର କରିଥିବା ଜଣାପଡ଼ିଛି । ବିରୋଧ ଦଳଗୁଡ଼ିକ ସମ୍ୱିଧାନର ଅନୁଚ୍ଛେଦ ୬୭(ବି) ଅଧିନରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଯାଉଛନ୍ତି ।

କୁହାଯାଉଛି ଯେ ସୋମବାର ରାଜ୍ୟସଭାରେ ଜର୍ଜ ସୋରୋସଙ୍କ ପ୍ରସଙ୍ଗରେ ହୋଇଥିବା ହଙ୍ଗାମା ସମୟରେ ସଭାପତି ଧନଖଡ଼ଙ୍କ ଆଭିମୁଖ୍ୟକୁ ଦେଖି କଂଗ୍ରେସ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ । ଗୃହରେ ହଙ୍ଗାମା ଭିତରେ ଦିଗବିଜୟ ସିଂ ଏବଂ ରାଜୀବ ଶୁକ୍ଲାଙ୍କ ସମେତ କଂଗ୍ରେସ ସାଂସଦମାନେ ଗୃହ ସଭାପତିଙ୍କ ବିରୋଧରେ ପକ୍ଷପାତ ଅଭିଯୋଗ କରି ପ୍ରଶ୍ନ ଉଠାଇଥିଲେ । ରାଜ୍ୟସଭା ଅଧ୍ୟକ୍ଷ ବିଜେପି ସାଂସଦଙ୍କ ନାଁ ନେଇ ସେମାନଙ୍କୁ କହିବା ପାଇଁ କହୁଥିବାରୁ କଂଗ୍ରେସ ଆପତ୍ତି ଉଠାଇଥିଲା ।

ସୋମବାର ରାଜ୍ୟ ସଭାରେ ଭାରତୀୟ ଜନତା ପାର୍ଟି କଂଗ୍ରେସର ବରିଷ୍ଠ ନେତାମାନଙ୍କୁ ବିଲିୟନେୟାର ନିବେଶକ ଜର୍ଜ ସୋରୋସଙ୍କ ସହ ମିଶି ଦେଶକୁ ଅସ୍ଥିର କରିବା ପାଇଁ ଅଭିଯୋଗ କରିଛି। ଏହି ପ୍ରକ୍ରିୟା ସମୟରେ ଅଧ୍ୟକ୍ଷ ଜଗଦୀପ ଧନକର ଭାରତର ଏକତା ତଥା ସାର୍ବଭଭୌମତ୍ୱ ପ୍ରତି ଆଭ୍ୟନ୍ତରୀଣ ତଥା ବାହ୍ୟ ବିପଦକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ 'ଡିପ୍‌ ଟେଷ୍ଟ୍‌'ର ପ୍ରଭାବ କୋଭିଡ ଅପେକ୍ଷା ଅଧିକ ମାରାତ୍ମକ ବୋଲି ଚେତାବନୀ ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+