ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ: ଗୃହକୁ ସ୍ଥଗିତ ରଖିଲେ ବାଚସ୍ପତି
ନୂଆଦିଲ୍ଲୀ : ଆଜିଠୁ ଆରମ୍ଭ ହୋଇଛି ସଂସଦର ଶୀତ ଅଧିବେଶନ । ଡିସେମ୍ବର ୨୦ ଯାଏ ଅଧିବେଶନ ଚାଲିବ । ଏହା ଅଷ୍ଟାଦଶ ଲୋକସଭାର ତୃତୀୟ ଅଧିବେଶନ । ଏହି ଅଧିବେଶନରେ ମୋଟ ୧୯ଟି କାର୍ଯ୍ୟଦିବସ ରହିଛି । ଅଧିବେଶନ ପୂର୍ବରୁ ସମସ୍ତ ସାଂସଦଙ୍କୁ ସମ୍ଭୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମ୍ବୋଧନରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହା ଶୀତ ଅଧିବେଶନ ଆଶା କରୁଛି ମାହୋଲ ଥଣ୍ଡା ରହିବ । ୨୦୨୪ର ଅନ୍ତିମ ଦିବସ ଚାଲୁଛି ।

ଦେଶ ଉତ୍ସାହର ସହ ୨୦୨୫ ସ୍ବାଗତରେ ଲାଗିଛନ୍ତି । ସଂସଦର ଏହି ଅଧିବେଶନ ବିଭିନ୍ନ ଦିଗରୁ ବିଶେଷ ରହିଛି । ସମ୍ବିଧାନ ନିର୍ମାତା ଏହାର ନିର୍ମାଣ ସମୟରେ ଗୋଟିଏ ଗୋଟିଏ ବିନ୍ଦୁ ଉପରେ ବିସ୍ତାର ଆଲୋଚନା କରିଥିଲେ । ତେବେ ଯାଏ ଏକ ଉତ୍ତର ଦସ୍ତାବିଜ ଆମକୁ ପ୍ରାପ୍ତ ହୋଇଥିଲା । ସଂସଦ ଓ ସାଂସଦ ଉଭୟ ଗୁରୁତ୍ବପୂରର୍ଣ୍ଣ । ପାର୍ଲାମେଣ୍ଟରେ ସୁସ୍ଥ ଚର୍ଚ୍ଚା, ଅଧିକରୁ ଅଧିକ ଲୋକ ଆଲୋଚନାରେ ଯୋଗଦାନ କରନ୍ତୁ । ବାଚସ୍ପତି ଓମ୍ ବିର୍ଲା ଅଧିବେଶନ ଆରମ୍ଭରେ ଲୋକ ସଭାରେ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଏହି ଅବସରରେ ଦିବଂଗତ ନେତାଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।
ଅଧିବେଶନ ଆରମ୍ଭରୁ ବିରୋଧୀ ଆଦାନୀ ଗ୍ରୁପ ବିରୋଧରେ ଆମେରିକା ଆଣିଥିବା ଲାଞ୍ଚ ଅଭିଯୋଗ ସମେତ ମଣିପୁର ହିଂସା ପ୍ରସଙ୍ଗ ଏବଂ ଓ୍ବାକଫ୍ ସଂଶୋଧନ ବିଲ ଉପରେ ତୁରନ୍ତ ଆଲୋଚନା ପାଇଁ ଦାବି କରି ଉଭୟ ଗୃହରେ ହୋ-ହଲ୍ଲା କରିଥିଲେ। ଏନେଇ ଉଭୟ ଗୃହକୁ ବାଚସ୍ପତି ସ୍ଥଗିତ କରିଥିଲେ। ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର ସମ୍ବିଧାନ ଦିବସ ଅବସରରେ ଗୃହକାର୍ଯ୍ୟ ବନ୍ଦ ରହିବ। ଏଭଳି ପରିସ୍ଥିତିରେ ବୁଧବାର ପୁଣି ଗୃହର ପ୍ରକ୍ରିୟା ଆରମ୍ଭ ହେବ।












Click it and Unblock the Notifications