'ପାକିସ୍ତାନ ଅତିକ୍ରମ କଲା ରେଖା, ଆତଙ୍କୀ ଶିବିର ହେଲା ଧ୍ୱଂସ'

ସୋମବାର ଲୋକସଭାରେ ଅପ‌ରେସନ ସିନ୍ଦୂରକୁ ନେଇ ଏକ ସ୍ୱତନ୍ତ୍ର ବିତର୍କ ଆରମ୍ଭ ‌ହୋଇଯାଇଛି। ଏହି ବିତର୍କ ଷୋହଳ ଘଣ୍ଟା ପାଇଁ ଜାରି ରହିବ। ବିରୋଧୀ ଦଳ ଅପରେସନ ସିନ୍ଦୂର ଉପରେ ବିତର୍କ ପାଇଁ ଲଗାତାର ଦାବି କରୁଥିଲେ, ଏବଂ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ମଧ୍ୟ ଚାହୁଁଥିଲେ। ତେବେ ବିତର୍କ ପୂର୍ବରୁ କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ ପାକିସ୍ତାନରେ ଆତଙ୍କ ଶିବିର ଉପରେ ଭାରତର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ହିନ୍ଦୁ ପବିତ୍ର ଗ୍ରନ୍ଥ ରାମାୟଣକୁ ଉଦ୍ଧୃତ କରିଛନ୍ତି।

ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସୋମବାର (୨୮ ଜୁଲାଇ, ୨୦୨୫) ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି, ' ଯେତେବେଳେ ରାବଣ ଲକ୍ଷ୍ମଣ ରେଖା ଅତିକ୍ରମ କଲା, ଲଙ୍କା ଜଳିଗଲା। ସେହିପରି ଯେତେବେଳେ ପାକିସ୍ତାନ ଭାରତ ଦ୍ୱାରା ଟାଣିଥିବା ଲାଲ ରେଖା ଅତିକ୍ରମ କଲା, ଆତଙ୍କବାଦୀ ଶିବିରଗୁଡିକ ନିଆଁରେ ଜଳିପୋଡ଼ି ଧ୍ବଂସ ହୋଇଗଲା।

Kiren Rijiju

ଏଥିସହିତ ଅପ‌ରେସନ ସିନ୍ଦୂରକୁ ନେଇ ସ୍ୱତନ୍ତ୍ର ବିତର୍କ ପୂର୍ବରୁ ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ କଂଗ୍ରେସ ସମେତ ସମଗ୍ର ବିରୋଧୀଙ୍କୁ ସଂସଦରେ ଦେଶ ବିରୋଧୀ କଥା ନ କହିବାକୁ ଅନୁରୋଧ କରିଛନ୍ତି। କାରଣ ଦେଶ ବିରୋଧୀ ପ୍ରସଙ୍ଗ ଆମ ସେନାକୁ ଆଘାତ ପହଞ୍ଚାଇପା‌ରେ। ଆମେ ଦାବିର ସହ କହି ପାରିବା ଅପରେସନ ସିନ୍ଦୂର ଭାରତର ପରିବର୍ତ୍ତିତ ଚେହେରାର ପ୍ରତୀକ ଅଟେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+