ବେଙ୍ଗାଲୁରୁରେ ବିରୋଧୀ ଦଳର ପ୍ରଥମ ଦିନର ବୈଠକ ଶେଷ: ଆରମ୍ଭ ଭଲ ରହିଛି, ଅଧା କାର୍ଯ୍ୟ ଶେଷ ହୋଇଛି ବୋଲି କହିଲେ ଖଡଗେ
Opposition Party Meeting: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ବିରୋଧୀ ଦଳର ପ୍ରଥମ ଦିନର ବୈଠକ ଶେଷ ହୋଇଛି। ଏହି ବୈଠକ ପରେ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏକ ବଡ଼ ବିବୃତ୍ତି ଦେଇଛନ୍ତି । ବୈଠକର ଉଦ୍ଦେଶ୍ୟ ବର୍ଣ୍ଣନା କରି ସେ କହିଛନ୍ତି ଯେ, ଅଧା କାର୍ଯ୍ୟ ଶେଷ ହୋଇଛି ।
बेंगलुरु में संयुक्त विपक्ष की बैठक जारी।
बैठक में कांग्रेस अध्यक्ष श्री @kharge, CPP चेयरपर्सन श्रीमती सोनिया गांधी जी और पूर्व अध्यक्ष श्री @RahulGandhi सहित 26 दलों के वरिष्ठ नेता मौजूद। pic.twitter.com/LqG3WtgdLL
— Dr. Arunesh Kumar Yadav (डॉ अरुणेश यादव) (@YadavArunesh) July 17, 2023
କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ ଟୁଇଟ୍ କରି କହିଛନ୍ତି ଯେ, ଆଜିର ବୈଠକ ଭଲରେ ଆରମ୍ଭ ହୋଇଛି ଏବଂ ଅଧା କାର୍ଯ୍ୟ ଶେଷ ହୋଇଛି । ବୈଠକର ଉଦ୍ଦେଶ୍ୟ ବର୍ଣ୍ଣନା କରି ସେ କହିଛନ୍ତି ଯେ, ଆମେ ଏକ ଭାରତ ଚାହୁଁଛୁ ଯାହା ନ୍ୟାୟ, ସ୍ୱାଧୀନତା, ସମାନତା ଏବଂ ଭାଇଚାରା ସାମ୍ବିଧାନିକ ନୀତି ଦ୍ୱାରା ପରିଚାଳିତ ହେଉ । ବେଙ୍ଗାଲୁରୁରେ ବିରୋଧୀ ଦଳର ଦ୍ୱିତୀୟ ବୈଠକ ଡକାଯାଇଛି। 2024 ନିର୍ବାଚନରେ ବିଜେପିକୁ କଡ଼ା ଟକ୍କର ଦେବା ପାଇଁ ଦୁଇ ଦିନ ଧରି ବିରୋଧିଙ୍କର ରୋଡ ମ୍ୟାପ୍ ପ୍ରସ୍ତୁତ ହେଉଥିବା ନେଇ ଆଲୋଚନା ହେଉଛି ।













Click it and Unblock the Notifications