ବିରୋଧିଙ୍କ ଫୋନକୁ ଆସିଲା ଆଲର୍ଟ ମେସେଜ୍, ସରକାରଙ୍କୁ କଲେ ଟାର୍ଗେଟ୍
Iphone Hack: ବିରୋଧିଙ୍କ ଆଇ-ଫୋନକୁ ଆସିଲା ଆଲର୍ଟ ମେସେଜ । ସରକାର ତାଙ୍କ ଫୋନ୍ ଓ ଇ-ମେଲ୍ ହ୍ୟାକ୍ କରୁଥିବା ନେଇ ଆଣିଲେ ଅଭିଯୋଗ । ମଙ୍ଗଳବାର ଦିନ ଟିଏମସି ସାଂସଦ ମହୁଆ ମିତ୍ର, କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଏବଂ ଏଆଇଏମଆଇଏମ ସାଂସଦ ଅସଦୁଦ୍ଦିନ ଓୱାଇସିଙ୍କ ସହ ଅନେକ ନେତା ଏହି ଆଲର୍ଟ ସହ ଜଡିତ ସ୍କ୍ରିନସଟ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।
ଆଇଫୋନରେ ମିଳିଥିବା ଆଲର୍ଟର ସ୍କ୍ରିନସଟ ସେୟାର କରିଥିବା ନେତାଙ୍କ ମଧ୍ୟରେ ଅଖିଳେଶ ଯାଦବ, ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ, ଆମ୍ ଆଦମୀ ପାର୍ଟି ସାଂସଦ ରାଘବ ଚଢା, ସିପିଆଇ (ଏମ୍) ନେତା ସୀତାରାମ ୟେଚୁରୀ, କଂଗ୍ରେସ ସାଂସଦ ଶଶି ଥରୁର ଅଛନ୍ତି।

ଏହି ବିରୋଧୀଦଳ ନେତାମାନେ ଅଭିଯୋଗ କରିଛନ୍ତି ଯେ, ଆପଲରୁ ସେମାନଙ୍କ ଆଇଫୋନ୍ ଏବଂ ଇମେଲରେ ଏକ ସତର୍କ ବାର୍ତ୍ତା ଆସିଛି ଏବଂ ଚେତାବନୀ ଦେଇଛି ଯେ 'ସରକାର ଫୋନ୍ ଏବଂ ଇମେଲ୍ ହ୍ୟାକ୍ କରିବାକୁ ଚେଷ୍ଟା କରୁଛନ୍ତି । ଟିଏମସି ସାଂସଦ ମହୁଆ ମୋଇତ୍ରା ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ, ଆପଲରୁ ମୁଁ ଆଲର୍ଟ ମେସେଜ ଏବଂ ଏମେଲ୍ ପାଇଛି । ସରକାର ମୋ ଫୋନ୍ ଏବଂ ଇମେସ୍ ହ୍ୟାକ୍ କରିବାକୁ ଚେଷ୍ଟା କରୁଛନ୍ତି । ସେହିପରି ଶଶି ଥରୁର, ପୱନ ଖେଡା ଏବଂ ଶେବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ନିଜ ଫୋନକୁ ଆସିଥିବା ଏହି ମେସେଜର ସ୍କ୍ରିନ୍ ସଟ୍ ସେୟାର କରିଛନ୍ତି । ସମସ୍ତେ ସମାନ ଅଭିଯୋଗ ଆଣିଛନ୍ତି ।
So far list of INDIAns that @HMOIndia have tried to hack have been myself, @yadavakhilesh,@raghav_chadha @ShashiTharoor @priyankac19 @SitaramYechury @Pawankhera & others in office of @RahulGandhi .
This is worse than Emergency. India is being run by low life Peeping Toms.
— Mahua Moitra (@MahuaMoitra) October 31, 2023
ଏଥି ସହ ଏହି ପ୍ରସଙ୍ଗରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ମଧ୍ୟ ତାଙ୍କ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ମୋ ଅଫିସରେ କାର୍ଯ୍ୟ କରୁଥିବା ଅନେକ ଲୋକଙ୍କ ଫୋନକୁ ଏହି ମ୍ୟାସେଜ୍ ଆସିଛି । କଂଗ୍ରେସ ନେତା କେସି ଭେନୁଗୋପାଲ, ସୁପ୍ରିୟା ସୁନେତ୍ରା ଏବଂ ପୱନ ଖେଡା ମଧ୍ୟ ଏହି ମେସେଜ ଗ୍ରହଣ କରିଛନ୍ତି। ବିଜେପି ଭୟଭୀତ ହୋଇ କୌଣସି ଉପାୟରେ ଯୁବକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛି।
ପୱନ ଖେଡା ମଧ୍ୟ ଆଲର୍ଟ ମେସେଜର ସ୍କ୍ରିନସଟ ସେୟାର କରି ଲେଖିଛନ୍ତି, 'ପ୍ରିୟ ମୋଦି ସରକାର, ଆପଣ ଏସବୁ କାହିଁକି କରୁଛନ୍ତି ...?' ଶିବସେନା ସାଂସଦ ପ୍ରିୟଙ୍କା ଚାତୁର୍ବେଦୀ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଏହି ବିଷୟରେ ଚିଠି ଲେଖିଛନ୍ତି । ଏପରି ଘଟଣାକ ତଦନ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି ।
ଏଥିସହିତ ଆପଲରୁ ଏହି ସମଗ୍ର ପ୍ରସଙ୍ଗରେ ଏକ ବିବୃତ୍ତି ମଧ୍ୟ ଆସିଛି। ଆପଲର ଆଲଗୋରିଦମର ତ୍ରୁଟି ପାଇଁ ଏହି ସତର୍କ ତଥା ଆଲର୍ଟ ଆସିଛି । ସରକାର ଖୁବ୍ ଶୀଘ୍ର ଏ ସମ୍ପର୍କରେ ନିଜ ବିବୃତ୍ତି ଜାରି କରିପାରନ୍ତି ।












Click it and Unblock the Notifications