ୟୁପି ସିଏମଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ରାହୁଲ
ହାଥରସ୍: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉତ୍ତର ପ୍ରଦେଶ ଯୋଗୀ ଆଦିତ୍ୟନାଥଙ୍କୁ ଏକ ଚିଠି ଲେଖିଛନ୍ତି । ସେ କହିଛନ୍ତି, 'ହାଥରସରେ ଘଟିଥିବା ଦଳାଚକଟା ଦୁର୍ଘଟଣାରେ ପୀଡିତଙ୍କ ପରିବାରବର୍ଗଙ୍କୁ ଭେଟିବା ପରେ ସେମାନଙ୍କ ଦୁଃଖ ଅନୁଭବ କରିବା ସହ ସେମାନଙ୍କ ସମସ୍ୟା ଜାଣିବା ପରେ ସେ ଉତ୍ତରପ୍ରଦେଶର ମାନ୍ୟବର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏକ ଚିଠି ମାଧ୍ୟମରେ ଜଣାଇଛନ୍ତିି ।

କ୍ଷତିପୂରଣ ରାଶି ବୃଦ୍ଧି କରିବାକୁ ଏବଂ ଶୋକସନ୍ତପ୍ତ ପରିବାରକୁ ଯଥାଶୀଘ୍ର ଯୋଗାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏହି ଚିଠିରେ ରାହୁଲ ଯୋଗୀଙ୍କୁ ଲେଖିଛନ୍ତି ଯେ, ଏହି ଦୁଃଖ ସମୟରେ ସେ ଆମର ସାମୂହିକ ସମବେଦନା ଏବଂ ସାହାଯ୍ୟ ଆବଶ୍ୟକ କରନ୍ତି । ଚିଠିର ସୂଚନା ସୋସିଆଲ ମିଡିଆ ପ୍ଲାଟ୍ଫର୍ମ 'ଏକ୍ସ'ରେ ପୋଷ୍ଟ କରିଛନ୍ତି ।
ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଏବଂ ଆହତମାନଙ୍କୁ ରାଜ୍ୟ ସରକାର ଦେଇଥିବା କ୍ଷତିପୂରଣ ଉପରେ ମଧ୍ୟ ରାହୁଲ ଦାବି କରିଛନ୍ତି । ସରକାର ଘୋଷଣା କରିଥିବା କ୍ଷତିପୂରଣ ବହୁତ କମ୍ ବୋଲି ସେ ଚିଠିରେ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି । ଏପରି ପରିସ୍ଥିତିରେ ଏହାକୁ ତୁରନ୍ତ ବୃଦ୍ଧି କରାଯିବା ଉଚିତ୍ । ଏଥିସହ ଆହତଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯିବା ଉଚିତ୍ ବୋଲି ଲେଖିଛନ୍ତି ।












Click it and Unblock the Notifications