ୱାକଅଫ୍ ସଂଶୋଧନ ବିଧେୟକ ନେଇ ଲୋକମାନଙ୍କୁ ଭୁଲ୍ ତଥ୍ୟ ଦେଉଛନ୍ତି ବିରୋଧୀ:କେନ୍ଦ୍ରମନ୍ତ୍ରୀ
କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି ୱାକ୍ଅଫ୍ ସଂଶୋଧନ ବିଧେୟକର ଉଦ୍ଦେଶ୍ୟ କାହାରି ସମ୍ପତ୍ତି କବ୍ଜା କରିବା ନୁହେଁ ବରଂ ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା । ସଂସଦ ବାହାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଶ୍ରୀ ଯୋଶୀ ବିରୋଧୀଦଳ ଲୋକମାନଙ୍କୁ ଏ ସଂକ୍ରାନ୍ତରେ ଭ୍ରମିତ କରୁଛି ବୋଲି ଅଭିଯୋଗ କରିଛନ୍ତି ।

ବିଜେପି ସାଂସଦ ଦୀନେଶ ଶର୍ମା ମଧ୍ୟ ଏହି ବିଲ୍କୁ ସମର୍ଥନ କରି କହିଛନ୍ତି ଯେଉଁମାନେ ଏହି ବିଲ୍କୁ ବିରୋଧ କରୁଛନ୍ତି ସେମାନେ ସମ୍ବିଧାନ ବିରୁଦ୍ଧ ଆଚରଣ କାର୍ଯ୍ୟରେ ଲିପ୍ତ ରହିଛନ୍ତି । ଅପରପକ୍ଷରେ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ଏହି ବିଲ୍କୁ ବିରୋଧ କରି ବିଜେପିକୁ କଟୁ ସମାଲୋଚନା କରିଛନ୍ତି ।












Click it and Unblock the Notifications