ମହିଳା ଅଧିକାରର ଭ୍ରୁଣ ହତ୍ୟା କରିଛନ୍ତି ବିରୋଧୀ : ମୋଦୀ

ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ଖାରଜ ହେବାର ଦିନକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦେଶକୁ ସମ୍ବୋଧିତ କରିଛନ୍ତି। ମୋଦୀ ତାଙ୍କର ଏହି ସମ୍ବୋଧିତ ଭାଷଣରେ ଇଣ୍ଡି ମେଣ୍ଟ ତଥା ବିରୋଧୀ ଦଳକୁ ତୀବ୍ର ଆକ୍ରମଣ କରିଛନ୍ତି।

Opposition

ମୋଦୀ କହିଛନ୍ତି, ଆମର ସର୍ବୋତ୍ତମ ପ୍ରୟାସ ସତ୍ତ୍ୱେ ଆମେ ସଫଳ ହୋଇପାରିଲୁ ନାହିଁ। ନାରୀ ଶକ୍ତି ଅଧିନିୟମରେ ସଂଶୋଧନ ଗୃହୀତ ହୋଇପାରିଲା ନାହିଁ। ମୁଁ ଏଥିପାଇଁ ଦେଶର ସମସ୍ତ ମା' ଏବଂ ଭଉଣୀମାନଙ୍କୁ କ୍ଷମା ପ୍ରାର୍ଥନା କରୁଛି। ଆମ ମହିଳାଙ୍କ ସ୍ୱପ୍ନ ମଝିରେ ଚୁନା ହୋଇଯାଇଛି। ବିରୋଧୀ ମହିଳା ଅଧିକାରର ଭ୍ରୁଣ ହତ୍ୟା କରିଛନ୍ତି। ଆମ ପାଇଁ, ଦେଶର ସ୍ୱାର୍ଥ ସର୍ବୋପରି। କିନ୍ତୁ ଯେତେବେଳେ ଦଳୀୟ ସ୍ୱାର୍ଥ ଜାତୀୟ ସ୍ୱାର୍ଥ ଅପେକ୍ଷା ବଡ଼ ହୋଇଯାଏ, ସେତେବେଳେ ମହିଳା ଏବଂ ଦେଶକୁ ଏହାର ପରିଣାମ ଭୋଗିବାକୁ ପଡ଼ିଥାଏ। କଂଗ୍ରେସ, ଡିଏମକେ, ଟିଏମସି ଏବଂ ସମାଜବାଦୀ ପାର୍ଟି ଭଳି ଦଳଗୁଡ଼ିକର ସ୍ୱାର୍ଥପର ରାଜନୀତି ଯୋଗୁଁ ଏହି ଦେଶର ମହିଳାମାନେ କଷ୍ଟ ଭୋଗିଛନ୍ତି। ଏହି ଦଳଗୁଡ଼ିକ ମହିଳା ଶକ୍ତିକୁ ହାଲୁକା ଭାବରେ ନେଉଛନ୍ତି। ଏହି ପ୍ରସ୍ତାବ ପରାଜିତ ହେବା ପରେ କିଛି ଦଳ ଆନନ୍ଦରେ ତାଳି ବଜାଉଥିବା ଦେଖି ମୁଁ ବହୁତ ଦୁଃଖିତ ହୋଇଥିଲି। ସେମାନେ ଗୃହରେ ଡେସ୍କ ବେଦଉଥିଲେ। ସେତେବେଳେ ମହିଳାମାନେ ଏହି ନେତାମାନଙ୍କୁ ଦେଖିଛନ୍ତି, ସେମାନେ ମନେ ରଖିବେ ଯେ ସେମାନଙ୍କ ଅଧିକାରକୁ ଅବରୋଧ କରିବା ପାଇଁ କିଏ ଉତ୍ସବ ପାଳନ କରିଥିଲେ। ସଂସଦରେ ବିରୋଧିଙ୍କ କାର୍ଯ୍ୟକଳାପରେ କେବଳ ଡେସ୍କ ବାଜୁନଥିଲା ବରଂ ମହିଳାଙ୍କ ଗରିମା ଏବଂ ସ୍ୱାଭିମାନ ଉପରେ ଆକ୍ରମଣ ଥିଲା। ଜଣେ ମହିଳା ଅନେକ ଜିନିଷ ଭୁଲିପାରନ୍ତି କିନ୍ତୁ ସେ କେବେବି ତାଙ୍କର ଅପମାନକୁ ଭୁଲନ୍ତି ନାହିଁ। ଏହି ଆଚରଣର ଯନ୍ତ୍ରଣା ସାରା ଦେଶର ମହିଳାମାନଙ୍କ ହୃଦୟରେ ରହିବ। ମୁଁ ଆଶା କରିଥିଲି ଯେ କଂଗ୍ରେସ ତାର ଦଶନ୍ଧି ପୁରୁଣା ଭୁଲକୁ ସଂଶୋଧନ କରିବ ଏବଂ ତା'ର ଅତୀତର ପ୍ରାୟଶ୍ଚିତ କରିବ। ଏକ ପରଜୀବୀ ପରି, କଂଗ୍ରେସ ଆଞ୍ଚଳିକ ଦଳଗୁଡ଼ିକୁ ଭୁଆଁ ବୁଲାଇ ବଞ୍ଚି ରହିଛି। କଂଗ୍ରେସ ଇତିହାସ ଲେଖିବା ଏବଂ ମହିଳାଙ୍କ ସହିତ ଠିଆ ହେବାର ସୁଯୋଗ ହରାଇଲା। ଏକବିଂଶ ଶତାବ୍ଦୀର ମହିଳାମାନେ ସବୁକିଛି ନିକଟରୁ ଦେଖୁଛନ୍ତି ଏବଂ ବୁଝୁଛନ୍ତି। ବର୍ଷବର୍ଷ ଧରି ମହିଳାମାନଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରିବା ପାଇଁ ବୈଷୟିକ କୌଶଳ ନାମରେ ବାହାନା ତିଆରି କରାଯାଉଛି। ଦେଶ ଏବେ ରାଜନୀତିର ଏହି ଧାରା ବୁଝିପାରୁଛି। ଏହି ସଂଶୋଧନ ଦେଶର ପ୍ରତ୍ୟେକ ଅଞ୍ଚଳରେ ମହିଳାମାନଙ୍କୁ ସମାନ ଭାବରେ ସଶକ୍ତ କରିବାର ଏକ ପ୍ରୟାସ ଥିଲା। ଦେଶର ଅଧିକାଂଶ ସ୍ଥାନରେ କଂଗ୍ରେସ ତାର ଉପସ୍ଥିତି ହରାଇଛି। ଆମେ ବିଲ୍ ପାସ୍ କରିବା ପାଇଁ ଆବଶ୍ୟକୀୟ ୬୬ପ୍ରତିଶତ ଭୋଟ୍ ପାଇଲୁ ନାହିଁ କିନ୍ତୁ ମୁଁ ଜାଣେ ଆମକୁ ଏହି ଦେଶର ୧୦୦ପ୍ରତିଶତ ମହିଳାଙ୍କ ସମର୍ଥନ ମିଳିଛି ବୋଲି ମୋଦୀ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+