ବିଧାନସଭା ନିର୍ବାଚନ ପୂର୍ବରୁ ବଳ କଷିବ ବିରୋଧୀ ମେଣ୍ଟ ‘ଇଣ୍ଡିଆ’: ଭୋପାଳରେ କରିବ ପ୍ରଥମ ରାଲି

ନୂଆଦିଲ୍ଲୀ: 'ଇଣ୍ଡିଆ' ମେଣ୍ଟର ପ୍ରଥମ ରାଲି ଭୋପାଳରେ ଅନୁଷ୍ଠିତ ହେବ । ଏନସିପିର ବରିଷ୍ଠ ନେତା ଶରଦ ପାୱାରଙ୍କ ନୂଆଦିଲ୍ଲୀ ଆବାସରେ ଅନୁଷ୍ଠିତ ସମନ୍ୱୟ କମିଟିର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ତେବେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଚଳିତ ବର୍ଷ ଶେଷ ଆଡକୁ ହେବାଥିବା ୫ ରାଜ୍ୟ ବିଧାନସଭା ନିର୍ବାଚନ ଉପରେ ବିରୋଧ ମେଣ୍ଟ 'ଇଣ୍ଡିଆ'ର ନଜର । ଚଳିତ ବର୍ଷ ଶେଷରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ତେଣୁ ଭୋପାଳଠାରେ ମେଣ୍ଟର ନିଜର ପ୍ରଥମ ଶକ୍ତି ପ୍ରଦର୍ଶନ କରିବାକୁ ଯୋଜନା କରିଛି । ଏହି ରାଲି ଅକ୍ଟୋବର ମାସର ପ୍ରଥମ ସପ୍ତାହରେ ହେବ ।

Opposition Alliance India

ଦିଲ୍ଲୀରେ ଇଣ୍ଡିଆ ମେଣ୍ଟର ସମନ୍ୱୟ ବୈଠକରେ ଏହି ନିଷ୍ପତି ହୋଇଛି । ଏନସିପିର ବରିଷ୍ଠ ନେତା ଶରଦ ପାୱାରଙ୍କ ଦିଲ୍ଲୀ ଘରେ ଏହି ବୈଠକ ବସିଥିଲା । ଶରଦ ପାୱାରଙ୍କ ବ୍ୟତୀତ କଂଗ୍ରେସର କେସି ଭେନୁଗୋପାଲ, ଡିଏମକେର ଟିଆର ବାଲୁ, ରାଷ୍ଟ୍ରିୟ ଜନତା ଦଳର ତେଜସ୍ୱୀ ଯାଦବ, ଜନତା ଦଳ (ୟୁନାଇଟେଡ) ର ସଞ୍ଜୟ ଝା, ଆମ୍ ଆଦମୀ ପାର୍ଟିର ରାଘବ ଚଢା, ଶିବସେନା (ୟୁବିଟି) ସଞ୍ଜୟ ରାଉତ, ଏନସିର ଓମାର ଅବଦୁଲ୍ଲା, ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ର ମେହବୁବା ମୁଫତି ଏବଂ ଅନ୍ୟ କେତେକ ନେତା ଏଥିରେ ସାମିଲ ହୋଇଥିଲେ ।

ଅନ୍ୟପଟେ ଏହି ବୈଠକରେ ଆସନ ଭାଗବଣ୍ଟା ନେଇ ଆଲୋଚନା ହୋଇଛି । ବୈଠକ ପରେ ଇଣ୍ଡିଆ ମେଂଟ ପକ୍ଷରୁ ଏକ ମିଳିତ ବୟାନ ଜାରି କରାଯାଇଛି । ଏଥିରେ କୁହାଯାଇଛି, ବୈଠକରେ ୧୨ଟି ଦଳର ପ୍ରତିନିଧି ସାମିଲ ହୋଇଥିଲେ । କମିଟି ଆସନ ଭାଗବଣ୍ଟା ନେଇ ଆଲୋଚନା ଆରମ୍ଭ କରି ଦେଇଛି । ଆଲୋଚନା କରାଯାଇ ଖୁବଶୀଘ୍ର ଏ ବାବଦରେ ନିଷ୍ପତି ନିଆଯିବ ।

ବୈଠକ ପରେ କଂଗ୍ରେସର ସାଧାରଣ ସମ୍ପାଦକ କେ ଭେନୁଗୋପାଲ କହିଛନ୍ତି ଯେ, ଦେଶର ବିଭିନ୍ନ ସ୍ଥାନରେ ମିଳିତ ଜନ ସମାବେଶ କରିବାକୁ କମିଟି ନିଷ୍ପତ୍ତି ନେଇଛି। ଅକ୍ଟୋବର ପ୍ରଥମ ସପ୍ତାହରେ ଭୋପାଳରେ ମୂଲ୍ୟ ବୃଦ୍ଧି, ବେକାରୀ ଏବଂ ଦୁର୍ନୀତି ପ୍ରସଙ୍ଗରେ ପ୍ରଥମ ମିଳିତ ଜନ ସମାବେଶ ଅନୁଷ୍ଠିତ ହେବ। ଏହା ସହଆସନ ବଣ୍ଟନ ନିଷ୍ପତ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ସମନ୍ୱୟ କମିଟି ନିଷ୍ପତ୍ତି ନେଇଛି। ସଦସ୍ୟ ଦଳ ଆଲୋଚନା କରିବେ ଏବଂ ଯଥାଶୀଘ୍ର ନିଷ୍ପତ୍ତି ନିଆଯିବ ।

ସୂଚନାଥାଉ କି, ନିକଟରେ ମୁମ୍ବାଇରେ 'ଇଣ୍ଡିଆ' ମେଣ୍ଟର ସହଯୋଗୀ ଦଳର ନେତାଙ୍କ ବୈଠକରେ ୧୪ ଜଣିଆ ସମନ୍ୱୟ କମିଟି ଗଠନ କରାଯାଇ ମେଣ୍ଟର ଭବିଷ୍ୟତ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+