ଜାମ୍ମୁ-କାଶ୍ମୀରରେ ସେନାର ମିଶନ ‘ତ୍ରିନେତ୍ର’; ୫୦ ଦିନରେ ୨୧ ଆତଙ୍କବାଦୀ ହେଲେଣି ନିପାତ

ଶ୍ରୀନଗର: ୫୦ ଦିନରେ ୨୧ ଆତଙ୍କବାଦୀ ନିପାତ । ଜାମ୍ମୁ-କାଶ୍ମୀରରେ ସେନାର ମିଶନ 'ତ୍ରିନେତ୍ର' । ଆତଙ୍କୀଙ୍କୁ ସଫା କରିବାକୁ ସେନାର ସବୁ ପ୍ରକାରର ଉଦ୍ୟମ। ଆତଙ୍କୀଙ୍କୁ ଗଣି ଗଣି ଏନକାଉଣ୍ଟର କରୁଛି ଭାରତୀୟ ସେନା।

ଡ୍ରୋନ୍ ମୁତୟନ କରି ଆତଙ୍କବାଦୀଙ୍କ ଉପରେ କରୁଛି ପ୍ରହାର । ଗତ ଦୁଇ ଦିନ ମଧ୍ୟରେ ପୁଞ୍ଝ ଜିଲ୍ଲାରେ ୬ ଆତଙ୍କବାଦୀଙ୍କୁ ନିପାତ କରିଛି ସେନା ।

ARMY

ରିପୋର୍ଟ ଅନୁସାରେ, ଜୁନ ଓ ଜୁଲାଇ ମାସ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ପାଇଁ ସବୁଠାରୁ ଘାତକ ମାସ । ଜୁନ ପହିଲାରୁ ଜୁଲାଇ ୨୦ ମଧ୍ୟରେ ଭାରତୀୟ ସେନା ୨୧ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛି ।

ଚଳିତ ବର୍ଷ ଜାନୁଆରୀ ପହିଲାରୁ ୨୦ ଜୁଲାଇ ଏବଂ ୨୦୨୨ ଜାନୁଆରୀ ୧ ତାରିଖରୁ ଜୁଲାଇ ୨୦ ମଧ୍ୟରେ ନିହତ ହୋଇଥିବା ଆତଙ୍କବାଦୀଙ୍କ ସଂଖ୍ୟାରେ ୭୩ ପ୍ରତିଶତ ହ୍ରାସ ପାଇଛି । ତେବେ ଭାରତୀୟ ସେନା ଆତଙ୍କବାଦୀ ଗତିବିଧି ଉପରେ ଅଙ୍କୁଶ ଲାଗାଉଥିବାରୁ ଏହି ସଂଖ୍ୟା ହ୍ରାସ ପାଉଛି।

ଚଳିତ ବର୍ଷ ଜାନୁଆରୀ ପହିଲାରୁ ୨୦ ଜୁଲାଇ ପର୍ଯ୍ୟନ୍ତ ୩୫ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟ କରାଯାଇଛି । ଗତ ବର୍ଷ ଏହି ସମୟରେ ୧୩୧ ଆତଙ୍କବାଦୀ ନିହତ ହୋଇଥିଲେ।

ଜାନୁଆରୀରୁ ଏପ୍ରିଲ ପର୍ଯ୍ୟନ୍ତ ସବୁଠାରୁ କମ୍ ଆତଙ୍କୀ ନିପାତ ହୋଇଛନ୍ତି । ଜାନୁଆରୀ ମାସରେ ୪ ଆତଙ୍କୀ, ଫେବ୍ରୁଆରୀରେ ୩ ଆତଙ୍କୀ, ମାର୍ଚ୍ଚ ମାସରେ ୧ ଏବଂ ଏପ୍ରିଲ୍ ମାସରେ ଶୂନ୍ୟ ଆତଙ୍କବାଦୀ ନିହତ ହୋଇଛନ୍ତି । ସେହିପରି ମଇ ମାସରେ ୬ ଆତଙ୍କବାଦୀଙ୍କୁ ସେନା ଟାର୍ଗେଟ୍ କରିଥିଲା।

ପ୍ରତିରକ୍ଷା ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ବିଶେଷ କରି ଶୀତ ଦିନରେ ପ୍ରବଳ ଥଣ୍ଡା ଏବଂ ଘାଟି ରାସ୍ତା ବନ୍ଦ ହେବା ଯୋଗୁ ଅନୁପ୍ରବେଶ ବନ୍ଦ ହୋଇଯାଇଥାଏ । ମାତ୍ର ରାସ୍ତା ଖୋଲିବା ପରେ ପୁଣି ଥରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ବଢ଼ିଥାଏ । ତେଣୁ ଜୁନ୍ ଓ ଜୁଲାଇ ମାସରେ ସେନାର କାର୍ଯ୍ୟାନୁଷ୍ଠାନ ବଢ଼ିଯାଏ ଏବଂ ଏନକାଉଣ୍ଟର ଅଧିକ ହୋଇଥାଏ। ତେବେ ଜାମ୍ମୁ-କାଶ୍ମୀରରେ ସେନାର ମିଶନ 'ତ୍ରିନେତ୍ର' ସଫଳତାର ସହ ଆତଙ୍କବାଦୀଙ୍କୁ ଦମନ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+