Operation Sindoor: ସୀମାରେ ଶାନ୍ତି; କାଲି ରାତିରୁ ହୋଇନି ଗୁଳିଗୋଳା ବର୍ଷା
ସାରା ଦେଶରେ ସ୍ଥିତି ସ୍ୱାଭାବିକ୍ । ସୀମାରେ ଶାନ୍ତି । କାଲି ରାତିରୁ ହୋଇନି ଗୁଳିଗୋଳା ବର୍ଷା। ରାଜୌରୀରେ ଆଉ କୌଣସି ଡ୍ରୋନ୍ ଉଡ଼ିନଥିବା ସୂଚନା ।
ଅଖନୁର ସେକ୍ଟରରେ ମଧ୍ୟ ସ୍ଥିତି ସ୍ବାଭାବିକ । ପଞ୍ଜାବ ଫରୋଜପୁରରେ ବି ଉଡ଼ିନି ପାକିସ୍ତାନୀ ଡ୍ରୋନ୍ ।

ପରେଶନ ସିନ୍ଦୂର ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା କମ କରିବା ପାଇଁ ଶନିବାର ଅସ୍ତ୍ରବିରତି ଘୋଷଣା କରାଯାଇଥିଲା, କିନ୍ତୁ ୩ ଘଣ୍ଟା ମଧ୍ୟରେ ପାକିସ୍ତାନ ଯୁଦ୍ଧବିରତି ଉଲଘଂନ କରି ଅନେକ ସ୍ଥାନରେ ପ୍ରବଳ ଗୁଳିବର୍ଷା କରିଛି। ବୈଦେଶିକ ମନ୍ତ୍ରଣାଳୟର ଏକ ପ୍ରେସ ବ୍ରିଫିଂରେ କହିଛି ଯେ ଭାରତୀୟ ସେନା ଯୁଦ୍ଧବିରତି ପାଳନ କରିବ, କିନ୍ତୁ ଯେକୌଣସି ଅପରେଶନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ।
commodore ରଘୁ ଆର ନାୟାର କହିଛନ୍ତି ଯେ, ଆଜି ହୋଇଥିବା ଚୁକ୍ତିକୁ ପାଳନ କରିବୁ, ଯାହା ଭାରତୀୟ ସେନା, ଭାରତୀୟ ନୌସେନା ଏବଂ ଭାରତୀୟ ବାୟୁସେନା ମଧ୍ୟରେ ହୋଇଛି। ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଏବଂ ସର୍ବଦା ସଜାଗ। ଆମେ ମାତୃଭୂମିର ସାର୍ବଭୌମତ୍ୱ ଏବଂ ଅଖଣ୍ଡତାକୁ ରକ୍ଷା କରିବା ପାଇଁ ପ୍ରତିବଦ୍ଧ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ପାକିସ୍ତାନର ପ୍ରତ୍ୟେକ ଦୁଃସାହସର କଡ଼ା ଜବାବ ଦିଆଯାଇଛି ଏବଂ ଭବିଷ୍ୟତରେ ଯେତେବେଳେ ପରିସ୍ଥିତି ଖରାପ ହେବ, ଏକ ନିର୍ଣ୍ଣାୟକ ଜବାବ ଦିଆଯିବ। ରାଷ୍ଟ୍ରକୁ ସୁରକ୍ଷା ଦେବା ପାଇଁ ଆମେ ଯେକୌଣସି ପ୍ରକାରର ଅପରେଶନ ଆରମ୍ଭ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଆମେରିକାର ବୈଦେଶିକ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ଅନେକ ରଣନୈତିକ ଏବଂ ମାନବିକ ପ୍ରସଙ୍ଗରେ ଆଲୋଚନା ହେବାର ଆଶା କରାଯାଉଛି। ଦ୍ୱିପାକ୍ଷିକ ସମ୍ପର୍କକୁ ପ୍ରଭାବିତ କରୁଥିବା ବ୍ୟାପକ ଉତ୍ତେଜନା ଏପର୍ଯ୍ୟନ୍ତ ସମାଧାନ ହୋଇନାହିଁ।
ପାକିସ୍ତାନ ସେନା ଘୋର୍ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି। ଏନେଇ ପ୍ରେସମିଟ କରି ସୂଚନା ଦେଇଛନ୍ତି ବୈଦେଶିକ ସଚିବ ବିକ୍ରମ ମିଶ୍ରି। ସେ କହିଛନ୍ତି, ଏନେଇ ସେନାକୁ କଡ଼ା ପଦକ୍ଷେପ ନେବାକୁ କୁହାଯାଇଛି। ଅସ୍ତ୍ରବିରତି ଉଲ୍ଲଙ୍ଘନ ପାଇଁ ପାକିସ୍ତାନ ଦାୟୀ। ପାକିସ୍ତାନ ପରିସ୍ଥିତିର ଗମ୍ଭୀରତାକୁ ବୁଝିବା ଦରକାର।












Click it and Unblock the Notifications