Operation Sindoor : ଆଦମପୁର ଏୟାରବେସ୍ରେ ପହଞ୍ଚି ବଡ଼ ବାର୍ତ୍ତା ଦେଲେ ମୋଦି
ଅପରେସନ ସିନ୍ଦୂରର ସଫଳତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେନା ଯବାନଙ୍କ ସହିତ ଭେଟିଛନ୍ତି । ପ୍ରଧାନମନ୍ତ୍ରୀ ଆଦମପୁର ଏୟାରବେସରେ ପହଞ୍ଚି ବୀର ସୈନିକମାନଙ୍କୁ ଭେଟିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ଆଜି ସକାଳେ ଆଦମପୁର ଏୟାରବେସ୍ ଯାଇଥିଲେ । ବୀର ଯବାନଙ୍କ ସହିତ କଥାବାର୍ତ୍ତା ହୋଇଥିଲେ । ପଞ୍ଜାବ ସ୍ଥିତ ଆଦମପୁର ଏୟାରବେସ୍ ଭାରତୀୟ ବାୟୁସେନାର ମିଗ-୨୯ ଏୟାରବେସ୍ ।
ଏହି ଏୟାରବେସ୍ ଉତ୍ତର ସୀମାରେ ଅବସ୍ଥିତି । ପ୍ରଧାନମନ୍ତ୍ରୀ ଏଠାରେ ବାୟୁସେନାର ପାଇଲଟ୍ସ ଏବଂ ଟେକ୍ନିକାଲ ଷ୍ଟାଫ ସହିତ କଥାବାର୍ତ୍ତା ହୋଇଛନ୍ତି ।
ଗତକାଲି ପ୍ରଧାନମନ୍ତ୍ରୀ ମୋଦି ସୋମବାର ରାତି ୮ଟାରେ ଦେଶକୁ ସମ୍ବୋଧିତ କରିଥିଲେ, ଯେଉଁଥିରେ ସେ ସୈନିକଙ୍କ ବୀରତ୍ୱ ଏବଂ ସାହସକୁ ସଲାମ କରିଥିଲେ। ଏହାସହିତ ପ୍ରଧାନମନ୍ତ୍ରୀ ମୋଦି ବାର୍ତ୍ତା ଦେଇଛନ୍ତି ଯେ, ଯଦି ପାକିସ୍ତାନ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ବନ୍ଦ ନ କରେ, ତେବେ ତାକୁ ଅଧିକ ପରିଣାମ ଭୋଗିବାକୁ ପଡିବ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଯଦି ପାକିସ୍ତାନ ସହ କୌଣସି ଆଲୋଚନା ହୁଏ, ତାହା କେବଳ ଆତଙ୍କବାଦ ଉପରେ ହେବ। ଯଦି ପାକିସ୍ତାନ ସହିତ କୌଣସି କଥାବାର୍ତ୍ତା ହୁଏ, ତାହା କେବଳ ପାକ୍ ଅଧିକୃତ କାଶ୍ମୀର, ପିଓକେ ଉପରେ ହେବ ।












Click it and Unblock the Notifications