ପ୍ରେସମିଟରେ ବୈଦେଶିକ ସଚିବ ବିକ୍ରମ ମିଶ୍ରିଙ୍କ ସୂଚନା; ଧାର୍ମିକ ଅନୁଷ୍ଠାନ ଉପରେ ଆକ୍ରମଣ କରୁଛି ପାକିସ୍ତାନ
ଅପରେସନ 'ସିନ୍ଦୂର'କୁ ନେଇ MEAର ପ୍ରେସ୍ବ୍ରିଫ୍ । ୮-୯ ତାରିଖ ରାତିରେ ପାକିସ୍ତାନ ଏକାଧିକ ସ୍ଥାନରେ ଆକ୍ରମଣ କରିଛି। ଆମ ସୈନ୍ୟ ଠିକଣାକୁ ଟାର୍ଗେଟ୍ କରିଛି ପାକିସ୍ତାନ। LOCରେ ପାକିସ୍ତାନ ଗୁଳି ବର୍ଷଣ କରିଛି । ପାକିସ୍ତାନର ଆକ୍ରମଣକୁ ପଣ୍ଡ କରିଛି ଭାରତ । ଅନୁପ୍ରବେଶ ଉଦ୍ୟମ ମଧ୍ୟ କରିଥିଲା ପାକିସ୍ତାନ ।
ଅନୁପ୍ରବେଶ ଉଦ୍ୟମ ମଧ୍ୟ କରିଥିଲା ପାକିସ୍ତାନ। ଆକ୍ରମଣ ପାଇଁ ବେସାମରିକ ବିମାନ ବ୍ୟବହାର କରୁଛି ପାକିସ୍ତାନ । ପାକିସ୍ତାନ ତୁର୍କି ଡ୍ରୋନ୍ ମଧ୍ୟ ବ୍ୟବହାର କରୁଛି।
ଧାର୍ମିକ ଅନୁଷ୍ଠାନ ଉପରେ ଆକ୍ରମଣ କରୁଛି ପାକିସ୍ତାନ। ପ୍ରେସମିଟରେ ବୈଦେଶିକ ସଚିବ ବିକ୍ରମ ମିଶ୍ରିଙ୍କ ସୂଚନା । ପାକିସ୍ତାନ ଗୁରୁଦ୍ବାରା, ଚର୍ଚ୍ଚ ଉପରେ ଆକ୍ରମଣ କରୁଛି । ଏକ ଖ୍ରୀଷ୍ଟିଆନ୍ ସ୍କୁଲକୁ ଟାର୍ଗେଟ କରିଛି ପାକିସ୍ତାନ । ଯେଉଁଥିରେ ୨ ଜଣ ପ୍ରାଣ ହରାଇଛନ୍ତି । ସାଂପ୍ରଦାୟିକ ହିଂସା ସୃଷ୍ଟି କରିବାକୁ ଚାହୁଁଛି ପାକିସ୍ତାନ ।

ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଉତ୍ତେଜନା ମଧ୍ୟରେ ଭାରତୀୟ ସେନା ପାକିସ୍ତାନର ମିସାଇଲ ଓ ଡ୍ରୋନ ଆକ୍ରମଣକୁ ବିଫଳ କରିଛି । ଏହା ସହିତ ଭାରତ ନିଜର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ପାଇଁ ୧୪ଟି ଇନ୍ଫାଣ୍ଟ୍ରୀ ବାଟାଲିୟନ ଏବଂ ଟେରିଟୋରିଆଲ ଆର୍ମୀକୁ ସକ୍ରିୟ କରିଛି। ଏହି ଘଟଣା ଏପ୍ରିଲ ୨୨, ୨୦୨୫ରେ ଜାମ୍ମୁ ଓ କାଶ୍ମୀରର ପାହାଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ଘଟିବା ପରେ ଆରମ୍ଭ ହୋଇଥିବା 'ଅପରେଶନ ସିନ୍ଦୂର'ର ପରିଣାମ ସ୍ବରୂପ ଦେଖାଦେଇଛି।
India-Pakistan Tension ପହଲଗାମ ଆତଙ୍କବାଦୀ ଆକ୍ରମଣ ପାଇଁ ଭାରତ ପାକିସ୍ତାନକୁ ଦାୟୀ କରି ମେ ୭, ୨୦୨୫ରେ 'ଅପରେଶନ ସିନ୍ଦୂର' ଆରମ୍ଭ କରିଥିଲା। ଏହି ଅଭିଯାନରେ ଭାରତୀୟ ସେନା ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀର (PoK)ରେ ଥିବା ୯ଟି ଆତଙ୍କବାଦୀ ଶିବିର ଉପରେ ୨୪ଟି ପ୍ରେସିଜନ କ୍ରୁଜ ମିସାଇଲ ନିକ୍ଷେପ କରିଥିଲା। ଏହି ଆକ୍ରମଣରେ ଲସ୍କର-ଏ-ତୈବା (LeT) ଏବଂ ଜୈଶ-ଏ-ମହମ୍ମଦ (JeM) ଭଳି ନିଷିଦ୍ଧ ସଂଗଠନର ମୁଖ୍ୟାଳୟ ଏବଂ ତାଲିମ ଶିବିରଗୁଡ଼ିକୁ ଧ୍ୱଂସ କରାଯାଇଥିଲା। ମାତ୍ର ୨୫ ମିନିଟ ମଧ୍ୟରେ ଏହି ଅଭିଯାନ ସମ୍ପନ୍ନ ହୋଇଥିଲା, ଯାହା ଭାରତର ଅତ୍ୟାଧୁନିକ ସାମରିକ କ୍ଷମତାକୁ ପ୍ରଦର୍ଶନ କରିଥିଲା।












Click it and Unblock the Notifications